07 JULY 2026

Welcome!

Unlock your personalized experience.
Sign Up

Flood Update : ହୀରାକୁଦରେ ବଢୁଛି ଜଳସ୍ତର, ୯ ତାରିଖରେ ଖୋଲିବ ଗେଟ୍

Jul 07, 2026 - 14:05
Flood Update : ହୀରାକୁଦରେ ବଢୁଛି ଜଳସ୍ତର, ୯ ତାରିଖରେ ଖୋଲିବ ଗେଟ୍

ଭୁବନେଶ୍ଵର, ୭/୭ : ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମରେ ବଢୁଛି ଜଳସ୍ତର। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୦୬.୧୨ ଫୁଟ ରହିଛି। ଗତଥର ଅପେକ୍ଷା ଏବେବି ୨/୩ ଫୁଟ୍ ତଳେ ଜଳସ୍ତର ଅଛି। କାଲି ସୁଦ୍ଧା ୨ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରିବ। ତେଣି ୯ ତାରିଖରେ ହୀରାକୁଦ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଡ୍ୟାମର କେତୋଟି ଗେଟ୍ ଖୋଲାହେବ ତାହା ଜଳସ୍ତର ଦେଖି ନିଷ୍ପତ୍ତି ନେବୁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। 

ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, ମୁଣ୍ଡଳୀରେ ଏବେ ୩ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି। ଆଜି ରାତି ସୁଦ୍ଧା ୪ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ଅତିକ୍ରମ କରିବ। ୫ ଲକ୍ଷ କ୍ୟୁସେକ ତଳେ ଜଳ ପ୍ରବାହିତ ହେବ। ତେଣୁ ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ। ବର୍ଷା ଜଳ ନରାଜ ଦେଇ ଗଲା ପରେ ହୀରାକୁଦ ଜଳ ଛଡ଼ାଯିବ। ବୈତରଣୀରେ ଏବେ ବନ୍ୟା ସ୍ଥିତି ନାହିଁ, ଆଖୁଆପଦାରେ ବିପଦ ସଙ୍କେତ ତଳେ ରହିଛି। ଯାଜପୁରରେ ୪ ରୁ ୫ଟି ପଞ୍ଚାୟତର ଚାଷଜମିରେ ବନ୍ୟା ପାଣି ପଶିଛି। 

ଆହୁରି ପଢନ୍ତୁ- Flood Crisis : କାଣୀ ନଦୀରେ ୫୦ ଫୁଟର ଘାଇ, ବୁଡ଼ିଗଲା ଚାଷଜମି, ଜଳବନ୍ଦୀ ଅବସ୍ଥାରେ ଲୋକେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।