02 JULY 2026

Welcome!

Unlock your personalized experience.
Sign Up

Silent Killer Car: ପାର୍କିଂ କାରରେ AC ଚାଲୁ ରଖି ଶୋଇବା କେତେ ଘାତକ ? କାର୍ବନ ମନୋକ୍ସାଇଡକୁ ନେଇ ସତର୍କବାଣୀ

Jul 02, 2026 - 17:31
Silent Killer Car: ପାର୍କିଂ କାରରେ AC ଚାଲୁ ରଖି ଶୋଇବା କେତେ ଘାତକ ? କାର୍ବନ ମନୋକ୍ସାଇଡକୁ ନେଇ ସତର୍କବାଣୀ

ନୂଆଦିଲ୍ଲୀ, ୦୨/୦୬: ଆପଣ ପାର୍କିଂ କାରରେ AC ଚାଲୁ ରଖି ଶୋଉଛନ୍ତି କି ? ହେଇଯାଆନ୍ତୁ ସାବଧାନ, ନହେଲେ ଚାଲିଯିବ ଜୀବନ … ପାର୍କିଂ କାରରେ AC ଚାଲୁ ରଖି ଶୋଇବା ଯମରାଜକୁ ନିଜ ଜୀବନ ଦାନ କରିବା ସଦୃଶ । ଆପଣଙ୍କ ଅଜାଣତରେ ଚାଲିଯିବ ଆପଣଙ୍କ ଜୀବନ। ସରଳ ଭାବରେ ଏହାକୁ ନୀରବ ମୃତ୍ୟୁ ବୋଲି ମଧ୍ୟ କୁହାଯାଏ। ଆପଣଙ୍କର ପ୍ରାଣବାୟୁ କେତେବେଳେ ଉଡ଼ିଯିବ ତାହା କହିବା ଅସମ୍ଭବ। ତେଣୁ ଯଦି ଆପଣଙ୍କ ଏଭଳି ଅଭ୍ୟାସ ଅଛି ତାହେଲେ ତୁରନ୍ତ ସତର୍କ ହେଇଯାଆନ୍ତୁ ….

ପାର୍କିଂ କାରରେ AC ଚାଲୁ ରଖି ଶୋଇବା କେତେ ଘାତକ ?

କାରରେ AC ଚାଲୁ ରଖି ଶୋଇଲେ ମୃତ୍ୟୁ ନିଶ୍ଚିତ। ପାର୍କିଂ ହୋଇଥିବା କାରରେ AC ଚଲାଇବା ପାଇଁ ଇଞ୍ଜିନ୍ ଚାଲୁ ରଖିବାକୁ ପଡ଼େ। ଇଞ୍ଜିନ୍ ଚାଲିବା ସମୟରେ ପେଟ୍ରୋଲ କିମ୍ବା ଡିଜେଲ ଜଳି କାର୍ବନ ମନୋକ୍ସାଇଡ୍ (CO) ନାମକ ବିଷାକ୍ତ ଗ୍ୟାସ ସୃଷ୍ଟି ହୁଏ। ଏହି ଗ୍ୟାସର ନ ରଙ୍ଗ ଅଛି, ନ ଗନ୍ଧ ଅଛି, ତେଣୁ ଏହାକୁ ଚିହ୍ନଟ କରିବା କଷ୍ଟକର । ସାଧାରଣତଃ ଏହି ଗ୍ୟାସ ଏକଜଷ୍ଟ ପାଇପ୍ ଦ୍ୱାରା ବାହାରକୁ ବାହାରେ। କିନ୍ତୁ ଏକଜଷ୍ଟ ସିଷ୍ଟମରେ ଛୋଟ ଲିକ୍, କଳଙ୍କି, ଗାତ କିମ୍ବା ଅନ୍ୟାନ୍ୟ ତ୍ରୁଟି ଥିଲେ CO ଗ୍ୟାସ କାର ତଳେ ଜମା ହୋଇପାରେ। ପରେ AC ବ୍ଲୋଅର କିମ୍ବା ଭେଣ୍ଟିଲେସନ୍ ସିଷ୍ଟମ ମାଧ୍ୟମରେ ସେହି ଗ୍ୟାସ କାର ଭିତରକୁ ପ୍ରବେଶ କରିପାରେ।ଏହି  କାର୍ବନ ମନୋକ୍ସାଇଡ୍ ଫୁସଫୁସ ମାଧ୍ୟମରେ ରକ୍ତରେ ପହଞ୍ଚି ହିମୋଗ୍ଲୋବିନ୍ ସହ ମିଶିଯାଏ । ଯାହାଫଳରେ ରକ୍ତ ଶରୀରକୁ ପର୍ଯ୍ୟାପ୍ତ ଅକ୍ସିଜେନ୍ ପହଞ୍ଚାଇପାରେ ନାହିଁ।

ଏଥିରେ ମସ୍ତିଷ୍କ, ହୃଦୟ ଓ ଅନ୍ୟାନ୍ୟ ଅଙ୍ଗରେ ଅକ୍ସିଜେନ୍ କମିଯାଏ। ସବୁଠାରୁ ବିପଦଜନକ କଥା ହେଉଛି, ଏହା ଧୀରେ ଧୀରେ ଘଟିଥାଏ ଏବଂ ଆପଣ ଏହି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞାତ ଥାଆନ୍ତି। ପ୍ରାରମ୍ଭିକ ଲକ୍ଷଣରେ ଲୋକମାନେ ପ୍ରଥମେ କେବଳ ଘୁମାନ୍ତି, ଥକ୍କାପଣ ଏବଂ ମୁଣ୍ଡବ୍ୟଥା  ଅନୁଭବ କରନ୍ତି।

ଲୋକମାନେ କାହିଁକି ମୃତ୍ୟୁକୁ ଅନୁଭବ କରିପାରନ୍ତି ନାହିଁ ?

CO ଗ୍ୟାସର ପ୍ରଭାବରେ ଲୋକମାନେ ଧୀରେ ଧୀରେ ଗଭୀର ନିଦ୍ରାକୁ ପଳାଇଯାଆନ୍ତି। ସେମାନଙ୍କୁ ଶ୍ୱାସ ଅଟକିବାର ଭୟ ବା ଆତଙ୍କ ସହଜରେ ଅନୁଭବ ହୁଏ ନାହିଁ। ବିଶେଷକରି ଯଦି କେହି ମଦ୍ୟପାନ କରିଥାନ୍ତି, ତେବେ ନିଦ୍ରା ଆହୁରି ଗଭୀର ହୋଇଯାଏ।

ଏହି କାରଣରୁ ଅନେକ ଘଟଣାରେ ପୀଡ଼ିତ ବ୍ୟକ୍ତି କୌଣସି ସଂଘର୍ଷ ବିନା ଅଚେତ ହୋଇଯାଆନ୍ତି ଏବଂ ପରେ ହୃଦୟ ଓ ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଥାଏ।

କେବେ ବିପଦ ଅଧିକ ?

1. ପାର୍କିଂ ହୋଇଥିବା କାରରେ ଦୀର୍ଘ ସମୟ AC ଚାଲୁ ରଖିଲେ। ଏବଂ ଝରକା ପୂରାପୂରି ବନ୍ଦ ଥିଲେ ବା ଏକଜଷ୍ଟ ସିଷ୍ଟମରେ ଲିକ୍ ଥିଲେ।

2. ଗାଡ଼ି ଗାରେଜ୍, ବନ୍ଦ ସ୍ଥାନ କିମ୍ବା କମ୍ ବାୟୁ ପ୍ରବାହ ଥିବା ଅଞ୍ଚଳରେ ଥିଲେ ଏବଂ ମଦ୍ୟପାନ କିମ୍ବା ନିଶା ଔଷଧ ସେବନ କରିଥିଲେ ଏହା ଅଧିକ ଘାତକ ସାବ୍ୟସ୍ତ ହେଇଥାଏ।

ବିଶେଷଜ୍ଞଙ୍କ ପରାମର୍ଶ​​​​​​​:

ପାର୍କିଂ ହୋଇଥିବା କାରରେ ଇଞ୍ଜିନ୍ ଓ AC ଚାଲୁ ରଖି ଶୋଇବେ ନାହିଁ। ଦୀର୍ଘ ସମୟ ଅପେକ୍ଷା କରିବାକୁ ହେଲେ ଝରକା ଅଳ୍ପ ଖୋଲା ରଖନ୍ତୁ। ଗାଡ଼ିର ଏକଜଷ୍ଟ ସିଷ୍ଟମର ନିୟମିତ ଯାଞ୍ଚ କରନ୍ତୁ। ବନ୍ଦ ଗାରେଜ୍ ଭିତରେ କେବେ ମଧ୍ୟ ଇଞ୍ଜିନ୍ ଚାଲୁ ରଖନ୍ତୁ ନାହିଁ। ପାର୍କିଂ ହୋଇଥିବା କାରରେ AC ଚାଲୁ ରଖି ଶୋଇବା ସବୁବେଳେ ମୃତ୍ୟୁ ଘଟାଏ ନାହିଁ, କିନ୍ତୁ କାର୍ବନ ମନୋକ୍ସାଇଡ୍ ଲିକ୍ ଥିଲେ ଏହା ଅତ୍ୟନ୍ତ ଘାତକ ହୋଇପାରେ। ଏହି ଗ୍ୟାସ ନିରବ ଭାବରେ ଶରୀରର ଅକ୍ସିଜେନ୍ କମାଇ ଦେଇଥାଏ ଏବଂ ଲୋକମାନେ ଅନେକ ସମୟରେ କିଛି ବୁଝିବା ପୂର୍ବରୁ ଅଚେତ ହୋଇଯାଆନ୍ତି। ତେଣୁ ପାର୍କିଂ କାରରେ AC ଚାଲୁ ରଖି ଶୋଇବା ବଡ଼ ବିପଦ ।

ଅଧିକ ପଢନ୍ତୁ- Death Facts: ମୃତ୍ୟୁ ପୂର୍ବରୁ କ’ଣ ଘଟେ; ଯମରାଜଙ୍କୁ ସତରେ ଦେଖନ୍ତି କି ଲୋକେ, କ’ଣ କହୁଛି ଗରୁଡ଼ ପୁରାଣ ?​​​​​​​