NSA Against Sanjay Suna ୨୫ଟି ଅପରାଧିକ ମାମଲାରେ ସମ୍ପୃକ୍ତ ଦୁର୍ଦ୍ଦାନ୍ତ ସଞ୍ଜୟ ସୁନାକୁ ଲାଗିଲା ଏନ୍‌ଏସ୍‌ଏ

Aug 20, 2026 - 20:15
NSA Against Sanjay Suna ୨୫ଟି ଅପରାଧିକ ମାମଲାରେ ସମ୍ପୃକ୍ତ ଦୁର୍ଦ୍ଦାନ୍ତ ସଞ୍ଜୟ ସୁନାକୁ ଲାଗିଲା ଏନ୍‌ଏସ୍‌ଏ

"ଜୟପୁର:  କୋରାପୁଟ ଜିଲ୍ଲା ଜୟପୁରର ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୟ ସୁନା ନାଁରେ ଜାତୀୟ ନିରାପତ୍ତା ଆଇନ (ଏନ୍‌ଏସ୍‌ଏ) ଲଗାଇଛି ଜୟପୁର ପୁଲିସ।

ବିଗତ ୧୦ବର୍ଷ ଧରି ସଞ୍ଜୟ ନାଁରେ ଥିବା ଆପରାଧିକ ରେକର୍ଡର ସମୀକ୍ଷା କରି ପୁଲିସ ଏନ୍‌ଏସ୍‌ଏ ଲଗାଇବାକୁ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲା।

ସରକାରଙ୍କ ଅନୁମତି ମିଳିବା ପରେ ଏନଏସ୍‌ଏ ଲଗାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।

Advertisment ଜୟପୁର ଏସ୍‌ଡିପିଓ ଅର୍ଚ୍ଚିତା ମିତ୍ତଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଅପରାଧିକ ମାମଲାରେ ସଞ୍ଜୟ ଗିରଫ ହୋଇ ଜୟପୁର ଜେଲ୍‌ରେ ଥିବାବେଳେ ପୁଲିସ ଏହି ପଦକ୍ଷେପ ନେଇଛି।

Criminals: ଅଶାନ୍ତ ରାଜଧାନୀ ଅପହଞ୍ଚ ଅପରାଧୀ: ଦୁର୍ବଳ ତଦନ୍ତ ପାଇଁ ଅଭିଯୁକ୍ତ ଧରାପଡ଼ୁନାହାନ୍ତି ସୂଚନା ମୁତାବକ, ସଞ୍ଜୟ ସୁନା ନାଁରେ ଜୟପୁର ଟାଉନ୍‌ ଥାନା, ସଦର ଥାନା, ବୋରିଗୁମ୍ମା, ବି.ସିଂହପୁର, କୋଟପାଡ଼, କୋରାପୁଟ ସଦର ଓ ନବରଙ୍ଗପୁର ଥାନାରେ ୨୫ରୁ ଊର୍ଦ୍ଧ୍ବ ସଙ୍ଗିନ୍‌ ମାମଲା ରହିଛି।

ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ, ଡକାୟତି, ରାହାଜାନି, ଗଞ୍ଜେଇ ଚୋରାଚାଲାଣ ଓ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ସଞ୍ଜୟ ଜଡ଼ିତ ଥିବା ଏବଂ ବାରମ୍ବାର ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଏବଂ ଶାନ୍ତି ଓ ସୁରକ୍ଷା ପ୍ରତି ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ସଞ୍ଜୟଙ୍କ ନାଁରେ ଏନ୍‌ଏସ୍‌ଏ ଲଗାଇଛି ପୁଲିସ।

Supreme Court: ରାଜ୍ୟଙ୍କର ଏଫଆଇଆର ପ୍ରତ୍ୟାହାର କରିବାର ସ୍ୱାଧୀନତା ଅଛି କିନ୍ତୁ ଗୁରୁତର ଅପରାଧୀଙ୍କୁ ଆଶ୍ୱସ୍ତି ମିଳିବ ନାହିଁ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଗତ ଏକ ମାସ ଧରି ଜୟପୁର ପୁଲିସ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି।

ନିକଟରେ ଚୋରି, ରାହାଜାନି ଭଳି କିଛି ମାମଲାରେ ପୁଣି ସଞ୍ଜୟଙ୍କ ସମ୍ପୃକ୍ତି ନେଇ ପ୍ରମାଣ ମିଳିବା ପରେ ଏନ୍‌ଏସ୍‌ଏ ଲାଗି ରାଜ୍ୟ ସରକାରଙ୍କ ସୁପାରିସ ଲୋଡ଼ିଥିଲା ଜୟପୁର ପୁଲିସ।

ସଞ୍ଜୟଙ୍କ ପୂର୍ବରୁ ସହରର ଅନ୍ୟତମ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରିନ୍ସ ସୁନା ନାଁରେ ମଧ୍ୟ ପୁଲିସ୍‌ ଏନ୍‌ଏସ୍‌ଏ ଲଗାଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media