24 OCTOBER 2026

Welcome!

Unlock your personalized experience.
Sign Up

Newspaper distributor: ଚର୍ଚ୍ଚାରେ ଖବରକାଗଜ ବିତରକ ଦୀପକ

Oct 24, 2026 - 06:54
Newspaper distributor: ଚର୍ଚ୍ଚାରେ ଖବରକାଗଜ ବିତରକ ଦୀପକ

ସାଧାରଣତଃ ରାସ୍ତା ଉପରେ ଗାଡ଼ି ବା ସାଇକେଲ୍‌ ରଖି ହକର୍‌ମାନେ ଘରେ ଘରେ ଖବରକାଗଜ ବିରରଣ କରନ୍ତି। ତେବେ ହରିୟାଣାର ଖବରକାଗଜ ବିତରକ ଦୀପକ ସୈନିଙ୍କ ବିତରଣ ଶୈଳୀ ଯେତିକି ନିଆରା ସେତିକି ଅବିଶ୍ବସନୀୟ। ସେ ବିଭିନ୍ନ ଶୈଳୀରେ ଘରେ ଘରେ ଖବରକାଗଜ ପହଞ୍ଚାଇବାର ଭିଡିଓ ପ୍ରସ୍ତୁତ କରି ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଲୋକପ୍ରିୟ ହୋଇଯାଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ‘ପେପର୍‌ ବୟ ଦୀପ୍‌’ ନାଁରେ ଜଣାଶୁଣା ଏହି ଯୁବକ ଗୋଟିଏ ହାତରେ ବାଇକ୍‌ର ହ୍ୟାଣ୍ଡଲ୍‌କୁ ସମ୍ଭାଳି ଅନ୍ୟ ହାତରେ ଖବରକାଗଜକୁ ମୋଡ଼ି ବେଶ୍ ନିଖୁଣ ଢଙ୍ଗରେ ତାକୁ ଫୋପାଡ଼ିଥାନ୍ତି।

ଖବରକାଗଜ ଯାଇ ଉପର ମହଲାର ବାଲକୋନି, ଘର କବାଟର ସଂକୀର୍ଣ୍ଣ ଫାଙ୍କ, ଘର ଭିତରେ ବସିଥିବା ପାଠକଙ୍କ ହାତରେ ପହଞ୍ଚିଯାଏ। ବଡ଼କଥା ହେଲା, ଗାଡ଼ି ଚଳାଉଥିବା ଅବସ୍ଥାରେ ସେ ଏଭଳି କରି ପାରନ୍ତି। ଦୀପକଙ୍କ ଏଭଳି ଭିଡିଓ ଦେଖି ଦର୍ଶକମାନେ ଆଶ୍ଚର୍ଯ୍ୟ ହେବା ସହ ସ୍ଥାନୀୟ ଅନେକେ ପାଖରୁ ଦେଖିବାକୁ ବି ଯାଇଥାନ୍ତି। 

ଏଭଳି ଖବରକାଗଜ ବିତରଣର ଦକ୍ଷତା ବର୍ଷ ବର୍ଷର ଅଭ୍ୟାସରୁ ମିଳିଛି ବୋଲି ଦୀପକ କହନ୍ତି। ସୋସିଆଲ୍‌ ମିଡିଆରେ ଦୀପକଙ୍କ ଭିଡିଓ ଉପରେ ଲକ୍ଷ ଲକ୍ଷ ପ୍ରତିକ୍ରିୟା ଆସିବାରେ ଲାଗିଛି। କେହି କେହି ଥଟ୍ଟାରେ କହୁଛନ୍ତି, ଖବରକାଗଜ ଫିଙ୍ଗା ଅଲିମ୍ପିକ୍‌ କ୍ରୀଡ଼ାରେ ସାମିଲ୍‌ ହେବା ଉଚିତ। ଆଉ ଏଥିରେ ଦୀପକ ହିଁ ବାଜିମାତ୍‌ କରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)