Hardship Camps: ୪୮ ହଜାର ଦିଅ, ଝାଳ ବୁହାଅ! ଧନୀ ପିଲାଙ୍କୁ ‘କଷ୍ଟ’ ଶିଖାଉଛି ଚୀନର ସମର କ୍ୟାମ୍ପ

Aug 22, 2026 - 09:51
Hardship Camps: ୪୮ ହଜାର ଦିଅ, ଝାଳ ବୁହାଅ! ଧନୀ ପିଲାଙ୍କୁ ‘କଷ୍ଟ’ ଶିଖାଉଛି ଚୀନର ସମର କ୍ୟାମ୍ପ

"ନୂଆଦିଲ୍ଲୀ:  ସୁବିଧା ଛାଡ଼...

ମାଟିରେ କାମ କର!

ହାତରେ ଧର କୋଦାଳ, ଚାଷ ଜମିରେ ବୁହାଅ ଝାଳ...

ଆଉ ଭୁଲିଯାଅ ମୋବାଇଲ୍‌!

ଏମିତି ଅଜବ ସମର କ୍ୟାମ୍ପ ଏବେ ଚର୍ଚ୍ଚାରେ।

ଆଶ୍ଚର୍ଯ୍ୟର କଥା, ଏଠାକୁ ଗରିବ ନୁହେଁ, ବରଂ ଧନୀ ପରିବାରର ପିଲାମାନେ ଯାଉଛନ୍ତି।

ଆଉ ଏହି "କଷ୍ଟ" ଶିଖିବା ପାଇଁ ଅଭିଭାବକ ଗଣୁଛନ୍ତି ହଜାର ନୁହେଁ, ଲକ୍ଷ ଲକ୍ଷ ଟଙ୍କା।

କ୍ୟାମ୍ପରେ ନା ଅଛି ଲଗ୍ଜୁରୀ ଲାଇଫ୍‌, ନା ମୋବାଇଲ୍‌ର ମଜା।

ବରଂ ବିଲରେ କାମଠାରୁ ଆରମ୍ଭ କରି ଶାରୀରିକ ପରିଶ୍ରମ ପର୍ଯ୍ୟନ୍ତ ଚାଲେ କଠିନ ଟ୍ରେନିଂ।

ତେବେ ଧନୀ ପିଲାଙ୍କୁ କାହିଁକି ଦିଆଯାଉଛି ଏଭଳି "ଦୁଃଖ" କଷ୍ଟର  ତାଲିମ?

ଏହା ଆପଣଙ୍କ ମନରେ  ନିଶ୍ଚୟ  ପ୍ରଶ୍ନ ଆସୁଥିବ ।

Advertisment Captain Arrested: ମୋ ସ୍ବାମୀଙ୍କୁ "ବଲିକା ବକ୍ରା" ସଜାଯାଇଛି: ବ୍ରିଟେନରେ ଭାରତୀୟ କ୍ୟାପଟେନ ଗିରଫ   ସାଧାରଣତଃ ସମର କ୍ୟାମ୍ପ ମାନେ ଖେଳ, ମଜା, ନୂଆ କିଛି ଶିଖିବା ଆଉ ସାଙ୍ଗସାଥୀଙ୍କ ସହ ସମୟ କାଟିବା।

କିନ୍ତୁ ଚୀନରେ ଚାଲିଥିବା ଏହି "ହାର୍ଡସିପ୍ ସମର କ୍ୟାମ୍ପ"ର ଚିତ୍ର ସମ୍ପୂର୍ଣ୍ଣ ଅଲଗା।

ଏଠାରେ ପିଲାମାନଙ୍କୁ ଆରାମଦାୟକ ଜୀବନରୁ ଦୂରେଇ ରଖାଯାଉଛି।

ଚାଷ ଜମିରେ କାମ କରିବା, ଗଛର ବକ୍କଳ ଛଡ଼ାଇବା ଏବଂ ବିଭିନ୍ନ ଶାରୀରିକ କାମ କରିବାକୁ ଦିଆଯାଉଛି ତାଲିମ।

କ୍ୟାମ୍ପରେ ପହଞ୍ଚିବା ପରେ ପ୍ରଥମେ ମୋବାଇଲ୍‌ ଫୋନ୍‌  ବନ୍ଦ କରି ଦିଆଯାଏ ।

ଅର୍ଥାତ୍‌ କିଛି ଦିନ ପାଇଁ ଡିଜିଟାଲ୍‌ ଦୁନିଆଠାରୁ ସମ୍ପୂର୍ଣ୍ଣ ଦୂରରେ ରହିବେ ପିଲା।

ଏବେ ପ୍ରଶ୍ନ ଉଠୁଛି ଏତେ କଷ୍ଟ ପାଇଁ ଫି" କେତେ?

ରିପୋର୍ଟ ଅନୁସାରେ, ୧୦ ଦିନିଆ କ୍ୟାମ୍ପ ପାଇଁ ପ୍ରାୟ ୪୮ ହଜାର ଟଙ୍କା ଫି" ନିଆଯାଉଛି।

ଆଉ ଏକ ମାସ ରହିବାକୁ ହେଲେ ଖର୍ଚ୍ଚ ୧ ଲକ୍ଷ ୨୦ ହଜାର ଟଙ୍କାରୁ ଅଧିକ।

ସବୁଠାରୁ ରୋଚକ କଥା ହେଉଛି, ଏଠାରେ ପରିଶ୍ରମ ଅନୁସାରେ ସୁବିଧା ମିଳୁଥିବା ନିୟମ ମଧ୍ୟ ରହିଛି।

ଠିକ୍‌ ଭାବେ କାମ ନକଲେ ଖାଦ୍ୟରେ ମଧ୍ୟ କମ୍‌ ପରିମାଣର ଆଳୁ ମିଳୁଥିବା କୁହାଯାଉଛି।

କ୍ୟାମ୍ପ ଆୟୋଜକଙ୍କ କହିବା କଥା, ଧନୀ ପରିବାରର ପିଲାମାନେ ସବୁବେଳେ ସୁବିଧା ଭିତରେ ବଢ଼ୁଥିବାରୁ ଜୀବନରେ ପରିଶ୍ରମର ମୂଲ୍ୟ ବୁଝିପାରନ୍ତି ନାହିଁ।

ତେଣୁ କିଛି ଦିନ ପାଇଁ ସେମାନଙ୍କୁ କଠିନ ପରିସ୍ଥିତି ସହ ପରିଚିତ କରାଯାଉଛି।

ଏହାଦ୍ୱାରା ପିଲାମାନେ ଆତ୍ମନିର୍ଭର ହେବା ସହ ଖାଦ୍ୟ, ଟଙ୍କା ଓ ସୁବିଧା ପଛରେ ଥିବା ପରିଶ୍ରମକୁ ସମ୍ମାନ କରିବା ଶିଖିବେ ବୋଲି ଆୟୋଜକ ଓ କିଛି ଅଭିଭାବକଙ୍କ ମତ।

ତେବେ ପିଲାଙ୍କୁ ପରିଶ୍ରମ ଶିଖାଇବା ନାଁରେ ଏତେ କଠିନ ତାଲିମ କେତେଦୂର ଠିକ୍‌?

ଏହି ପ୍ରଶ୍ନ ମଧ୍ୟ  ଉଠିଛି ।

କେହି ଏହାକୁ "ଲାଇଫ୍‌ ସ୍କିଲ୍‌", ତ ଆଉ କେହି "ଅତ୍ୟଧିକ କଠୋରତା" ବୋଲି କହୁଛନ୍ତି।

ତେବେ ଧନୀ ପିଲାଙ୍କୁ ଧନର ମୂଲ୍ୟ ବୁଝାଇବା ପାଇଁ ଲକ୍ଷ ଟଙ୍କା ଖର୍ଚ୍ଚ କରି କଷ୍ଟ କିଣିବା ଏହି ନିଆରା ଟ୍ରେଣ୍ଡ ଏବେ ଚର୍ଚ୍ଚାରେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)