28 JUNE 2026

Welcome!

Unlock your personalized experience.
Sign Up

Weather Update : ଆସନ୍ତା ତିନି ଦିନ ଏହି ସବୁ ରାଜ୍ୟରେ ହେବ ଭୟଙ୍କର ବର୍ଷା

Jun 27, 2026 - 17:56
Weather Update : ଆସନ୍ତା ତିନି ଦିନ ଏହି ସବୁ ରାଜ୍ୟରେ ହେବ ଭୟଙ୍କର ବର୍ଷା

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଦେଶର ଅନେକ ରାଜ୍ୟ ପାଇଁ ଭୟଙ୍କର ଚେତାବନୀ ଜାରି କରିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଖୁବ୍ ଜୋରରେ ଆଗକୁ ବଢୁଛି। ଏହି କାରଣରୁ ପୂର୍ବୋତ୍ତର ଭାରତର ଅନେକ ଭାଗରେ ପ୍ରବଳ ଝଡ଼ ବର୍ଷାର ବିପଦ ସୃଷ୍ଟି ହୋଇଛି। ପାଣିପାଗ ବିଭାଗ ଅନୁସାରେ, ଆଗାମୀ କିଛି ଦିନରେ ଦେଶର ପୂର୍ବ ଓ ପଶ୍ଚିମ ଭାଗରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ପ୍ରବଳ ବର୍ଷାରେ ଅନେକ ଅଞ୍ଚଳରେ ଭୀଷଣ ଗରମରୁ ତୁରନ୍ତ ଆଶ୍ୱସ୍ତି ମିଳିବ। ଅନ୍ୟପଟେ ଉତ୍ତର ପ୍ରଦେଶର ଲୋକଙ୍କ ପାଇଁ ଏବେ କୌଣସି ଆଶ୍ୱସ୍ତି ମିଳିବାର ଦେଖା ଯାଉ ନାହିଁ। ୟୁପିର ଅନେକ ସ୍ଥାନରେ ଏବେ ମଧ୍ୟ ଭୟଙ୍କର ହିଟୱେଭ୍ ଅର୍ଥାତ୍ ଭୀଷଣ ଲୁ’ର ପ୍ରଭାବରେ ରହିବ। ଆଇଏମଡି ମୁତାବିକ୍, ସେଠାର ଲୋକଙ୍କୁ ଏବେ କିଛି ଦିନ ଆହୁରି ଭୀଷଣ ଗରମ ସହ୍ୟ କରିବାକୁ ପଡ଼ିବ।

ରାଜଧାନୀ ଦିଲ୍ଲୀରେ ଆଗାମୀ ତିନି ଦିନ ଧରି ମିଶ୍ରିତ ପାଗ ଅନୁଭୂତ ହେବ। ଅପରାହ୍ନ କିମ୍ବା ସନ୍ଧ୍ୟାରେ ହାଲୁକା ବର୍ଷା ହୋଇ ପାରେ। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ପ୍ରବଳ ପବନ ବହି ପାରେ, ଏଥିରେ ଲୋକଙ୍କୁ ପ୍ରବଳ ଗରମରୁ କିଛି ଆଶ୍ୱସ୍ତି ମିଳିପାରେ।

ଦିଲ୍ଲାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସର ଆଖାପାଖରେ ରହିବାର ଅନୁମାନ କରାଯାଉଛି। ଅନ୍ୟପଟେ ମୁମ୍ୱାଇ ଓ ମହାରାଷ୍ଟ୍ରର କୋଙ୍କଣ ଅଞ୍ଚଳରେ ୨ ଜୁଲାଇ ଯାଏ ପ୍ରବଳ ବର୍ଷାର ଆଲର୍ଟ ରହିଛି। ତଟୀୟ ଅଞ୍ଚଳରେ ୪୦ରୁ ୬୦ କିଲୋମିଟର ପ୍ରତି ଘଣ୍ଟାର ଗତିରେ ପବନ ବହିବ। ମତ୍ସଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ଦୃଢ ଚେତାବନୀ ଦିଆଯାଇଛି।

ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବହୁତ ଜୋରରେ ଆଗକୁ ବଢୁଛି। ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ ଆଗାମୀ ତିନିରୁ ଚାରି ଦିନ ମଧ୍ୟରେ ସ୍ଥିତି ଆହୁରି ଅନୁକୂଳ ହୋଇଯିବ। ପାଗ ଖୁବ୍ ଶୀଘ୍ର ଉତ୍ତର ଆରବ ସାଗର ଓ ଗୁଜରାର ଅନ୍ୟ ସ୍ଥାନକୁ କଭର କରିପାରେ। ଏହାସହ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର ଅନ୍ୟ ଭାଗରେ ମଧ୍ୟ ଏହା ସଂପୂର୍ଣ୍ଣ ରୂପେ ସକ୍ରିୟ ହୋଇ ଯିବ। ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର କିଛି ଭାଗରେ ମଧ୍ୟ ଏହା ପହଞ୍ଚିବାର ଆଶା କରାଯାଉଛି।

ଉତ୍ତର ପ୍ରଦେଶରେ ପ୍ରବଳ ଗରମ ହେଉଛି। ପୂର୍ବ ଉତ୍ତର ପ୍ରଦେଶରେ ଆଗାମୀ ତିନି ଦିନ ଯାଏ ଭୀଷଣ ହିଟୱେଭ୍ ଅର୍ଥାତ୍ ଲୁ ଯୋଗୁଁ ଆଶଙ୍କା ଅଛି। ଶନିବାର ରାଜ୍ୟର କିଛି ଅଞ୍ଚଳରେ ଅତ୍ୟଧିକ ଗମ୍ଭୀର ଲୁ ର ସ୍ଥିତି ଦେଖିବାକୁ ମିଳିଛି। ପାଣିପାଗ ବିଭାଗର ବୁଲେଟିନ ଅନୁସାରେ , ଓଡ଼ିଶାରେ ମଧ୍ୟ ପାଗ ବହୁତ ଗରମ ଓଆର୍ଦ୍ର ଭରା ରହିବ।

ୟୁପିର ଲୋକଙ୍କୁ ମୌସୁମୀ ବର୍ଷା ପାଇଁ ଆହୁରି ଟିକିଏ ଅପେକ୍ଷା କରିବାକୁ ପଡିବ। ପ୍ରଚଣ୍ଡ ସୂର୍ଯ୍ୟଙ୍କ  ଏବଂ ଗରମ ପବନ ଯୋଗୁଁ ଅପରାହ୍ନରେ ବାହାରକୁ ବାହାରିବା କଷ୍ଟକର ହୋଇ ପଡ଼ିଛି।

ଆହୁରି ମଧ୍ୟ ପଢନ୍ତୁ : Ketan Agarwal Case : କେତନଙ୍କ ପରିବାରର ଅଭିଯୋଗ, ଦ୍ୱାଦଶ ଫେଲ୍ ସିୟା… ପିଉ ଥିଲା ମଦ