Looking at Bhagwati: ଭଗବତୀଙ୍କୁ ଚାହିଁଲେ, ବାପଘରକୁ ଭୁଲିଗଲେ: ଗର୍ଭଗୃହରୁ ଗଳୁଛି ବର୍ଷା ପାଣି

Jul 20, 2026 - 05:12
Looking at Bhagwati: ଭଗବତୀଙ୍କୁ ଚାହିଁଲେ, ବାପଘରକୁ ଭୁଲିଗଲେ: ଗର୍ଭଗୃହରୁ ଗଳୁଛି ବର୍ଷା ପାଣି

"ବିକାଶ ଚନ୍ଦ୍ର ସହୁ ଖୋରଧା: ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା" ଭଗବତୀଙ୍କ ମନ୍ଦିର ଓ ପାରିପାର୍ଶ୍ବିକ ବିକାଶ ପାଇଁ ଢାଳିଦେଲେ ଟଙ୍କା।

ମା" ଭଗବତୀଙ୍କ ମନ୍ଦିର ବିକାଶ ପାଇଁ କେଉଁ ସବୁ ପ୍ରକଳ୍ପ ତିଆରି ହେବ, କେଉଁଠୁ ରାସ୍ତା ବାହରିବ ଓ କେଉଁଠୁ ଲୋକ ହଟିବେ, ତାର ଯୋଜନା ଗତ ବିଜେଡି ସରକାର ଅମଳରୁ ହେଲା।

ବିଜେପି ସରକାର ସେ ପ୍ଲାନ୍‌ରେ ଟିକେ ଏପାଖ ସେପାଖ କରି ପ୍ରକଳ୍ପ ଆଗେଇ ନେଇଛି।

ଦେବୀ ଭଗବତୀଙ୍କ ମନ୍ଦିର ବିକାଶ ପାଇଁ ଉଭୟ ସରକାର ଉଦ୍ୟମ କରିଥିଲେ ହେଁ, ଦେବୀଙ୍କ ପିତ୍ରାଳୟକୁ ସମସ୍ତେ ଭୁଲି ଯାଇଛନ୍ତି।

ତ୍ରୟୋଦଶ ଶତାବ୍ଦୀର କୀର୍ତ୍ତିରାଜି ହୋଇଥିଲେ ହେଁ ଏହା ଆଜି ଅଲୋଡ଼ା ହୋଇ ପଡ଼ିଛି।

ସରକାରୀ ଅବହେଳା ପାଇଁ ଏହି ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଛି।

Advertisment TMC: ବାଚସ୍ପତିଙ୍କ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଦ୍ରୋହୀ ଟିଏମ୍‌ସି ନେତା ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଗଙ୍ଗବଂଶର ରାଜାମାନେ ଦାକ୍ଷିଣାଞ୍ଚଳ ବିଜୟ କରି ଫେରିବା ପରେ ଏହି ମନ୍ଦିର ପ୍ରତିଷ୍ଠା କରାଇଥିଲେ।

ମନ୍ଦିରର ଭାସ୍କର୍ଯ୍ୟ ବେଶ୍ ମନଛୁଆଁ।

ନିର୍ମିତ ଅଷ୍ଟସଖୀ, ନାଗ ନାଗୁଣୀ, ଶାର୍ଦ୍ଦୁଳ, ଓଲଟ ଗଜ, ବରାଜ ସିଂହ, ଓଲଟ ରାଜସିଂହ, ଓଲଟ ଉଡ଼ାସିଂହ, ଅଳସୀକନ୍ୟାମାନଙ୍କର ନାଟ୍ୟରତ ଭଙ୍ଗୀ କଳାକୃତି କୋଣାର୍କ କାରୁକାର୍ଯ୍ୟ ଭଳି ଜୀବନ୍ତ ଓ ମନୋରମ।

ସମଗ୍ର ପୂର୍ବ ଭାରତରେ ଏହା ହେଉଛି ଏକମାତ୍ର ମନ୍ଦିର ଯେଉଁଠାରେ ଦକ୍ଷ ପ୍ରଜାପତିଙ୍କୁ ପୂଜା କରାଯାଏ।

ତାକୁ ମା" ଭଗବତୀଙ୍କର ପିତ୍ରାଳୟ ବୋଲି କୁହନ୍ତି।

ଏଠି ପୂଜା ପାଆନ୍ତି ମା" ଭଗବତୀଙ୍କର ଚଳନ୍ତି ପ୍ରତିମା ମା" କାଠି ଠାକୁରାଣୀ।

ପ୍ରତ୍ୟେକ ମଙ୍ଗଳବାର ପିତ୍ରାଳୟରୁ ମା"ଙ୍କ ଚଳନ୍ତି ପ୍ରତିମା ଦେବୀଙ୍କ ପୀଠକୁ ଆଗମନ ହୁଏ।

ଜରାଜୀର୍ଣ୍ଣ ତ୍ରୟୋଦଶ ଶତାବ୍ଦୀର କୀର୍ତ୍ତିରାଜିଗର୍ଭଗୃହରୁ ଗଳୁଛି ବର୍ଷା ପାଣି ପ୍ରତ୍ନତତ୍ତ୍ବ ବିଭାଗ ଏ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ମୁଣ୍ଡାଇଥିଲା।

ବିଭାଗ ଦାୟିତ୍ବ ନେଲା ପରଠାରୁ ମନ୍ଦିରର ଦୁର୍ଦ୍ଦିନ ଆରମ୍ଭ ହେଲା।

ମୁଖ୍ୟ ମନ୍ଦିର ଅଗ୍ରଭାଗରେ ଫାଟ ସୃଷ୍ଟି ହୋଇଛି।

ଗର୍ଭଗୃହରୁ ଇଟା ଓ ଚୂନ ଅତଡ଼ା ଖସୁଛି।

ବର୍ଷାପାଣି ସବୁ ମା"ଙ୍କ ଆସ୍ଥାନରେ ଜମା ହେଉଛି।

ପାଣିରେ ମା"ଙ୍କ ଆସ୍ଥାନ ବୁଡ଼ି ମନ୍ଦିର ପରିସରରେ ଥିବା ଛୋଟ ବଡ଼ ମନ୍ଦିରଗୁଡ଼ିକ ବି ସମାନ ଅବସ୍ଥାକୁ ଆସିଲାଣି।

ପରିସ୍ଥିତି ଏମିତି ହୋଇଛି ଯେ ଦେବୀଙ୍କ ଆସ୍ଥାନ ବି ଅସୁରକ୍ଷିତ ହୋଇପଡ଼ିଛି।

ଅସରାଏ ବର୍ଷାରେ ମନ୍ଦିରର ଗର୍ଭଗୃହରୁ ପାଣି ଗଳୁଛି।

ପାଣିରେ ଭିଜୁଛି ମା"ଙ୍କର ଆସ୍ଥାନ ବୁଡ଼ି ଯାଉଛି।

ପତ୍ନତତ୍ତ୍ବ ବିଭାଗ ଦାୟିତ୍ବରେ ଥିବା ଏ ମନ୍ଦିରର ରକ୍ଷଣାବେକ୍ଷଣ ଏବେଠୁ କରା ନଗଲେ ମନ୍ଦିର କେତେବେଳେ ଭୁଶୁଡ଼ିପଡ଼ିବ ସେନେଇ ସ୍ଥାନୀୟ ଅଞ୍ଚଳବାସୀ ଆଶଙ୍କିତ ହୋଇପଡ଼ିଛନ୍ତି।

Punascha Pruthibi: ବନ ସୁରକ୍ଷାରେ ବ୍ରତୀ ଲାଲୁ ଶବର ଏ ମନ୍ଦିରଟି ଏମିତି ବିପଜ୍ଜନକ  ଅବସ୍ଥାକୁ ଚାଲି ଆସିଥିବା ବେଳେ ବିଭାଗ ପୂରା ଅବହେଳା କରି ଆସୁଥିଲା।

ନୂଆ ସରକାର ବଦଳିଲା ପରେ ଏ ମନ୍ଦିର ପାଇଁ କିଛି କାମ ହେବ ବୋଲି ଲୋକେ ଆଶା ବାନ୍ଧିଥିଲେ।

ଏମିତିକି, ଖୋଦ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମନ୍ଦିର ସ୍ଥିତି ସୁଧୁରିବ ବୋଲି ଲୋକଙ୍କ ମନରେ ଆଶା ଜଗାଇଥିଲେ।

କିନ୍ତୁ, ସବୁ ଆଶା ଆଶାରେ ରହିଯାଇଛି।

ସମସ୍ତଙ୍କ ଦୃଷ୍ଟି ମା" ଭଗବତୀଙ୍କ ମନ୍ଦିର ଆଡ଼କୁ ଯାଉଥିବା ବେଳେ ଦକ୍ଷ ପ୍ରଜାପତି ମନ୍ଦିର ପୂରା ଅବହେଳାର ଶିକାର ହୋଇ ଚାଲିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।