Toxic song Tabaahi : ୟଶଙ୍କ ସହ ଇଣ୍ଟିମେଣ୍ଟ ସିନରେ ଟ୍ରୋଲ ହେଲେ କିଆରା ଆଡ଼ଭାନୀ, ହୁମା କହିଲେ …
ମୁମ୍ବାଇ,୨/୮ : ବଲିଉଡ଼ ଅଭିନେତ୍ରି କିଆରା ଆଡ଼ଭାନୀ ଏବେ ନିଜ ଅପକମିଂ ଫିଲ୍ମ ‘ଟକ୍ସିକ’ର ଗୀତ ‘ତବାହୀ’କୁ ନେଇ ବେଶ୍ ଚର୍ଚ୍ଚାରେ । ଏହି ଗୀତରେ କିଆରା ଅଭିନେତା ୟଶଙ୍କ ସହ ବହୁ ଇଣ୍ଟିମେଣ୍ଟ ସିନ୍ ଦେଇଛନ୍ତି । ଯାହାକୁ ନେଇ ତାଙ୍କୁ ବହୁ ଟ୍ରୋଲର ଶିକାର ହେବାକୁ ପଡ଼ୁଛି । କିଛି ଲୋକ ଏକ ବିବାହିତ ମହିଳା ଏବଂ ମା’ ହୋଇ ବି ତାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଟ୍ରୋଲର୍ସ ଜଣେ ବିବାହିତ ମହିଳା ଏବଂ ଜଣେ ମା’ ଭାବେ ତାଙ୍କ ଚରିତ୍ର ଚୟନ ଉପରେ ପ୍ରଶ୍ନ ଉଠାଇଛନ୍ତି । ଆଶ୍ଚର୍ଯ୍ୟର କଥା ଏହା କି ଅଭିନେତା ୟଶ ନିଜେ ବିବାହିତ ମାତ୍ର ତାଙ୍କୁ ଏହି ସିନ୍ ଲାଗି ବହୁ କମ୍ ଆଲୋଚନାର ସାମ୍ନା କରିବାକୁ ପଡ଼ୁଛି ।
ବଲିଉଡ଼ ଅଭିନେତ୍ରୀ ହୁମା କୁରେଶୀ ଏହି ଟ୍ରୋଲିଂ ଉପରେ କଡ଼ା ପ୍ରତିକ୍ରିୟା ଦେଇ ଏହାକୁ ‘ବେକାର’ ଏବଂ ‘ନିମ୍ନମାନର’ କହିଛନ୍ତି । ହୁମାଙ୍କ କହିବା ଅନୁସାରେ ଫିଲ୍ମ ସହ ଯୋଡ଼ି ହୋଇଥିବା ମହିଳା ଏବଂ ନିର୍ଦେଶକ ହିଁ ଶେଷରେ ଜିତିବେ ଏବଂ ଏହି ଫିଲ୍ମ ଆଲୋଚକଙ୍କ ମୁହଁ ବନ୍ଦ କରିଦେବ । ସେ କହିଛନ୍ତି କି ଶଦ୍ଦରେ ଲୋକଙ୍କ ମାନସିକତା ପରିବର୍ତ୍ତନ କରିବା ସମ୍ଭବ ନୁହେଁ, ଏଥିଲାଗି ସେ କହିଛନ୍ତି କି ଫିଲ୍ମ ହିଁ ନିଜର ଉତ୍ତର ଦେବ।
ଆହୁରି ପଢନ୍ତୁ : ସୋନୁ ନିଗମଙ୍କ ବଡ଼ ଦାବି, କହିଲେ କପିରାଇଟ ବିବାଦ ପରେ ଟି-ସିରିଜ ଏବଂ ଜି ମ୍ୟୁଜିକ୍ କରିଦେଲେ ବ୍ୟାନ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।