NTPC: ଏନଟିପିସି ପ୍ଲାଣ୍ଟରେ ଦୁର୍ଘଟଣା, ୫ ଶ୍ରମିକ ଗୁରୁତର
"କଣିହାଁ: କଣିହାଁସ୍ଥିତ ଏନଟିପିସି ପ୍ଲାଣ୍ଟରେ ଗତକାଲି ରାତିରେ ୧ ନମ୍ବର ସିଏଚପି ବଙ୍କର ବ୍ଲାଷ୍ଟ ହେବାରୁ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣା ପଡିଛି।
ଗୁରୁତର ଆହତ ଥିବା ଶ୍ରମିକମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତି ହୋଇଥିବା ଜଣାପଡିଛି।
ଘଟଣାରୁ ପ୍ରକାଶ ଯେ ଗତ କାଲି ରାତି ପ୍ରାୟସାଢେ ୧୨ଟା ବେଳେ ଏନଟିପିସି ପ୍ଲାଣ୍ଟର ଷ୍ଟେଜ- ୧ ନମ୍ବର ସିଏଚପି ବଙ୍କର ଫାଟି ଯିବାରୁ ନିକଟରେ କାମ କରୁଥିବା ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇ ଥିଲେ।Advertisment ଆହତ ଶ୍ରମିକମାନଙ୍କୁ ଉଦ୍ଧାର ଖବର ପାଇ କାମ କରୁଥିବା ଶ୍ରମିକ, ଏନଟିପିସି ସିଆଇଏସଏଫର କର୍ମଚାରୀ ଓ ଏନଟିପିସିର ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଆହତ ହୋଇଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଚିକିତ୍ସା ପାଇଁ ଏନଟିପିସି ଡାକ୍ତରଖାନାରେ ଭର୍ତି କରାଯାଇଥିଲା।
ସେମାନଙ୍କ ମଧ୍ୟରୁ ୩ ଜଣ ଶ୍ରମିକ ଏନଟିପିସି ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ ୨ ଗୁରତର ଆହତ ଥିବା ଶ୍ରମିକଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ଆହତ ଶ୍ରମିକମାନେ ହେଲେ ଏନଟିପିସି ଥାନା ରଙ୍ଗବେଡା ଗାଁର ଖଗେଶ୍ୱର ସାହୁ ( ୩୩), କଣିହାଁ ଥାନା ତେଲିସିଂହା ଗାଁର ସୁଶାନ୍ତ କୁମାର ସାହୁ,(୫୬) କମରେଇ ଗାଁର କିଶୋରି ପ୍ରଧାନ( ୫୧), ଟେଣ୍ଟେଇ ବେରେଣୀ ଗାଁର ଶୁକଦେବ ଭୁତିଆ(୫୨) ଓ ନାଲମ ବଳରାମ ନାଏକ(୨୫) ବୋଲି ଜଣାପଡିଛି।
ଦୁର୍ଘଟଣା ଘଟିବା ପରେ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
Delhi: ପ୍ରକାଶ ପାଶୱାନଙ୍କ ପଲ୍ଲୀରୁ ଦିଲ୍ଲୀ ଯାତ୍ରା, ତାଙ୍କ ନାଁରେ ୧୭ଟି ଅପରାଧିକ ମାମଲା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

