Student Grievance Portal: ଛାତ୍ରଛାତ୍ରୀଙ୍କଠୁ ସିଧାସଳଖ ସମସ୍ୟା ଶୁଣିବ ଗଣଶିକ୍ଷା ବିଭାଗ, ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ପୋର୍ଟାଲ୍
ଭୁବନେଶ୍ୱର,୦୭/୦୭: ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ଖୋଲାଯାଇଛି । ଏକାଡେମିକ୍ ସମସ୍ୟା, ମନସ୍ତତ୍ତ୍ୱଗତ ସମସ୍ୟା ଆଦି ଥିଲେ ଏହି ପୋର୍ଟାଲ୍ରେ ନିଜର ଅଭିଯୋଗ କରିପାରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପୋର୍ଟାଲ କରାଯାଇଛି । ଏହି ପୋର୍ଟାଲ ବାବଦରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି, ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟୁଡେଣ୍ଟ ହେଲ୍ପଲାଇନ୍ ପୋର୍ଟାଲ ଖୋଲାଯାଇଛି । ଏହି ପୋର୍ଟାଲ୍ www.smeuas.odisha.gov.in ରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଯୋଗକୁ ସିଧାସଳଖ ବିଭାଗକୁ ଜଣାଇପାରିବେ । ଆଗରୁ ଷ୍ଟୁଡେଣ୍ଟ ହେଲ୍ପ ଲାଇନ୍ ନମ୍ବର ଥିବା ବେଳେ ଏବେ ରାଜ୍ୟ ସରକାର ୱେବ୍ସାଇଟ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କଠାରୁ ସେମାନଙ୍କ ସମସ୍ୟା ଜାଣିବେ । ଉକ୍ତ ସମସ୍ୟାର ସମାଧାନ କରିବେ । ସେମାନଙ୍କୁ ଯଦି ଶିକ୍ଷାଦାନରେ କିଛି ଅସୁବିଧା ହେଉଥାଏ, ସ୍କୁଲର ସମସ୍ୟା, ମାନସିକ ନିର୍ଯାତନା ସହ ଅନ୍ୟ ସମସ୍ତ ସମସ୍ୟାକୁ ଜଣାଇ ପାରିବେ । ଦୁର୍ଘଟଣା, ଅତିରିକ୍ତ କ୍ଲାସରୁମ୍, ନାମଲେଖା, ସ୍କୁଲରେ କୋଠା ସମସ୍ୟା, ଜାତି ଓ ଧର୍ମ ସମ୍ପର୍କିତ ସମସ୍ୟା, ବାଲ୍ୟ ବିବାହ, ଭିନ୍ନକ୍ଷମ, ନିର୍ମାଣ କାର୍ଯ୍ୟ, କମ୍ପ୍ୟୁଟର ଏଡେଡ୍ ଲର୍ଣ୍ଣିଂ, ପାନୀୟ ଜଳ, ଫେକ୍ ନାମଲେଖା, ଶିଶୁଙ୍କ ଉପରେ ନିର୍ଯାତନା, ମଧ୍ୟାହ୍ନ ଭୋଜନ, ଅତ୍ୟାଚାର, ସ୍କୁଲ କୋଠାକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର, ଶିକ୍ଷକମାନେ ନିଜ କାର୍ଯ୍ୟରେ ଅବେ ହଳା କରି ସ୍କୁଲ ନଆସିବା, ଘରୋଇ ଟ୍ୟୁସନ୍ କରିବା, ଶିକ୍ଷକ ବଦଳରେ ଅନ୍ୟ ଯଦି କିଏ ପଢ଼ାଇବାକୁ ବାହାର ବ୍ୟକ୍ତି ଆସିଲେ ଏମ୍ପର୍କିତ ଅଭିଯୋଗ କରିପାରିବେ । ସ୍କୁଲ ପରିବେଶ ଓ ଯୌନ ନିର୍ଯାତନା ଆଦି ଅଭିଯୋଗକୁ ଏହି ପୋର୍ଟାଲ ମାଧ୍ୟମରେ ଜଣାଇପାରିବେ ।
ଅଧିକ ପଢ଼ନ୍ତୁ :- Shishu Vatika Teacher Recruitment: ଶିଶୁ ବାଟିକାରେ ନିଯୁକ୍ତ ହେବେ ୭୨୩୪ ଶିକ୍ଷକ, ମାସିକ ୨୬,୨୦୦ ଦରମା
ଏଥିରେ ଛାତ୍ରଛାତ୍ରୀମାନେ ପ୍ରଥମେ ମୋବାଇଲ ନମ୍ବର ଦେଇ ଲଗ୍ଇନ୍ କରିବେ । ଏହାପରେ ଛାତ୍ରଛାତ୍ରୀଙ୍କ ସେମାନଙ୍କ ନାମ ସହ ସ୍କୁଲ ନାମ, ଶ୍ରେଣୀ ବ୍ଲକ, ଜିଲ୍ଲା ଆଦି ଜଣାଇ ନିଜର ଅଭିଯୋଗ ସହ ଆବଶ୍ୟକ ସ୍ଥଳେ ଫଟୋ ମଧ୍ୟ ଦେଇପାରିବେ । ଓସେପା ପକ୍ଷରୁ ହୋଇଥିବା ଚିଠିରେ କୁହାଯାଇଛି ଯେ, ଅନେକ ଶିକ୍ଷକ ଏହି ପୋର୍ଟାଲର ଦୂରପଯୋଗ କରୁଛନ୍ତି । ଏହି ପୋର୍ଟାଲ କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ବେଳେ ଏହାକୁ କିଛି ଶିକ୍ଷକ ନିଜର ବ୍ୟକ୍ତିଗତ ଅଭିଯୋଗକୁ ଏଠାରେ ଜଣାଉଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।