Nikhila Odisha Brahmana Mahasabha ନିଖିଳ ଓଡ଼ିଶା ବ୍ରାହ୍ମଣ ମହାସଭାର ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକ
"ଭୁବନେଶ୍ବର: ନିଖିଳ ଓଡ଼ିଶା ବ୍ରାହ୍ମଣ ମହାସଭା ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ବୈଠକ ଆଜି (ରବିବାର) ଅନୁଷ୍ଠିତ ହୋଇଯାଇଛି।
Advertisment ଭୁବନେଶ୍ବର ଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ କାର୍ଯ୍ୟକାରୀ କମିଟି ସଦସ୍ୟ, ଭୁବନେଶ୍ବୀ ପୌରନିଗମର ସଦସ୍ୟମାନେ ଉପସ୍ଥିତ ଥିଲେ।
ବୈଠକରେ ସଂଗଠନକୁ ସୁଦୃଢ଼ କରବାକୁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା।
ନିଷ୍ପତ୍ତି ନିଆଯାଇଥିବା ପ୍ରସ୍ତାବଗୁଡ଼ିକ ମଧ୍ୟମରେ ସାମୂହିକ ବ୍ରତୋପନୟନ, ଯଜ୍ଞ, ସମାଜର ଜଣାଶୁଣା ବ୍ୟକ୍ତିଙ୍କୁ ସମ୍ମାନ, ପ୍ରତ୍ୟେକ ଦିନ ରାତି ୯ଟାରୁ ସାଢ଼େ ୯ଟା ମଧ୍ୟରେ କର୍ମକାଣ୍ଡ ଶିକ୍ଷା, ଶ୍ରୀମଦ୍ ଭଗବତ୍ ଗୀତା ଆବୃତ୍ତି ଶିକ୍ଷା ପ୍ରଦାନ କରାଯିବ।
ରାଜ୍ୟ ସାଧାରଣ ସମ୍ପାଦକ ବ୍ରହ୍ମଚାରୀ ଶ୍ରୀହରିଚରଣ ଦାଶଜୀ ମହାରାଜ ବୈଠକର ସଂଯୋଜନା କରିଥିଲେ।
ବରିଷ୍ଠ ରାଜ୍ୟ ମୁଖପାତ୍ର ଡ ନଗେନ୍ଦ୍ର ନାଥ ମିଶ୍ର ବୈଠକର ଅଧ୍ୟକ୍ଷତା କରିଥିଲେ।
ସଂଗଠନର ରାଜ୍ୟ ଆଇନ ଉପଦେଷ୍ଟା ଆଇନଜୀବୀ ଲକ୍ଷ୍ମୀନାରାୟଣ ପାଢ଼ୀ, ରାଜ୍ୟ କୋଷାଧ୍ୟକ୍ଷ ନୃସିଂହ ମହାପାତ୍ର, ମହିଳା ଶାଖା ରାଜ୍ୟ ସଚିବ ଉଷନ୍ତିଲତା ହୋତା, ଯୁବ ଶାଖାର ଯୁଗ୍ମ ସଚିବ ଅଭିଜିତ ଶତପଥୀ, ସମ୍ମାନିତ ଅତିଥି ପ୍ରଫେସର ପଦ୍ମନାଭ ତ୍ରିପାଠୀ, ଆଇନଜୀବୀ ବିଜୟଶଙ୍କର ତ୍ରିପାଠୀ, ସୁଜାତା ମିଶ୍ର, ସୁଦେଷ୍ଣା ଦାଶ, ପଣ୍ଡିତ ବିରଞ୍ଚି ନାରାୟଣ ମିଶ୍ର, ଗାୟତ୍ରୀ ପାଣି ପ୍ରମୁଖ ନିଜର ମତାମତ ଉପସ୍ଥାପନ କରିଥିଲେ।
ଏହି ଅବସରରେ ସନାତନ ହିନ୍ଦୁଧର୍ମର ମୌଳିକତା ରକ୍ଷା କରିବା ଓ ଏହାର ପ୍ରଚାରପ୍ରସାର କରିବା ନିମନ୍ତେ ସମସ୍ତ ଉପସ୍ଥିତ ସଦସ୍ୟ ଶପଥ ନେଇଥିଲେ।
"