ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ମାରିଜୁଆନା ଜବତ, ବ୍ୟାଙ୍କକ୍ରୁ ଆଣୁଥିବା ବେଳେ ଧରାପଡ଼ିଲେ ଯାତ୍ରୀ
ଭୁବନେଶ୍ୱର ୦୭/୦୭ : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୁଣି ମାରିଜୁଆନା ଜବତ। DRI ଓ କଷ୍ଟମ ବିଭାଗ ବିପୁଳ ପରିମାଣର ମାରିଜୁଆନା ଜବତ କରିଛି। ବ୍ୟାଙ୍କକ୍ରୁ ଭୁବନେଶ୍ୱର ଚାଲାଣ ବେଳେ ଜବତ ହୋଇଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ। ସନ୍ଦେହ ହେବାରୁ ବ୍ୟାଗ୍ ଚେକିଂ ବେଳେ ଜଣେ ଅଭିଯୁକ୍ତ ଧରାପଡ଼ିଛନ୍ତି। ଯାତ୍ରୀଙ୍କୁ ଅଟକ ରଖିଛି କଷ୍ଟମ୍ ବିଭାଗ। ତେବେ ଏହି ମାରିଜୁଆନା କେଉଁଠିକୁ ଯାଉଥିଲା। ଭୁବନେଶ୍ବରରୁ କିଏ ଅର୍ଡର କରିଥିଲେ। ବ୍ୟାଙ୍କକ୍ରୁ ଆଣୁଥିବା ଯାତ୍ରା ଜଣକ ଏକାଥିଲେ ନା ଆଉ କିଏ ସାଙ୍ଗରେ ଥିଲେ। ଏହି ଚାଲାଣ ପଛରେ କେଉଁ ନିଶା ମାଫିଆ ରାକେଟ୍ର ଲି ରହିଛି। ଏହି ସବୁ ଦିଗରେ ଯାତ୍ରୀକୁ ପଚରାପଚରା କରାଯାଉଛି।
ଅଧିକ ପଢ଼ନ୍ତୁ :- IIC Death Mystery: ଆସିଲା ବିୟୁଟି ମହାନ୍ତିଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ, ଜଣାପଡ଼ିଲା ମୃତ୍ୟୁର କାରଣ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।