Odia Stars at Asian Games: ଏସୀୟ କ୍ରୀଡ଼ାରେ ଏଥର ଡଜନେ ଓଡ଼ିଆ: ସୁରେଶ ସ୍ବାଇଁଙ୍କ ଆଲେଖ୍ୟ...

Sep 15, 2026 - 17:46
Odia Stars at Asian Games: ଏସୀୟ କ୍ରୀଡ଼ାରେ ଏଥର ଡଜନେ ଓଡ଼ିଆ: ସୁରେଶ ସ୍ବାଇଁଙ୍କ ଆଲେଖ୍ୟ...

"ଏସୀୟ କ୍ରୀଡ଼ାରେ ଏଥର ଡଜନେ ଓଡ଼ିଆ ସୁରେଶ ସ୍ବାଇଁ ଭୁବନେଶ୍ବର: ଜାପାନର ଆଇଚି-ନାଗୋୟାରେ ସେପ୍ଟେମ୍ବର ୧୯ ତାରିଖରୁ ଏସୀୟ କ୍ରୀଡ଼ା ଆରମ୍ଭ ହେବାକୁ ଯାଉଛି।

ପ୍ରତି ୪ ବର୍ଷରେ ଆୟୋଜିତ ହେଉଥିବା ଏହି ମର୍ଯ୍ୟଦାଜନକ ମହାଦେଶୀୟ ବିବିଧ କ୍ରୀଡ଼ା ଇଭେଣ୍ଟର ଏହା ବିଂଶତମ ସଂସ୍କରଣ।

ସର୍ବୋଚ୍ଚ ଏସୀୟ କ୍ରୀଡ଼ା ମହୋତ୍ସବରେ ଏଥର ଭାରତରୁ ୫୦୩ ‌ଖେଳାଳି ଅଂଶଗ୍ରହଣ କରି‌ବେ।

ଏମାନଙ୍କ ବ୍ୟତୀତ ଭାରତୀୟ ଦଳ ସହ ୨୬୫ ଜଣ ଅଫିସିଆଲ୍‌ ଯାତ୍ରା କରୁଛନ୍ତି।

ଫଳରେ ଭାରତୀୟ ସଦସ୍ୟଙ୍କ ସଂଖ୍ୟା ୭୬୮ ରହିଛି।

ଏଥିରେ ଓଡ଼ିଶାରୁ ବର୍ତମାନ ସୁଦ୍ଧା ୨୦ ଜଣ ସାମିଲ ଥିବା ଜଣାପଡ଼ିଛି।

ସେମାନଙ୍କ ମଧ୍ୟରେ କେବଳ ଖେଳାଳି ଭାବେ ୧୪ ଜଣ ରହିଛନ୍ତି।

ଅଣଓଡ଼ିଆ ଭାବେ ଅନିମେଷ କୁଜୁର ଓ ପ୍ରଣତି ନାୟକଙ୍କୁ ବାଦ ଦେଲେ ଡଜନେ ଖାଣ୍ଟି ଓଡ଼ିଆଙ୍କୁ ଜାପାନ ଆକ୍ସନରେ ଦେଖିବାକୁ ମିଳିବ।

ଏମା‌ନେ ୭ଟି ବିଭିନ୍ନ ଖେଳରେ ଅଂଶଗ୍ରହଣ କରି‌ବେ।Advertisment ଆହୁରି ପଢ଼ନ୍ତୁ- Period Pain: ପିରିୟଡ୍‌ ସମୟରେ ଅଧିକ ଯନ୍ତ୍ରଣା ହେଉଛି କି?

ଏଣ୍ଡୋମେଟ୍ରିଓସିସ୍‌ର ଲକ୍ଷଣ ହୋଇପାରେ...

ଓଡ଼ିଶାରୁ ମନୋନୀତ ୧୪ ଜଣଙ୍କ ମଧ୍ୟରୁ ୮ ଜଣ ମହିଳା ଏବଂ ୬ ଜଣ ପୁରୁଷ।

ସର୍ବାଧିକ ୪ ଜଣ ରଗ୍‌ବି ସେଭେନ୍ସ ଭାରତୀୟ ମହିଳା ଦଳରେ ସାମିଲ ଅଛନ୍ତି।

ସେମାନେ ହେଲେ-ପାର୍ବତୀ ହାଁସଦା, ଡୁମୁନି ମାର୍ଣ୍ଡି, ସନ୍ଧ୍ୟାରାଣୀ ଟୁଡୁ, ନିର୍ମାଲ୍ୟ ରାଉତ।

ତେବେ ପ୍ରାରମ୍ଭିକ ଦଳରେ ଏମାନଙ୍କ ନାମ ରହିଥିଲେ ମଧ୍ୟ ଚୂଡାନ୍ତ ତାଲିକା ପ୍ରକାଶ ପାଇନାହିଁ।

ସେହିଭଳି ପୁରୁଷ ହକି ଦଳରେ ଶିଳାନନ୍ଦ ଲାକ୍ରା ଓ ଅମିତ ରୋହିଦାସ ଏବଂ ମହିଳା ହକି ଦଳରେ ରହିଛନ୍ତି ଏକମାତ୍ର ଓଡ଼ିଆ ସୁନେଲିତା ଟୋପ୍ପୋ।

ଜିମ୍ନାଷ୍ଟିକ୍ସରେ ପ୍ରଣତି ନାୟକ ଏକମାତ୍ର ଭାରତୀୟ ଭାବେ ଗସ୍ତ କରୁଛନ୍ତି।

ସେ ମହିଳା ବିଭାଗ ଭଲ୍ଟ ଓ ଅଲରାଉଣ୍ଡ୍‌ରେ ଅଂଶଗ୍ରହଣ କରିବେ।

ଆଥଲେଟିକ୍ସରେ ଅଲିମ୍ପିଆନ୍‌ ଶ୍ରାବଣୀ ନନ୍ଦ ଭାରତୀୟ ମହିଳା ୧୦୦ ମିଟର୍‌ ରିଲେ ଦଳରେ ସାମିଲ ଥିବାବେଳେ ଅନିମେଷ କୁଜୁର ୧୦୦, ୨୦୦ ମିଟର ଦୌଡ଼ ସହିତ ୧୦୦ ମିଟର୍‌ ରିଲେରେ ପ୍ରତିନିଧିତ୍ବ କରିବେ।

ସାଇକ୍ଲିଂରେ ସ୍ବସ୍ତି ସିଂହ ପର୍ସୁଟ୍‌ ଓ ମାଡିସନ୍‌ ଦଳଗତ ଇଭେଣ୍ଟ୍‌ରେ ପ୍ରତିନିଧିତ୍ବ କରିବେ।

ସନ୍ତରଣରେ ମହାରାଷ୍ଟ୍ରରୁ ଖେଳୁଥିବା କଟକ ପୁଅ ଋଷଭ ଦାସ ସର୍ବାଧିକ ୪ଟି ଇଭେଣ୍ଟ୍‌ରେ ଖେଳିବେ।

ତାଙ୍କ ଇଭେଣ୍ଟ୍‌ ଗୁଡ଼ିକ ହେଲା-୫୦, ୧୦୦, ୨୦୦ ମିଟର୍‌ ବ୍ୟାକ୍‌ଷ୍ଟ୍ରୋକ୍‌ ଏବଂ ୪ ଗୁଣା ୧୦୦ ମିଟର୍‌ ମିଡଲେ ରିଲେ।

ପ୍ରଥମ ଥର ପଦାର୍ପଣ କରିବାକୁ ଯାଉଥିବା ଇ-ସ୍ପୋର୍ଟସରେ ଚିନ୍ମୟ ସାହୁ ଓ ରୁଦ୍ରନାରାୟଣ ନାୟକ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

ଚିନ୍ମୟ ଇ-ଫୁଟ୍‌ବଲ୍‌ରେ ଏବଂ ରୁଦ୍ର ପୋକମ୍ୟାନ୍‌ ୟୁନାଇଟ୍‌ରେ ଦେଶର ପ୍ରତିନିଧିତ୍ବ କରିବେ।

ସୁଯୋଗ ପାଇଥିବା ଓଡ଼ିଶାର ୧୪ ଜଣ ଖେଳାଳିଙ୍କ ଭିତରୁ କେବଳ ଅମିତ ରୋହିଦାସ ପୂର୍ବରୁ ଏସିଆଡ୍‌ ପଦକ ଜିତିବାର ସୌଭାଗ୍ୟ ପାଇଛନ୍ତି।

ଅମିତ ୨୦୧୮ରେ ଜାକର୍ତାରେ କାଂସ୍ୟ ଏବଂ ୨୦୨୩ରେ ହଙ୍ଗଝୁରେ ସ୍ବର୍ଣ୍ଣ ବିଜୟୀ ଭାରତୀୟ ହକି ଦଳର ସଦସ୍ୟ ଥିଲେ।

୨୦୨୩ ସଂସ୍କରଣରେ କିଶୋର ଜେନା ପୁରୁଷ ଜାଭଲିନ୍‌ ରୌପ୍ୟ ଏବଂ ଦୀପ୍‌ ଗ୍ରେସ୍‌ ଏକ୍କା ମହିଳା ହକି କାଂସ୍ୟ ପଦକ ଜିତିଥିଲେ ମଧ୍ୟ ଏଥର ଉଭୟ ଦଳରେ ନାହାନ୍ତି।

ଆହୁରି ପଢ଼ନ୍ତୁ- Erasama House Theft: ଘରେ ପଶି ଲୁଟିନେଲେ ଦୁର୍ବୃତ୍ତ, ୨୦୦ ମିଟର ଯାଇ ଅଟକିଲା ସନ୍ଧାନୀ କୁକୁର ୬ ଓଡ଼ିଆ ଅଫିସିଆଲ ଖେଳାଳିଙ୍କ ଅପେକ୍ଷା ୬ ଜଣ ଓଡ଼ିଆ ମଧ୍ୟ ବିିଭିନ୍ନ ଭୂମିକାରେ ରହିବେ ବିଂଶତମ ସଂସ୍କରଣ ଏସିଆଡ୍‌ରେ।

ଅନ୍ତର୍ଜାତୀୟ ପ୍ରଶିକ୍ଷକ ଅଶୋକ ମିଶ୍ର ଏକମାତ୍ର ଜିମ୍ନାଷ୍ଟ ପ୍ରଣତି ନାୟକଙ୍କ ସହିତ ଯାତ୍ରା କରୁଛନ୍ତି।

ସେହିଭଳି ଭାରତୀୟ ପ୍ରତିନିଧି ଦଳ ସହିତ ବିଭୂକଲ୍ୟାଣ ନାୟକ ଡାକ୍ତର ଭୂମିକାରେ ଏବଂ ଦିଗବିଜୟ ସିଂହଦେଓ ପ୍ରେସ୍‌ ଦାୟିତ୍ବରେ ରହିଛନ୍ତି।

ଏମାନଙ୍କ ବ୍ୟତୀତ ଓଡ଼ିଶା କବାଡ଼ି ସଂଘର ସମ୍ପାଦକ ଅଜୟ ବେହେରା, ଅନ୍ତର୍ଜାତୀୟ ହକି ଅମ୍ପାୟାର୍‌ ବିଶ୍ବ ରଂଜନ ଷଡ଼ଙ୍ଗୀ, ଓଡ଼ିଶା ସଫ୍ଟ ଟେନିସ୍‌ ଦଳର ସମ୍ପାଦକ ମହମ୍ମଦ ଆଜାମ ରହିବେ ନିଜ ନିଜ ଖେଳର ପ୍ରତିଯୋଗିତା ପରିଚାଳନା ଦାୟିତ୍ବରେ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)