Prashant Kishore: ବିଜେପି ଗଡ଼ ବାଙ୍କୀପୁର ଉପନିର୍ବାଚନରେ ଜିତି ଇତିହାସ ରଚିଲେ ପ୍ରଶାନ୍ତ କିଶୋର

Aug 03, 2026 - 18:39
Prashant Kishore: ବିଜେପି ଗଡ଼ ବାଙ୍କୀପୁର ଉପନିର୍ବାଚନରେ ଜିତି ଇତିହାସ ରଚିଲେ ପ୍ରଶାନ୍ତ କିଶୋର

"ପାଟନା: ଜୁଲାଇ ୩୦ ତାରିଖରେ ବିହାରର ବାଙ୍କୀପୁର, ମଧ୍ୟପ୍ରଦେଶର ଦତିଆ ଓ ଗୁଜରାଟର ମାଞ୍ଜଲପୁରରେ ଅନୁଷ୍ଠିତ ବିଧାନସଭା ଉପନିର୍ବାଚନରେ ଫଳାଫଳ ସୋମବାର ବିଜେପି ଦୁଇଟି ଆସନରେ ପରାସ୍ତ ହୋଇଥିବାବେଳେ ଗୋଟିଏ ଆସନ ଜିତିଛି।

ବାଙ୍କୀପୁରରେ ଜିତି ପ୍ରଶାନ୍ତ କିଶୋରଓ ତାଙ୍କ ଜନ ସୁରାଜ ପାର୍ଟି ଇତିହାସ ରଚିଛନ୍ତି।

ଗତ ୩୦ ବର୍ଷ ହେଲା ବାଙ୍କୀପୁର ବିଧାନସଭା ଆସନରେ ବିଜେପି ଜିତି ଆସୁଥିଲା।

ଦତିଆରେ କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ସିଂହ ଓ ଗୁଜରାଟର ମାଞ୍ଜଲପୁରରେ ବିଜେପି ପ୍ରାର୍ଥୀ ସତୀଶ ପଟେଲ ଜିତିଛନ୍ତି।Advertisment ଆହୁରି ପଢନ୍ତୁ: Contractors' Protest ଆର୍‌ଡବ୍ଲୁଏସ୍‌ଏସ୍‌ କାର୍ଯ୍ୟାଳୟ ସମ୍ମୁଖରେ ଠିକାଦାର ସଙ୍ଘର ଧାରଣା ବିଜେପିର ଗଡ଼ କୁହାଯାଉଥିବା ବାଙ୍କୀପୁରାରେ ଜିତି ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ପ୍ରଥମ ନିର୍ବାଚନୀ ବିଜୟ ହାସଲ କରିଛି।

ପ୍ରଶାନ୍ତ କିଶୋର ୧୮,୯୫୩ ଭୋଟ ମାର୍ଜିନରେ ବିଜେପିର ନିରଜ କୁମାର ସିହ୍ନାଙ୍କୁ ପରାଜିତ କରିଛନ୍ତି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀନ ନବୀନ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଏହି ଆସନ ଖାଲି ପଡ଼ିଥିଲା।

ପ୍ରଶାନ୍ତ କିଶୋର ୨୯ ରାଉଣ୍ଡ ଭୋଟ ଗଣନା ପରେ ମୋଟ ୬୧,୦୭୫ ଭୋଟ ପାଇଥିବାବେଳେ ବିଜେପିର ନିରଜ କୁମାର ୪୨,୧୧୧ ଭୋଟ ପାଇଥିଲା।

ଆରଜେଡିର ରେଖା କୁମାରୀ ୧୩,୬୨୫ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ବିଜେପିର ପରାଜୟ ପରିପ୍ରେକ୍ଷୀରେ ପ୍ରଶାନ୍ତ କିଶୋର କହିଥିଲେ ଯେ, ୩୦ ବର୍ଷର ଗଡ଼ ୩୦ ଦିନରେ ଭୁଶୁଡ଼ି ପଡ଼ିଲା।

ଏହାଦ୍ବାରା ବିହାରରେ ଶିକ୍ଷା ଓ ନିଯୁକ୍ତି ଉପରେ ଗୁରୁତ୍ବ ଦେଉଥିବା ନେତୃତ୍ୱର ଆବଶ୍ୟକତା ଅଛି ବୋଲି ଲୋକେ ବାର୍ତ୍ତା ଦେଇଛନ୍ତି।

ତାଙ୍କୁ ଭୋଟ ଦେଇଥିବା ଲୋକଙ୍କୁ ସେ ଧନ୍ୟବାଦ ଜଣାଇଥି‌ଲେ।

ଆହୁରି ପଢନ୍ତୁ: public toilet closed ସର୍ବସାଧାରଣ ଶୌଚାଳୟ ଅଚଳ, ଲୋକେ ‌ହେଉଛନ୍ତି ହଇରାଣ ସେହିପରି ମଧ୍ୟପ୍ରଦେଶର ଦତିଆ ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ସିଂହ ବିଜୟୀ ହୋଇଛନ୍ତି।

ସିଂହ ବି‌ଜେପି ପ୍ରାର୍ଥୀ ଆଶୁତୋଷ ତିୱାରୀଙ୍କୁ ପରାଜିତ କରିଛନ୍ତି।

ଘନଶ୍ୟାମ ସିଂହ ୬୦୫୬ ଭୋଟ ଅନ୍ତରରେ ବିଜୟୀ ହୋଇଛନ୍ତି।

ଦତିଆ ବିଧାନସଭା ଆସନରେ ମୋଟ ୧୫ ରାଉଣ୍ଡ ଭୋଟ ଗଣନା ହୋଇଥିଲା ଓ ଘନଶ୍ୟାମ ସିଂହ ପ୍ରଥମରୁ ଆଗୁଆ ରହିଥିଲେ।

୩୦ ଜୁଲାଇରେ ଅନୁଷ୍ଠିତ ଉପନିର୍ବାଚନରେ ଦତିଆରେ ମୋଟ ୭୧.୪୪ ପ୍ରତିଶତ ମତଦାନ ହୋଇଥିଲା।

କଂଗ୍ରେସର ପୂର୍ବତନ ବିଧାୟକ ରାଜେନ୍ଦ୍ର ଭାରତୀଙ୍କୁ ଦିଲ୍ଲୀର ଏକ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ତାଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହେବା ପରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା।

ଭାରତୀ ୨୦୨୩ ବିଧାନସଭା ନିର୍ବାଚନରେ ରାଜ୍ୟର ତତ୍କାଳୀନ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ ୭୭୦୦ ରୁ ଅଧିକ ଭୋଟରେ ପରାଜିତ କରିଥିଲେ।

ବିଜେପି ଚଳିତ ଉପନିର୍ବାଚନରେ ନରୋତ୍ତମ ମିଶ୍ରଙ୍କୁ ଟିକେଟ ଦେଇନଥିଲା।

ଆହୁରି ପଢନ୍ତୁ: US: ଚୀନ୍‌କୁ ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଦେବ ନାହିଁ ଆମେରିକା ଗୁଜରାଟର ବଡୋଦରା ଜିଲ୍ଲାର ମାଞ୍ଜଲପୁର ବିଧାନସଭା ଆସନରେ ବିଜେପିର ସତୀଶ ପଟେଲ ୩୦୦୦୦ ରୁ ଅଧିକ ଭୋଟ ଅନ୍ତରରେ ଜିତିଛନ୍ତି।

ମାଞ୍ଜଲପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଭିଖାଭାଇ ରବାରୀଙ୍କୁ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।

୩୦ ଜୁଲାଇରେ ଅନୁଷ୍ଠିତ ଉପନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୩୭.୫ ପ୍ରତିଶତ ମତଦାନ ହୋଇଥିଲା।

ଭୋଟ ଗଣତି ଆରମ୍ଭ ହେବା ପରଠାରୁ ବିଜେପି ପ୍ରାର୍ଥୀ ଆଗରେ ରହିଥିଲେ।

ବିଜେପି ପ୍ରାର୍ଥୀ ସତୀଶ ପଟେଲଙ୍କୁ ମୋଟ ୫୫,୪୮୧ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଭିଖାଭାଇ ରବାରୀଙ୍କୁ ୨୪୮୫୧ ଭୋଟ ମିଳିଥିଲା।

ନୋଟାରେ ୨୨୪୭ ଭୋଟ ପଡ଼ିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।