NIT: ବିଶ୍ବର ଶୀର୍ଷ ୫% ବୈଜ୍ଞାନିକ ତାଲିକାରେ ଏନ୍ଆଇଟି ରାଉରକେଲାର ୬୭ ଅଧ୍ୟାପକ

Jun 24, 2026 - 06:28
NIT: ବିଶ୍ବର ଶୀର୍ଷ ୫% ବୈଜ୍ଞାନିକ ତାଲିକାରେ ଏନ୍ଆଇଟି ରାଉରକେଲାର ୬୭ ଅଧ୍ୟାପକ

"ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର ଅଧ୍ୟାପକ,ଅଧ୍ୟାପିକା, ଗବେଷକ ପୁଣିଥରେ ବୈଶ୍ବିକସ୍ତରରେ ଚମକିଛନ୍ତି।

ଅନୁଷ୍ଠାନର ୬୭ ଜଣ ଅଧ୍ୟାପକ ଓ ଗବେଷକ "ସାଇରାଙ୍କ୍‌" ଗ୍ଲୋବାଲ୍ ଇଣ୍ଡେକ୍ସ ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୫ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।

ଏହି ତାଲିକାରେ ରସାୟନ ବିଜ୍ଞାନର ସର୍ବାଧିକ ୧୦ ଜଣ ଗବେଷକ ଅଛନ୍ତି।Advertisment ସେହିଭଳି କମ୍ପ୍ୟୁଟର୍‌ ସାଇନ୍ସ ଓ ଇଞ୍ଜିନିଅରିଂ ବିଭାଗର ୮ ଜଣ ଥିବାବେଳେ ଜୀବ ବିଜ୍ଞାନର ୭ ଜଣ, ମେକାନିକାଲ ଇଞ୍ଜିନିଅରିଂ ବିଭାଗର ୬, ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେସନ ଇଞ୍ଜିନିଅରିଂ ବିଭାଗର ୬ ଜଣ, ଫୁଡ୍‌ ପ୍ରୋସେସ୍‌ ଇଞ୍ଜିନିଅରିଂ ବିଭାଗର ୫, ଇଲେକ୍ଟ୍ରିକାଲ ଇଞ୍ଜିନିଅରିଂ ବିଭାଗର ୫, ମେଟାଲର୍ଜିକାଲ ଓ ମ୍ୟାନେରିଆଲ୍‌ସ ଇଞ୍ଜିନିଅରିଂର ୫, ବାୟୋଟେକ୍ନୋଲୋଜି ଓ ମେଡିକାଲ ଇଞ୍ଜିନିଅରିଂ ବିଭାଗର ୩, ପଦାର୍ଥ ବିଜ୍ଞାନ ଓ ମହାକାଶ ବିଜ୍ଞାନ ବିଭାଗର ୩, କେମିକାଲ ଇଞ୍ଜିନିଅରିଂ ବିଭାଗର ୨, ପୃଥିବୀ ଏବଂ ବାୟୁମଣ୍ଡଳୀୟ ବିଜ୍ଞାନ ବିଭାଗର ୨, ହ୍ୟୁମାନିଟିଜ୍‌ ଓ ସୋସିଆଲ ସାଇନ୍ସର ୨ ଏବଂ ସିଭିଲି ଇଞ୍ଜିନିଅରିଂ ଓ ଗଣିତ ବିଭାଗର ୧ ଜଣ ଲେଖାଏ ତାଲିକାରେ ସ୍ଥାନ ପାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗ୍ଲୋବାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇଣ୍ଟୋମେଟ୍ରିକ୍ସ ଦ୍ୱାରା ପ୍ରକାଶିତ ଏହି ବାର୍ଷିକ ମାନ୍ୟତାରେ ବୈଜ୍ଞାନିକମାନଙ୍କର ଗବେଷଣାର ପ୍ରଭାବ ଓ ଶିକ୍ଷାଗତ ଅବଦାନକୁ ଆଧାର କରି ଚୟନ କରାଯାଇଛି।

ସେମିକନ୍‌ ଇଣ୍ଡିଆ-୨୦୨୫: ଏନ୍‌ଆଇଟି ରାଉରକେଲାରେ ନିର୍ମିତ ଆଇସି ଡିଜାଇନ୍ ପ୍ରଦର୍ଶିତ ଏହି ସଂସ୍କରଣରେ ବିଶ୍ୱବ୍ୟାପୀ ପ୍ରାୟ ୧ କୋଟିରୁ ଅଧିକ ସକ୍ରିୟ ଗବେଷକଙ୍କ ପ୍ରୋଫାଇଲ୍‌ ଓ ପ୍ରାୟ ୫ କୋଟି ପାଠ୍ୟପୁସ୍ତକ, ଗବେଷଣା ପତ୍ରର ମୂଲ୍ୟାଙ୍କନ କରାଯାଇଥିଲା।

ଏହି ସଫଳତାନେଇ ଅନୁଷ୍ଠାନର ନିର୍ଦେଶକ ପ୍ରଫେସର କେ.

ଉମାମହେଶ୍ବର ରାଓ କହିଛନ୍ତି, ୬୭ ଜଣ ପ୍ରଫେସର ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇବା, ସେମାନଙ୍କର ଗବେଷଣା, ନବସୃଜନ ଓ ଜ୍ଞାନ ଆହରଣ ପ୍ରତି ଥିବା ନିଷ୍ଠାର ଏକ ପ୍ରମାଣ।

ଏହା ଅନୁଷ୍ଠାନର ଗବେଷଣା ବାତାବରଣ, ବିଭିନ୍ନ ବିଭାଗ ମଧ୍ୟରେ ସହଯୋଗ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବାସ୍ତବିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆମର ମିଳିତ ପ୍ରୟାସକୁ ପ୍ରତିଫଳିତ କରୁଛି।

ଆଗାମୀ ବର୍ଷଗୁଡ଼ିକରେ ସେମାନଙ୍କର ଅବଦାନ ଜ୍ଞାନର ବିକାଶ ଏବଂ ସମାଜରେ ଏକ ସାର୍ଥକ ପ୍ରଭାବ ସୃଷ୍ଟି କରିବାରେ ସହାୟକ ହେବ ବୋଲି କହିଛନ୍ତି।

"