Andhrapradesh: ଆନ୍ଧ୍ରପ୍ରଦେଶରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା: ଭୟଙ୍କର ଅଗ୍ନିକାଣ୍ଡରେ ୩ ଜୀବନ୍ତ ଦଗ୍ଧ
"ପାଲନାଡ଼ୁ: ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲାରେ ବୁଧବାର ସକାଳେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି।
ଦୁଇଟି ଟ୍ରକ୍ ପରସ୍ପର ସହ ମୁହାଁମୁହିଁ ଧକ୍କା ହେବା ପରେ ସେଥିରୁ ଗୋଟିଏ ଟ୍ରକ୍ରେ ନିଆଁ ଲାଗିଯାଇଥିଲା।
ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ତିନିଜଣ ବ୍ୟକ୍ତି ଗାଡ଼ି ଭିତରେ ଫସି ଜୀବନ୍ତ ଜଳିଯାଇଥିଲେ।
ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।Advertisment ଆହୁରି ପଢନ୍ତୁ: Monsoon:ଜୁଲାଇ ୨୦ରୁ ଆରମ୍ଭ ହୋଇପାରେ ମୌସୁମୀ ଅଧିବେଶନ ପୁଲିସ ସୂଚନା ଅନୁସାରେ, ବୁଧବାର ସକାଳ ପ୍ରାୟ ୬ଟା ବେଳେ ପାଲନାଡୁ ଜିଲ୍ଲାର ବୋୟାପାଲେମ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ଏକ ଟ୍ରକ୍ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ଟ୍ରକ୍କୁ ଧକ୍କା ଦେଇଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଧକ୍କାର ପ୍ରଭାବରେ ଗୋଟିଏ ଟ୍ରକ୍ରେ ବୋଝେଇ ହୋଇଥିବା କାଗଜ ସାମଗ୍ରୀରେ ନିଆଁ ଲାଗିଯାଇଥିଲା।
କାଗଜ ଶୀଘ୍ର ନିଆଁ ଧରୁଥିବାରୁ ଅଳ୍ପ ସମୟ ମଧ୍ୟରେ ନିଆଁ ସମଗ୍ର ଟ୍ରକ୍କୁ ବ୍ୟାପିଯାଇଥିଲା।
ଫଳରେ ଗାଡ଼ି ଭିତରେ ଥିବା ତିନିଜଣ ବାହାରକୁ ବାହାରି ପାରି ନ ଥିଲେ।
ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ।
ପୁଲିସ କହିଛି, ମୃତକମାନଙ୍କ ପରିଚୟ ଚିହ୍ନଟ କରିବା ଓ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।"