Nita Ambani: ‘ଆଜି ଆପଣମାନଙ୍କ ସହିତ ଅଛୁ, ଆଗକୁ ବି ରହିବୁ’: ଆସାମ ବନ୍ୟା ରିଲିଫ୍ ପାଇଁ ନୀତା ଅମ୍ବାନୀଙ୍କ ୨୧ କୋଟି ସହାୟତା
"ମୁମ୍ବାଇ: ଆସାମର ପ୍ରଳୟଙ୍କରୀ ବନ୍ୟା ପୀଡ଼ିତମାନଙ୍କ ପାଇଁ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି।
ଏକ ବାର୍ତ୍ତାରେ ସେ କହିଛନ୍ତି ଯେ ଆସାମର ଲୋକମାନଙ୍କ ସହିତ ଆମର ଭାବନା ଓ ପ୍ରାର୍ଥନା ରହିଛି।
ଏହି ପ୍ରଳୟଙ୍କରୀ ବନ୍ୟାରେ ପ୍ରଭାବିତ ପ୍ରତିଟି ପରିବାର ପ୍ରତି ମୁଁ ସମବେଦନା ଜଣାଉଛି।
ମନେ ରଖନ୍ତୁ, ଆପଣମାନେ ଏକା ନୁହନ୍ତି।
ରିଲାଏନ୍ସ ଫାଉଣ୍ଡେସନ, ବନତାରା ଓ ସମଗ୍ର ରିଲାଏନ୍ସ ପରିବାର ଗତ କିଛି ଦିନ ଧରି ଆସାମ ବନ୍ୟା ପୀଡ଼ିତଙ୍କ ପାଇଁ ସରକାର ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି।Advertisment ଆହୁରି ପଢନ୍ତୁ: Assam: ଆସାମରେ ବର୍ବର କାଣ୍ଡ: ନାବାଳିକାଙ୍କୁ ଘରେ ପଶି ଦୁଷ୍କର୍ମ ପରେ ହତ୍ୟା ସଙ୍କଟକୁ ସାମନା କରିବା ବେଳେ ଆସାମର ଲୋକମାନେ ସର୍ବଦା ସତ୍ସାହସ ଦେଖାଇଛନ୍ତି।
ଆମେ ଆଜି ଆପଣମାନଙ୍କ ସହିତ ଅଛୁ ଓ ଆଗାମୀ ଦିନରେ ମଧ୍ୟ ରହିବୁ।
ମିଳିତ ଭାବେ ଆମେ ଜୀବନକୁ ପୁଣି ଥରେ ଗଢ଼ିବା, ପୁଣି ଆଶା ଜାଗି ଉଠିବ ଓ ଆମେ ପୁଣି ଥରେ ପୂର୍ବାପେକ୍ଷା ଆହୁରି ଦୃଢ଼ ହୋଇ ଆଗକୁ ବଢ଼ିବା ବୋଲି ଶ୍ରୀମତୀ ଅମ୍ବାନୀ କହିଛନ୍ତି।
ବନ୍ୟା ରିଲିଫ୍ରେ ନିରନ୍ତର ସହଯୋଗ କରିଥିବାରୁ ଫାଉଣ୍ଡେସନ ଓ ଶ୍ରୀମତୀ ଅମ୍ବାନୀଙ୍କ ପ୍ରତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କୃତଜ୍ଞତା ଜଣାଇଛନ୍ତି।
ଆହୁରି ପଢନ୍ତୁ: Mohan Bhagawat: ମୁମ୍ବାଇରେ ଜେନ୍ ଜି ଓ ଜେନ୍ ଆଲ୍ଫାଙ୍କ ସହ କଥା ହେବେ ମୋହନ ଭାଗବତ ଆମ ରାଜ୍ୟ କଠିନ ସମୟ ସାମନା କରିବା ବେଳେ ସର୍ବଦା ରିଲାଏନ୍ସ ଫାଉଣ୍ଡେସନ ଓ ଏହାର ପ୍ରତିଷ୍ଠାତା ଶ୍ରୀମତୀ ଅମ୍ବାନୀ ସହଯୋଗ କରିଛନ୍ତି।
ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୧ କୋଟି ଟଙ୍କା ସହାୟତା ଦେଇଛନ୍ତି।
ଏହା ବ୍ୟତୀତ ରିଲାଏନ୍ସ ଫାଉଣ୍ଡେସନର ଟିମ୍ ଲୋକମାନଙ୍କୁ ଭୋଜନ, ସ୍ବାସ୍ଥ୍ୟସେବା, ଜରୁରୀକାଳୀନ ରହଣୀ ସୁବିଧା ଓ ପଶୁ ସମ୍ପଦଙ୍କ ଯତ୍ନ ନେବାରେ ନିୟୋଜିତ ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।