28 JUNE 2026

Welcome!

Unlock your personalized experience.
Sign Up

Horoscope 2026 June 24: ଜାଣନ୍ତୁ ଆଜିର ରାଶିଫଳ

Jun 24, 2026 - 06:28
Horoscope 2026 June 24: ଜାଣନ୍ତୁ ଆଜିର ରାଶିଫଳ

ମେଷ: ଯେଉଁ କାମ କରିବାକୁ ଭାବିଛନ୍ତି ତାହା ପୂରା ହୋଇଯିବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ହୋଇପାରେ। ଜୀବନସାଥୀଙ୍କୁ ଉପହାର ଦେବେ। ‌ସ୍ବାସ୍ଥ୍ୟ ଠିକ୍ ରହିବ। 
ବୃଷ: ଆପଣଙ୍କର ମନୋବଳ ଉଚ୍ଚା ରହିବ। ଅନ୍ୟମାନଙ୍କ ସହ କଥା କହିବାବେଳେ ଭାଷା ଠିକ୍ ରଖନ୍ତୁ। ବ୍ୟବସାୟରେ ପୁଞି ଲଗାଇ ପାରନ୍ତି। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ।‌ 
ମିଥୁନ: ପୂଜାର୍ଚ୍ଚନାରେ ସମୟ ବିତିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସାମାଜିକ କାର୍ଯ୍ୟରେ ସଫଳତା ପାଇବେ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ବଢ଼ିଆ ରହିବ। ‌ 
କର୍କଟ: ଆଗକୁ ବଢ଼ିବା ଲାଗି ଭଲ ଦିନଟିଏ। ରାଜନୀତିକ, ସାମାଜିକ କାର୍ଯ୍ୟରେ ସମୟ ଦେବେ। ବିଲଡ଼ର୍ସଙ୍କୁ ଧନଲାଭ ହେବ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ‌ଘରକୁ କୁଣିଆ ଆସିବେ। 
ସିଂହ: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବ୍ୟବସାୟରେ ଆର୍ଥିକ ସ୍ଥିତି ମଜଭୁତ ହେବ। ବିବାହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଯିବ। ପାରିବାରିକ ଜୀବନ ସୁଖକର ହେବ। 
କନ୍ୟା: ଜମିରେ ନିବେଶ ଲାଗି ଭଲ ଦିନଟିଏ। ଅଧିକ କ୍ରୋଧ କଲେ କାମରେ ଅବରୋଧ ହେବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଘରକୁ ଅଚାନକ କୌଣସି ବନ୍ଧୁ ଆସିପାରନ୍ତି। 
‌ତୁଳା: ମନରେ ସକାରାତ୍ମକ ବିଚାର ଆସିବ। ପଢ଼ିବା କ୍ଷେତ୍ରରେ ଲାଭ ମିଳିବାର ଯୋଗ ଅଛି। ବ୍ୟବସାୟରେ ଭାଗୀଦାରି ଭାବିଚିନ୍ତି କରନ୍ତୁ। ଅନ୍ୟମାନଙ୍କ ଉପରେ ଭରସା କରନ୍ତୁ ନାହିଁ। 
ବିଛା: ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତା ରହିବ। ଅଫିସରେ ଅଧିକ ସମୟ କାମ କଲେ ବାକିଥିବା କାମ ପୂରା ହୋଇଯିବ। ବୈବାହିକ ଜୀବନରେ ପ୍ରସନ୍ନତା ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। 
ଧନୁ: ଆପଣଙ୍କ ପିଲା ଆପଣଙ୍କ ବେପାରରେ ପୂରା ସହଯୋଗ କରିବେ। ଅଚାନକ ଧନଲାଭ ହେବ। ବାଲ୍ୟବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ। ରାଜନୀତିରେ ସଫଳତା ପାଇବେ। 
ମକର: ଧର୍ମକାର୍ଯ୍ୟରେ ମନ ଲାଗିବ। ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଆପଣଙ୍କ ମନ ଅନ୍ତରଙ୍ଗବନ୍ଧୁ ସହ ମିଶିବାକୁ ଚାହିଁବ। ଚାକିରିଜୀବୀଙ୍କର ପଦୋନ୍ନତି ହୋଇପାରେ। 
କୁମ୍ଭ: ପୂଜାପାଠରେ ସମୟ ବିତିବ। ଅଫିସରେ ଆପଣ କୌଣସି ବଡ଼ ଦାୟିତ୍ବ ପାଇବେ। ବ୍ୟବସାୟ କାମରେ ଜିଲ୍ଲା ବାହାରକୁ ଯିବାର ଯୋଜନା କରିବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ ରହିବ। 
ମୀନ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କୌଣସି ବି କାମ ତରବରିଆ କରନ୍ତୁ ନାହିଁ। ବନ୍ଧୁ ସହ ମିଶିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି। କାର୍ ସାବଧାନତାର ସହ ଚଳାନ୍ତୁ।