Lift became expensive: ଲିଫ୍ଟ ମାଗିବା ମହଙ୍ଗା ପଡ଼ିଲା: ରତନପୁର ଜଙ୍ଗଲରୁ ପୀଡ଼ିତା ଉଦ୍ଧାର, ଧରାପଡ଼ିଲା ଦୁଷ୍କର୍ମ ଉଦ୍ୟମକାରୀ
"ଭୁବନେଶ୍ବର: ଅପରିଚିତ ଯୁବକକୁ ଲିଫ୍ଟ ମାଗିବା ଜଣେ ଯୁବତୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।
ବାଇକ୍ ଆରୋହୀ ଯୁବତୀଙ୍କୁ ନେଇ ଏକ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ କରିଥିଲେ ହେଁ ସୌଭାଗ୍ୟବଶତଃ ସେ ନିଜ ବୁଦ୍ଧି ବଳରେ ବର୍ତ୍ତିଯାଇଛନ୍ତି।
ସେହିଭଳି ଜଙ୍ଗଲରେ ବାଟବଣା ହୋଇଯାଇଥିବା ପୀଡ଼ିତାଙ୍କୁ କମିସନରେଟ୍ ପୁଲିସର ଚାରି ଚାରିଟି ଟିମ୍ ଖୋଜିଖୋଜି ୩ଘଣ୍ଟା ପରେ ଉଦ୍ଧାର କରିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୀଡ଼ିତାଙ୍କ ସୂଚନା ଆଧାରରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତକୁ ପୁଲିସ ଠାବ କରିଛି।
ଅଭିଯୁକ୍ତକୁ ଇନ୍ଫୋଭ୍ୟାଲି ଥାନାରେ ଅଟକ ରଖାଯାଇଛି ଏବଂ ପୀଡ଼ିତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ରାଜଧାନୀ ଉପକଣ୍ଠରେ ଇନ୍ଫୋଭ୍ୟାଲି ଥାନା ପିତାପଲ୍ଲୀ ନିକଟ ରତନପୁର ସଂରକ୍ଷିତ ଜଙ୍ଗଲରେ ଘଟିଥିବା ଏହି ଘଟଣା ଆଜି ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଦେଇଛି।Advertisment Neglect: କେବେ ସୁଧୁରିବ ଭଞ୍ଜ ମାର୍କେଟର ଡ୍ରେନେଜ୍ ବ୍ୟବସ୍ଥା?
ମୁକ୍ତ ଶୌଚାଳୟ ପାଲଟିଛି ଡ୍ରେନ୍ ପୁଲିସ ସୂଚନାନୁସାରେ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟା ସମୟରେ ପୀଡ଼ିତା ଖୋର୍ଦ୍ଧା ବସ୍ଷ୍ଟାଣ୍ଡରୁ ଭୁବନେଶ୍ବର ଯିବା ପାଇଁ ଅପେକ୍ଷା କରିଥିଲେ।
ମାତ୍ର ସେହି ସମୟରେ ବସ୍ ନଥିବାରୁ ସେ ଲିଫ୍ଟ ମାଗିବାକୁ ଉଦ୍ୟମ କରିଥିଲେ।
ଏତିକିବେଳେ ଜଣେ ବାଇକ୍ ଆରୋହୀ ପହଞ୍ଚିଯିବାରୁ ପୀଡ଼ିତା ତାଙ୍କୁ ଲିଫ୍ଟ ମାଗିଥିଲେ।
ବାଇକ୍ ଆରୋହୀଜଣକ ପୀଡ଼ିତାଙ୍କୁ ନେଇ ପିତାପଲ୍ଲୀ ଛକରୁ ବାରଙ୍ଗ ରାସ୍ତାରେ ଯାଇଥିଲା।
ଗଙ୍ଗପଡ଼ା ଛକ ପୂର୍ବରୁ ସେ ହଠାତ୍ ଏକ ଡଗର ରାସ୍ତାରେ ବାଇକ୍ ନେଇ ରତନପୁର ସଂରକ୍ଷିତ ଜଙ୍ଗଲ ଭିତରକୁ ପଶିଯାଇଥିଲା।
ଏହାପରେ ସେ ପୀଡ଼ିତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିବାକୁ ଟଣାଓଟରା କରିଥିଲା।
କିନ୍ତୁ ପୀଡ଼ିତା ସାହସର ସହ ତା ସହିତ ଲଢ଼ିଥିଲେ ଏବଂ ଜଙ୍ଗଲ ଭିତରେ ଦୌଡ଼ିଥିଲେ।
କାମୁକ ଯୁବକଜଣକ ପିଛା କରିଥିଲା।
ଦୌଡ଼ିବା ଭିତରେ ପୀଡ଼ିତା ୧୧୨କୁ ଫୋନ୍ କରି ଘଟଣା ବିଷୟରେ ପୁଲିସକୁ ଜଣାଇଥିଲେ।
ପୁଲିସକୁ ଫୋନ୍ ହେବା ଦେଖି କାମୁକ ଯୁବତୀଙ୍କ ପିଛା ଛାଡ଼ିଦେଇଥିଲା।
କିନ୍ତୁ ପୀଡ଼ିତା ଦୌଡ଼ିବା ବନ୍ଦ କରି ନଥିଲେ।
କିଛି ସମୟ ପରେ ସେ ନିଶ୍ଚିତ ହେଲେ ଯେ ଦୁର୍ବୃତ୍ତଜଣକ ପିଛା କରୁନାହିଁ।
କିନ୍ତୁ ସେତେବେଳକୁ ସେ ଜଙ୍ଗଲରେ ବାଟବଣା ହୋଇସାରିଥିଲେ।
ଏଣେ ତାଙ୍କ ମୋବାଇଲ୍ରେ ମାତ୍ର ୧୦ ଶତକଡ଼ା ଚାର୍ଜ ଥିଲା।
ତେଣୁ ସେ ପୁଣିଥରେ ୧୧୨କୁ କଲ୍ କରି ସବୁ କଥା କହିଥିଲେ।
ଅବଶ୍ୟ ସେତେବେଳକୁ ଏସିପିଙ୍କ ସମେତ ଇନ୍ଫୋଭ୍ୟାଲି, ଜଟଣୀ ଓ ଖୋର୍ଦ୍ଧା ଥାନାର ଚାରିଟି ଟିମ୍ ରତନପୁର ଜଙ୍ଗଲରେ ପହଞ୍ଚି ସାରିଥିଲା।
କିନ୍ତୁ ଯୁବତୀଙ୍କୁ ଜଙ୍ଗଲ ଭିତରେ ଠାବ କରିବା କାଠିକର ବ୍ୟାପାର ଥିଲା।
TMC: ବାଚସ୍ପତିଙ୍କ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଦ୍ରୋହୀ ଟିଏମ୍ସି ନେତା ଚାରି ଟିମ୍ର ପୁଲିସ କର୍ମଚାରୀମାନେ ଜଙ୍ଗଲ ଭିତରକୁ ଖେଦି ଯାଇଥିଲେ।
କିନ୍ତୁ ଯୁବତୀଙ୍କ ଟେର୍ ମିଳିନଥିଲା।
ସେହିଭଳି ଚାର୍ଜ ସରଯାଇଥିବାରୁ ତାଙ୍କ ମୋବାଇଲ୍ ବନ୍ଦ ହୋଇଯାଇଥିଲା।
ତେଣୁ ପୁଲିସ ଡାକବାଜି ଯନ୍ତ୍ର, ଫ୍ଲୋୟାର୍ ଗନ୍, ଡ୍ରୋନ୍ ଆଦି ବ୍ୟବହାର କରିଥିଲା।
ଏମିତିକି ଜଙ୍ଗଲ ଭିତରେ ରକେଟ୍ ବାଣ ଫୁଟାଇ ପୁଲିସ ଯୁବତୀଙ୍କୁ ସଂକେତ ଦେଇଥିଲା।
ଏମିତିରେ ଅପରାହ୍ଣ ୧ଟାରୁ ୪ଟା ପର୍ଯ୍ୟନ୍ତ ୩ଘଣ୍ଟାର ଅପରେସନ୍ ପରେ ଯୁବତୀଙ୍କୁ ଠାବ କରାଯାଇଥିଲା।
ପ୍ରଥମେ ମାମଲା ରୁଜୁ କରିବାକୁ ପୀଡ଼ିତା ଭୟ କରିଥିଲେ ହେଁ ପୁଲିସର କାଉନ୍ସେଲିଂରେ ରାଜି ହୋଇଥିଲେ ଏବଂ ଅଭିଯୁକ୍ତ ବାବଦରେ କିଛି ସୂଚନା ଦେଇଥିଲେ।
ଖୋର୍ଦ୍ଧାରୁ ପିତାପଲ୍ଲୀ ଭିତରେ ଥିବା ବିଭିନ୍ନ ଜାଗାର ସିସିଟିଭି ଫୁଟେଜ୍ ଯାଞ୍ଚ କରି ପୁଲିସ ଅଭିଯୁକ୍ତକୁ ଠାବ କରିଥିଲା।
ତା"ଠାରୁ ବାଇକ୍ ଜବତ କରାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।