OCA: ଓସିଏ ନିର୍ବାଚନ ପ୍ରସଂଗ, ବିସିସିଆଇକୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
"କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) କର୍ମକର୍ତ୍ତା ନିର୍ବାଚନ ପ୍ରସଂଗ ନେଇ ଦାୟର ମାମଲାରେ ବୋର୍ଡ ଅଫ୍ କଂଟ୍ରୋଲ ଫର କ୍ରିକେଟ ଇନ୍ ଇଣ୍ଡିଆ (ବିସିସିଆଇ)କୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏଥି ସହିତ ମାମଲାରେ ଅନ୍ୟ ପ୍ରତିପକ୍ଷମାନେ ମଧ୍ୟ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି।
ଏଥି ସହିତ ଅଗଷ୍ଟ ୨୧କୁ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ସନରାଇଜ କ୍ଲବ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।Advertisment ନିୟମ ଅନୁସାରେ ଓସିଏ ନିର୍ବାଚନ ଘୋଷଣା କରାଯାଉ ମାମଲାର ବିବରଣୀରୁ ପ୍ରକାଶ ଯେ ଓସିଏର ବିଭିନ୍ନ ପଦ ପଦବି ପାଇଁ ନିର୍ବାଚନ ପ୍ରସଂଗ ନେଇ ଏହି ମାମଲା ଦାୟର ହୋଇଛି।
ନିୟମ ଅନୁସାରେ ଓସିଏ ନିର୍ବାଚନ ଘୋଷଣା କରାଯାଉ।
ଓସିଏର ବିଭିନ୍ନ ପଦ ପଦବି ପାଇଁ ନିର୍ବାଚିତ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।
ମାମଲାରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ, ବିସିସିଆଇ, ଓସିଏ, ଓସିଏ ସଭାପତି, ଉପସଭାପତି, ଯୁଗ୍ମସଚିବ, କୋଷାଧ୍ୟକ୍ଷ ଓ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।
PM Modi Speech: ଲାଲକିଲ୍ଲାରେ ମୋଦୀଙ୍କ ସମ୍ବୋଧନ: କହିଲେ, ୨୦୪୭ରେ ବିକଶିତ ଭାରତ ସ୍ବପ୍ନ ପୂରଣ ହେବ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
