Odisha High Court : ସୁଲେଇପାଟ ଲୁହା ପଥର ଖଣି ଲିଜ ଅବଧି ବୃଦ୍ଧି ପ୍ରସଂଗ, ଆବେଦନ ଖାରଜ କଲେ ହାଇକୋର୍ଟ
"କଟକ: ମୟୂରଭଞ୍ଜ ଜିଲ୍ଲା ସୁଲେଇପାଟ ଲୁହାପଥର ଖଣିର ଲିଜ ଅବଧି ବୃଦ୍ଧି ପାଇଁ ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।
ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ବି.ସି.ଡଗରାଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।ମାମଲାର ବିବରଣୀରୁ ପ୍ରକାଶ ଯେ ୬୧୮ ହେକ୍ଟରର ସୁଲେଇପାଟ ଖଣି ଲିଜ ପ୍ରଥମେ ବଜ୍ରଙ୍ଗଲାଲ ପଢିଆଙ୍କୁ ମିଳିଥିଲା।
୧୯୭୫, ଅକ୍ଟୋବର ୨୫ରୁ ଏହି ଖଣି ଲିଜ ପ୍ରଦାନ କରାଯାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାପାଳ ଓ ମୂଳ ଲିଜଧାରୀଙ୍କ ମଧ୍ୟରେ ଏ ନେଇ ୧୯୭୬, ମେ ୨୪ରେ ଲିଜଚୁକ୍ତି ପଞ୍ଜୀକରଣ ହୋଇଥିଲା।
ଆଇନ ଅନୁସାରେ ସରକାରୀ ଅନୁମତି ନେଇ ଏହି ଖଣିର ଲିଜ ଆବେଦନକାରୀଙ୍କୁ ମୂଳ ଲିଜଧାରୀ ଟ୍ରାନ୍ସଫର କରିଥିଲେ।
୨୦୧୫ରେ ଏମଏମଡିଆର ଆଇନରେ ସରକାର ସଂଶୋଧନ ଆଣିଥିଲେ।
Advertisment ଖଣିର ଲିଜ ଅବଧି ୫୦ ବର୍ଷକୁ ବୃଦ୍ଧି ପାଇଥିଲା ୨୦୧୫, ଜାନୁଆରି ୧୨ ପୂର୍ବରୁ ମଞ୍ଜୁର କରାଯାଇଥିବା ସମସ୍ତ ଖଣି ଲିଜର ଅବଧି ୫୦ ବର୍ଷ ବୋଲି ସଂଶୋଧିତ ଆଇନ ଅନୁସାରେ ଘୋଷଣା କରାଯାଇଥିଲା।
ଫଳରେ ସୁଲେଇପାଟ ଖଣିର ଲିଜ ଅବଧି ୫୦ ବର୍ଷକୁ ବୃଦ୍ଧି ପାଇଥିଲା।
କିନ୍ତୁ ପରବର୍ତ୍ତୀ ସମୟରେ ସରକାରୀ ନିଷ୍କ୍ରିୟତା ପାଇଁ ବୈଧ ଲିଜ ଅବଧି ଭିତରେ ମଧ୍ୟ ଆବେଦନକାରୀ କିଛି ମାସ ଖଣି ଚଳାଇ/ପରିଚଳାନା କରି ପାରି ନଥିଲେ।
ଏଭଳି ସ୍ଥିତି ପାଇଁ ୧୪ ମାସ ଲିଜ ଅବଧି ବୃଦ୍ଧି କରିବା ପାଇଁ ଆବେଦନକାରୀ ନିବେଦନ କରିଥିଲେ।
ଏଥି ସହିତ ମୂଳ ଲିଜ ଚୁକ୍ତି ପଞ୍ଜୀକରଣ ଠାରୁ ୫୦ ବର୍ଷର ଅବଧିକୁ ଗଣନା କରାଯାଉ ବୋଲି ଆବେଦନକାରୀ ଦାବି କରିଥିଲେ।
ତେଣୁ ଏଥି ପାଇଁ ୬ ମାସ ଲିଜ ଅବଧି ବୃଦ୍ଧି କରାବୋ କଥା।
ଏଭଳି ଭାବେ ୨୦୨୭, ଜୁନ ୨୪ ପର୍ଯ୍ୟନ୍ତ ସୁଲେଇପାଟ ଖଣି ଚଳାଇବା ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ।
ଅନ୍ୟପକ୍ଷରେ ସରକାରଙ୍କ ତରଫରୁ ଏପରି ଆବେଦନକୁ ବିରୋଧ କରାଯାଇଥିଲା।
ହାଇକୋର୍ଟ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ମାମଲାକୁ ଖାରଜ କରିଛନ୍ତି।
ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ।
Illegal Sand Mining: ଦେବୀଦୋଳରେ ଠାବ ହେଲା ବାଲି ପାହଡ଼: ୪୦୦ ହାଇଓ୍ବା ଟ୍ରିପ ବାଲି ଜବତ "