Viral News: IIT ଗୋଲ୍ଡ ମେଡାଲିଷ୍ଟ...୨.୯ କୋଟି ପ୍ୟାକେଜ୍ର ଚାକିରି ଛାଡିଲେ, ଏବେ ଗ୍ରୋସରୀ ଦୋକାନ ଚଳାଉଛନ୍ତି, ଜାଣନ୍ତୁ କାହିଁକି ?
ନୂଆଦିଲ୍ଲୀ,୦୬/୦୭; ଆଇଆଇଟି ବମ୍ବେ ଗୋଲ୍ଡ ମେଡାଲିଷ୍ଟ ଥିଲେ । ଆମେରିକାରେ ହାଇ ପ୍ୟାକେଜର ଚାକିରି ପାଇଥିଲେ । ଲକ୍ଷେ ନୁହେଁ ପ୍ରାୟ ୩ କୋଟି ପ୍ୟାକେଜରେ ଚାକିରି ମିଳିଥିଲା । ହେଲେ ସବୁ ଛାଡିଦେଲେ । ଏବେ ଗ୍ରୋସରୀ ଦୋକାନ କରିଛନ୍ତି । ସମୟ ଏବଂ ପରିସ୍ଥିତି ଜଣେ ବ୍ୟକ୍ତିଙ୍କ ଜୀବନକୁ ବଦଳାଇ ଦିଏ । ଜଣେ ବ୍ୟକ୍ତିଙ୍କ ଜୀବନ କେତେବେଳ ଏବଂ କେଉଁ ମୋଡ଼ ନେବ ତାହା କେହି ଜାଣି ନାହାନ୍ତି । କିଛି ଏମିତି ଘଟିଛି ଉତ୍ତରପ୍ରଦେଶ କାନପୁରର ବିବେକ ଶର୍ମାଙ୍କ ସହ । ତାଙ୍କର କାହାଣୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ଦାବି କରାଯାଉଛି କି, ଆମେରିକାରେ ବିବେକଙ୍କୁ ବାର୍ଷିକ ୨.୯ କୋଟି ଟଙ୍କା ପ୍ୟାକେଜରେ ଚାକିରି ମିଳିଥିଲା । କିନ୍ତୁ ସେ ଏହାକୁ ପ୍ରତ୍ୟାଖାନ କରିଥିଲେ । ଏବେ କାନପୁରରେ ଏକ ତେଜରାତି ବା ଗ୍ରୋସରୀ ଦୋକାନ ଖୋଲିଛନ୍ତି । ଏହା ପଛର କାରଣ ବହୁତ ହୃଦୟସ୍ପର୍ଶୀ ଏବଂ ପ୍ରେରଣାଦାୟକ ।
\
ଏହା ବି ପଢନ୍ତୁ...Abortion Rights: ଗର୍ଭରେ ସନ୍ତାନ ରଖିବେ କି ନାହିଁ ? ସ୍ୱୀମୀ ନୁହେଁ ସ୍ତ୍ରୀ ନେବେ ନିଷ୍ପତ୍ତି, ହାଇକୋର୍ଟଙ୍କ ରାୟ