06 JULY 2026

Welcome!

Unlock your personalized experience.
Sign Up

Rath Yatra 2026 : ରଥଯାତ୍ରା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମର୍ପଣ ଓ ସମନ୍ଵୟର ମନ୍ତ୍ର, ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ଗୁରୁତ୍ଵ

Jul 06, 2026 - 13:01
Rath Yatra 2026 : ରଥଯାତ୍ରା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମର୍ପଣ ଓ ସମନ୍ଵୟର ମନ୍ତ୍ର, ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ଗୁରୁତ୍ଵ

ଭୁବନେଶ୍ଵର, ୬/୭ : ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସମୀକ୍ଷା ବୈଠକ। ମିଟିଂରେ ସମର୍ପଣ ଓ ସମନ୍ଵୟର ମନ୍ତ୍ର ଦେଲେ ମୋହନ ଚରଣ ମାଝୀ। ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ଗୁରୁତ୍ଵ। ସ୍ଵାସ୍ଥ୍ୟ, ପରିମଳ ଓ ଟ୍ରାଫିକ୍ ଉପରେ ଫୋକସ୍। କର୍ଡନ ପାସ୍ ଉପରେ କଟକଣା। ଗତବର୍ଷର ଅଘଟଣର ପୂନରାବୃତ୍ତି ନହେବାକୁ ଭିଡ଼ ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ନିୟମ ଅନୁସାରେ ଗୋଟିଏ ବି ଅଧିକ କର୍ଡନ ପାସ୍‌ ଇସ୍ୟୁ ନ କରିବାକୁ କହିଛନ୍ତି। ନୀତିକାନ୍ତି ସହ ଜଡ଼ିତ ସେବକ ଓ କର୍ମଚାରୀଙ୍କ ବ୍ୟତୀତ ଆଉ କାହାକୁ ପାସ୍ ଦିଆଯିବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ସେହିପରି ସମର୍ପଣ ଭାବ ନେଇ ସବୁ ବିଭାଗକୁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେବାୟତ ଓ କର୍ମଚାରୀଙ୍କୁ ସମନ୍ବୟ ରକ୍ଷା କରି ଦାୟିତ୍ବ ନିର୍ବାହ କରିବାକୁ ଅପିଲ୍ କରିଛନ୍ତି। ସେ କହିଛନ୍ତି ଯେ, ପୁରୀ ରଥଯାତ୍ରା ଉପରେ ସାରା ବିଶ୍ବର ନଜର ରହିଛି। ରଥଯାତ୍ରା ସୁରୁଖୁରୁରେ ସାରିବା ଓ ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ଦାୟିତ୍ବ। ସେବାୟତଙ୍କ ନିଷ୍ଠା ଯୋଗୁଁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ଅସୁବିଧା କେବେ ହୋଇନି। ଏବର୍ଷ ବି କୌଣସି ଅସୁବିଧା ହେବନି ବୋଲି ମୁଁ ଆଶା କରୁଛି। ସମନ୍ବୟ ରକ୍ଷା କରି ଦାୟିତ୍ବ ନିର୍ବାହ କଲେ ରଥଯାତ୍ରା ତ୍ରୁଟିଶୂନ୍ୟ ହୋଇପାରିବ।ରଥଯାତ୍ରା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ପ୍ରାୟ ୧୫ ରୁ ୧୭ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରାଯାଇଥିବା ବେଳେ ଠାକୁରଙ୍କ ଶୃଙ୍ଖଳିତ ନୀତିକାନ୍ତି, ପହଣ୍ଡି, ରଥଟଣା, ଦର୍ଶନ, ଭକ୍ତଙ୍କ ସୁବିଧା, ସୁରକ୍ଷା ସହ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା ବୈଠକରେ ଆଲୋଚନା ହୋଇଛି। 

ରଥଯାତ୍ରା ପ୍ରସ୍ତୁତିକୁ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ମହାପ୍ରଭୁଙ୍କ ରଥଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ ହେଉ ବୋଲି ଆମ ସମସ୍ତଙ୍କର ଗୋଟିଏ ଉଦ୍ଦେଶ୍ୟ। ଭକ୍ତଙ୍କୁ ସୁବିଧା, ସୁରକ୍ଷା ଯୋଗାଇଦେବା ଆମର ମୁଖ୍ୟ କର୍ତ୍ତବ୍ୟ। ଜେବିପିସି ମାଧ୍ୟମରେ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଖୋଲାଯାଇଛି। ଗୁଣ୍ଡିଚା ମନ୍ଦିର ଠାରେ ମଧ୍ୟ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ୨୨୫ ଏକଜ୍ୟୁଟିଭ ମାଜିଷ୍ଟ୍ରେଟ ରଥଯାତ୍ରା ଦାୟିତ୍ବରେ ରହିବେ। ୧୭ ଶହ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ୩୦ଟି ଓ୍ବାଟର ଲଗିଙ୍ଗ ଏରିଆ ଚିହ୍ନଟ ହୋଇଛି। ପାଣି ନିଷ୍କାସନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୮ ଟି ଅସ୍ଥାୟୀ ହସ୍ପିଟାଲ ଖୋଲାଯିବ।

ପୁରୀ ଟାଉନ ହଲ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ସଚିବ, ପୁଲିସ ଡିଜି, ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ। ସେବାୟତ, ପରିଚାଳନା କମିଟି ସଦସ୍ୟ ଏବଂ ବୁଦ୍ଧିଜୀବୀ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତ ବିଭାଗର ଅଧିକାରୀଙ୍କ ସହ ରଥଯାତ୍ରା ପାଇଁ କିଭଳି ପ୍ରସ୍ତୁତ ଅଛନ୍ତି ସେନେଇ ବୈଠକରେ ଆଲୋଚନା ହୋଇଛି।...  

ଆହୁରି ପଢନ୍ତୁ- ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ବ, ମୁତୟନ ହେବେ ୧୨ ହଜାର ପୁଲିସ, ୨୫୦ ପ୍ଲାଟୁନ୍‌ ଫୋର୍ସ