gambling-den ଜୁଆ ଆଡ୍ଡାରେ ଚଢ଼ାଉ: ୧୫ଗିରଫ, ୧.୬୬ଲକ୍ଷ, ୫ କାର୍‌ ଓ ବାଇକ୍‌ ଜବତ

Aug 03, 2026 - 21:15
gambling-den ଜୁଆ ଆଡ୍ଡାରେ ଚଢ଼ାଉ: ୧୫ଗିରଫ, ୧.୬୬ଲକ୍ଷ, ୫ କାର୍‌ ଓ ବାଇକ୍‌ ଜବତ

"ନବରଙ୍ଗପୁର (ସୁରେଶ ନାଇଡ଼ୁ): ଅନେକ ଦିନ ଧରି ପୁଲିସକୁ ଚକମା ଦେଇ ଚାଲିଥିବା ଏକ ବଡ଼ ଜୁଆ ଆଡ୍ଡା ଉପରେ ଆଜି ଚଢ଼ାଉ ହୋଇଛି।

ଚଢ଼ାଉରେ ୧୫ ଜୁଆଡ଼ି ଗିରଫ ହୋଇଥିବା ବେଳେ ପ୍ରାୟ ୨ଲକ୍ଷ ଟଙ୍କା ଏବଂ ୫ଟି କାର୍‌ ଓ ବାଇକ୍‌ ଜବତ ହୋଇଛି।

Advertisment Raid: ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ଉ, ୨ ଗିରଫ ନବରଙ୍ଗପୁରଥାନାର ତାରଗାଁ ନିକଟସ୍ଥ କାଜୁ ଜଙ୍ଗଲ ମଧ୍ୟରେ ଚାଳୁଥିଲା ଜୁଆ।

ଏଠାକୁ ନବରଙ୍ଗପୁର ସହର ସମେତ ଡାବୁଗାଁ, କୋରାପୁଟ ଜିଲ୍ଲାର ବୋରିଗୁମ୍ମା, ଜୟପୁରରୁ ମଧ୍ୟ ଜୂଆ ଖେଳିବା ପାଇଁ ଆସିଥାନ୍ତି।

Nikhil Hadpa murder case ରାୟଗଡ଼ା: ନିଖିଲ ହତ୍ୟା ପଛରେ ଜୁଆ ଆଡ୍ଡା ଲୁଟ୍‌ ଓ ଗ୍ୟାଙ୍ଗ୍‌ ୱାର୍‌ ଆଜି ଚଢ଼ାଉ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ  ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା କହିଛନ୍ତି, ଏସ୍‌ପି ପାର୍ଥ କାଶ୍ୟପ ଜଗଦୀଶଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇଥିଲା।

ଯୋଜନାବଦ୍ଧ ଭାବେ ଆଡ୍ଡାର ଚାରିପଟେ ପୁଲିସ ଘେରାବନ୍ଦୀ କରାଯାଇଥିଲା।

ଏହି ଜୁଆଆଡ୍ଡାରୁ ୧୪ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରାଯାଇଛି।

ସେମାନଙ୍କ ନିକଟରୁ ୧ଲକ୍ଷ ୬୬ହଜାର ୧୩୦ଟଙ୍କା, ୩ଟି ବାଇକ, ୨ଟି କାର ସହ ୧୨ଟି ମୋବାଇଲ ଫୋନ ଜବତ କରାଯାଇଛି।

ଏମାନଙ୍କ ମଧ୍ୟରୁ ନବରଙ୍ଗପୁର ସହରର ୨ଜଣ, ତାରାଗାଁର ୨ଜଣ, ବଦାମୁଣ୍ଡାର ୩ଜଣ, ବୋରିଗୁମ୍ମା ଅଂଚଳର ୫ଜଣ, ଡାବୁଗାଁ, ଜୟପୁର, ଓ କେନ୍ଦୁଗୁଡାର ଜଣେ ଲେଖାଏଁ ଏଭଳି ୧୫ଜଣଙ୍କୁ ପୁଲିସ ଆଡ୍ଡାରୁ ଧରିଥିଲା।

26 Gamblers Arrested: ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ଜୁଆ ଆଡ୍ଡାରେ ଚଢ଼ାଉ: ୨୬ ଜୁଆଡ଼ି ଗିରଫ, ୧୧ ଲକ୍ଷ ଟଙ୍କା ଜବତ ମାମଲାର ତଦନ୍ତକାରୀ ଅଧିକାରୀ ଏଏସଆଇ ସୁନୀଲ କୁମାର ପ୍ରଧାନ ରହିଛନ୍ତି।

ମହିଳା ଅଭିଯୁକ୍ତ ଜଣକଙ୍କ ନାଁରେ ଏଥିପୂର୍ବରୁ ଆଉ ୩ଟି ମାମଲା ରହିଥିବାରୁ ତାଙ୍କୁ କୋର୍ଟକୁ ଚାଲାଣ କରାଯାଇଛି।

ନବରଙ୍ଗପୁର ଜିଲ୍ଲାରେ ଆଇପିଏସ୍ ପାର୍ଥ କାଶ୍ୟପ ଜଗଦୀଶ ଯୋଗ ଦେବା ପରେ ଏତେ ବଡ ଆଡ୍ଡାରେ ଚଢ଼ାଉ ହେବା ଘଟଣା ପ୍ରଥମ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।