Nuclear Power Projects: ଓଡ଼ିଶାରେ ହେବ ନବୀନ ଜିନ୍ଦଲ ଗ୍ରୁପ୍‌ର ଆଣବିକ ଶକ୍ତି ପ୍ରକଳ୍ପ!

Jul 19, 2026 - 17:32
Nuclear Power Projects: ଓଡ଼ିଶାରେ ହେବ ନବୀନ ଜିନ୍ଦଲ ଗ୍ରୁପ୍‌ର ଆଣବିକ ଶକ୍ତି ପ୍ରକଳ୍ପ!

"ନୂଆଦିଲ୍ଲୀ: ଦେଶରେ ଆଣବିକ ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ଶିଳ୍ପପତି ନବୀନ ଜିନ୍ଦଲ ଉଦ୍ୟମ ଆରମ୍ଭ କରିଛନ୍ତି।

ନବୀନ ଜିନ୍ଦଲଙ୍କ ଜିନ୍ଦଲ ରିନେୱେବଲ୍‌ସର ଶତ ପ୍ରତିଶତ ସହାୟକ କମ୍ପାନି ଜିନ୍ଦଲ ନ୍ୟୁକ୍ଲିୟର ପାୱାର ପ୍ରାଇଭେଟ୍‌ ଲିମିଟେଡ୍‌ ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟରେ ଏଥିପାଇଁ ସମ୍ଭାବ୍ୟ ସ୍ଥାନ ଅନୁସନ୍ଧାନ କାର୍ଯ୍ୟ ଚଳାଇଛି।

ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଅଛନ୍ତି ଗୁଜରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଝାଡ଼ଖଣ୍ଡ, ଛତିଶଗଡ଼।

ତେବେ ଓଡ଼ିଶାରେ ପ୍ରକଳ୍ପ ସ୍ଥାପନର ସମ୍ଭାବନା ଅଧିକ ରହିଛି।

ପ୍ରକଳ୍ପ ପାଇଁ ଆବଶ୍ୟକ ପ୍ରଯୁକ୍ତି ପାଇବା ଲାଗି ନବୀନ ଜିନ୍ଦଲଙ୍କ ଗ୍ରୁପ୍‌ କମ୍ପାନି ଫ୍ରାନ୍ସର ଇଡିଏଫ୍, ଯୁକ୍ତରାଷ୍ଟ୍ର ଆମେରିକାର ୱେଷ୍ଟିଙ୍ଗହାଉସ୍‌ ଭଳି କମ୍ପାନିଙ୍କ ସହ ଆଲୋଚନା ଆରମ୍ଭ କରିଛି।Advertisment ୭୦୦ ମେଗାୱାଟ୍‌ ଓ ତଦୂର୍ଦ୍ଧ୍ବ କ୍ଷମତା ବିଶିଷ୍ଟ ଲାର୍ଜ ମଡ୍ୟୁଲ୍‌ ରିଆକ୍ଟର୍ସ (ଏଲ୍‌ଏମ୍‌ଆର୍‌) ବିଶିଷ୍ଟ ଆଣବିକ ଶକ୍ତି ପ୍ରକଳ୍ପ ପାଇଁ ଆବଶ୍ୟକ ପ୍ରଯୁକ୍ତି ଆଣିବା ସଂପର୍କରେ ରାଷ୍ଟ୍ରାୟତ୍ତ ଏନ୍‌ପିସିଆଇଏଲ୍‌ (ନ୍ୟୁକ୍ଲିୟର ପାୱାର କର୍ପୋରେସନ ଅଫ୍‌ ଇଣ୍ଡିଆ) ସହ ଆଲୋଚନା କରିଛି।

ନବୀନ ଜିନ୍ଦଲ ଗ୍ରୁପ ଦେଶର ବିଭିନ୍ନ ରାଜ୍ୟରେ ପ୍ରାୟ ୧୮ ଗିଗାୱାଟ୍‌ର ଆଣବିକ ଶକ୍ତି ପ୍ରକଳ୍ପ ସ୍ଥାପନ ଯୋଜନା ରଖିଛି।

ଏଥିପାଇଁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ପଡ଼ିବ।

କେନ୍ଦ୍ର ସରକାର ୨୦୪୭ ମସିହା ସୁଦ୍ଧା ଦେଶରେ ୧୦୦ ଗିଗାୱାଟ୍‌ର ଆଣବିକ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖିଥିବାରୁ ନବୀନ ଜିନ୍ଦଲଙ୍କ କମ୍ପାନି ଦ୍ବାରା ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପ ସହାୟକ ହେବ।

କୁରୁକ୍ଷେତ୍ର ଲୋକସଭା ଆସନରୁ ନବୀନ ଜିନ୍ଦଲଙ୍କ ବିଜୟ ସୂଚନା ଅନୁଯାୟୀ ଇଡିଏଫ୍‌ର ୧୬୫୦ ମେଗାୱାଟ୍‌ର ୟୁରୋପିଆନ ପ୍ରେସରାଇଜଡ୍‌ ରିଆକ୍ଟର୍ସ, ୱେଷ୍ଟିଙ୍ଗହାଉସ୍‌ର ୧୧୫୦ ମେଗାୱାଟ୍‌ ଏପି୧୦୦୦ ରିଆକ୍ଟର ଏବଂ ଏନ୍‌ପିସିଆଇଏଲ୍‌ର ସ୍ବଦେଶୀ ୭୦୦ ମେଗାୱାଟ୍‌ର ପ୍ରେସରାଇଜଡ୍‌ ହେଭି ୱାଟର ରିଆକ୍ଟର ପ୍ରଯୁକ୍ତି ଆଦି ସଂପର୍କରେ ଆଲୋଚନା ହୋଇଛି।

ତେବେ ଚୂଡ଼ାନ୍ତ ପ୍ରଯୁକ୍ତି କ"ଣ ରହିବ ତାହା ନିରାପତ୍ତା, କ୍ଷମତା, ବାଣିଜ୍ୟିକ ଲାଭଦାୟକତା ଏବଂ ଦୀର୍ଘକାଳୀନ ପ୍ରଦର୍ଶନ ଆଦି ଉପରେ ନିର୍ଭର କରିବ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ଟାଟା ପାୱାର ଓ ଏନ୍‌ଟିପିସି ମଧ୍ୟ ୨୦୪୭ ସୁଦ୍ଧା ବିଭିନ୍ନ କ୍ଷମତା ବିଶିଷ୍ଟ ଆଣବିକ ଶକ୍ତି ପ୍ରକଳ୍ପ ବିକାଶ ପାଇଁ ଘୋଷଣା କରିଛନ୍ତି।

ସେମାନେ ଏନ୍‌ପିସିଆଇଏଲ୍‌ ସହ ମିଶି ରାଜସ୍ଥାନରେ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ୧ ଗିଗାୱାଟ ଆଣବିକ ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ୧୫ ହଜାରରୁ ୨୦ ହଜାର କୋଟି ଟଙ୍କାର ନିବେଶ ଆବଶ୍ୟକ।

କାମ ଆରମ୍ଭ ହୋଇ କାର୍ଯ୍ୟକ୍ଷମ ହେବାକୁ ୩ ବର୍ଷ ସମୟ ଆବଶ୍ୟକ ହୋଇଥାଏ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।