02 JULY 2026

Welcome!

Unlock your personalized experience.
Sign Up

ଅଶୋଧିତ ତୈଳ ଦାମ୍ ହେଲା ଶସ୍ତା, କମିବ କି ପେଟ୍ରୋଲ-ଡିଜେଲ ରେଟ୍ : ଜାଣନ୍ତୁ କ’ଣ କହିଲେ ପେଟ୍ରୋଲିୟମ ମନ୍ତ୍ରୀ ?

Jul 02, 2026 - 20:00
ଅଶୋଧିତ ତୈଳ ଦାମ୍ ହେଲା ଶସ୍ତା, କମିବ କି ପେଟ୍ରୋଲ-ଡିଜେଲ ରେଟ୍ :  ଜାଣନ୍ତୁ କ’ଣ କହିଲେ ପେଟ୍ରୋଲିୟମ ମନ୍ତ୍ରୀ ?

ନୂଆଦିଲ୍ଲୀ,୨।୭: ଯଦି ସବୁକିଛି ଠିକ୍ ରୁହେ, ତେବେ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ହ୍ରାସ ପାଇପାରେ। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହାର ସଙ୍କେତ ଦେଇଛନ୍ତି। ପୁରୀ କହିଛନ୍ତି, ତେଲ ଦାମ୍‌ରେ କିଛି ସପ୍ତାହ ପର୍ଯ୍ୟନ୍ତ ନିମ୍ନ ସ୍ତରରେ ରହିବା ପରେ ପେଟ୍ରୋଲ-ଡିଜେଲ ଦାମାରେ କାଟ୍ ଉପରେ ବିଚାର କରାଯିବା ଉଚିତ ହେବ। ପୁରୀଙ୍କ କହିବା ଅନୁସାରେ, ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦାମ୍ ହ୍ରାସ ପାଇଛି, କିନ୍ତୁ କମ୍ପାନୀ ଏବେ ବି ପଶ୍ଚିମ ଏସିଆରେ ସଙ୍କଟ ବେଳେ କିଣାଯାଇଥିବା ଅଶୋଧିତ ତୈଳର ପ୍ରୋସେସିଂ କରୁଛି। ଏହା ସହିତ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୩୦ ଜୁନ୍ ସମୟ ସୀମା ପର୍ଯ୍ୟନ୍ତ ପେଟ୍ରୋଲ, ଡିଜେଲ ଓ ଏଲପିଜିକୁ କମ୍ ଦାମ୍‌ରେ ବିକ୍ରି କରିବା କାରଣରୁ ପେଟ୍ରୋଲିୟମ୍ କମ୍ପାନୀକୁ ୭୪,୭୮୧ କୋଟି ଟଙ୍କାର କ୍ଷତି ହୋଇଛି। ଆମେରିକା-ଇରାନ ଚୁକ୍ତି ପରେ କ୍ରୁଡ୍ ଅଏଲ ଦାମ୍ ତଳକୁ ଖସି ଆସିଛି। ଯଦି ଏହା ୨-୩ ମାସ ପର୍ଯ୍ୟନ୍ତ ଚାଲିବ ତେବେ ତେଲ ଦାମ୍‌ରେ ଆଶ୍ବସ୍ତି ନେଇ ଆଶା ରହିଛି।

କମ୍ପାନୀ ଇନ୍ଧନ ଉତ୍ପାଦନ ପାଇଁ ଅଶୋଧିତ ତୈଳ ସାଧାରଣ ଭାବରେ ଅତି କମ୍‌ରେ ଦୁଇ ମାସ ପୂର୍ବରୁ କିଣିଥାଏ। ଏଭଳି ସ୍ଥିତିରେ ବର୍ତ୍ତମାନ ଯେଉଁ ଅଶୋଧିତ ତୈଳର ପ୍ରୋସେସିଂ ହେଉଛି, ତାହା ମୁଖ୍ୟ ରୂପରେ ଏପ୍ରିଲ କିମ୍ବା ମଇ ଆରମ୍ଭରୁ କିଣା ଯାଇଥିଲା। ଯେତେବେଳେ ଅନ୍ତର୍ଜାତୀୟ ଦାମ୍ ଖୁବ୍ ଅଧିକ ଥିଲା। ଉଲ୍ଲେଖନୀୟ ଯେ, ଆମେରିକା ଓ ଇରାନ ଭିତରେ ସଂଘର୍ଷ ଶେଷ କରିବାକୁ ନେଇ ସହମତି ପରେ ଜୁନ୍ ଦ୍ବିତୀୟ ସପ୍ତାହରେ ଅଶୋଧିତ ତୈଳର ଦାମ୍‌ରେ ହ୍ରାସ ଘଟିଥିଲା।

କେନ୍ଦ୍ରମନ୍ତ୍ରୀ ପୁରୀ କହିଛନ୍ତି, କମ୍ପାନୀ ଗୁଡିକ ଇନ୍ଧନ ଉତ୍ପାଦନ ପାଇଁ ଅଶୋଧିତ ତୈଳ ସାଧାରଣତ କମ୍ରୁ କମ୍ ଦୁଇ ମାସ ପୂର୍ବରୁ କିଣିଥାଏ। ଏଭଳି ସ୍ଥିତିରେ ବର୍ତ୍ତମାନ ଯେଉଁ ଅଶୋଧିତ ତୈଳର ପ୍ରୋସେସିଂ ହେଉଛି, ତାହା ମୁଖ୍ୟ ରୂପରେ ଏପ୍ରିଲ କିମ୍ବା ମଇ ମାସର ଆରମ୍ଭରୁ କିଣାଯାଇଥିଲା। ଯେତେବେଳେ ଅନ୍ତର୍ଜାତୀୟ ଦାମ୍ ଅଧିକ ଥିଲା। ଉଲ୍ଳେଖନୀୟ ଯେ, ଆମେରିକା ଓ ଇରାନ ଭିତରେ ସଂଘର୍ଷ ଶେଷ କରିବାକୁ ନେଇ ସହମତି ହେବାପରେ ଜୁନ୍ ଦ୍ବିତୀୟ ସପ୍ତାହରେ ଅଶୋଧିତ ତୈଳ ଦାମ୍‌ରେ ହ୍ରାସ ଘଟିଥିଲା।

ନିକଟରେ ପଶ୍ଚିମ ଏସିଆରେ ଉତ୍ତେଜନା କମ୍ ହେବା ଓ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳର ଦାମ୍ରେ ହ୍ରାସ ପରେ କାଟ ଆରମ୍ଭ ହୋଇଯାଇଥିଲା। ଗତ ସପ୍ତାହ ଜୁଲ୍ଲାଇରେ ବିମାନ ଇନ୍ଧନ (ଏଟିଏଫ୍) ଓ କମର୍ସିଆଲ ଏଲପିଜିର ଦାମ୍‌ରେ ହ୍ରାସ ହୋଇଥିଲା। ସେଭଳି ଘରୋଇ ଇନ୍ଧନ ଖୁଚୁରା କମ୍ପାନୀ ନାୟରା ଏନର୍ଜୀ ପେଟ୍ରୋଲ ଓ ଡିଜେଲ ଦାମ୍ ହ୍ରାମ୍ କରିଛି, ଯାହାକି ଦୁଇ ବର୍ଷରୁ ଅଧିକ ସମୟରେ ତା’ର ପ୍ରଥମ କାଟ୍। ଏବେ ସରକାରୀ ତୈଳ କମ୍ପାନୀ ଉପରେ ସମସ୍ତଙ୍କର ନଜର ରହିଛି। ଏବେ ଦେଖିବା ଗୁରୁତ୍ବପୂର୍ଣ୍ଣ ଯେ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସି), ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ଏଚ୍ପିସିଏଲ୍)ର ଦେଶର ୯୦%ରୁ ଅଧିକ ଇନ୍ଧାନ ବଜାର ଉପରେ ନିୟନ୍ତ୍ରଣ ରହିଛି।

ଆହୁରି ପଢନ୍ତୁ :ଜାପାନ ପ୍ରଧାନମନ୍ତ୍ରୀଙ୍କୁ ସାନ ଭଉଣୀ କହିଲେ ପିଏମ୍ ମୋଦି, ଦୁଇ ଦେଶ ମଧ୍ୟରେ ଫାର୍ମା-ଡିଫେନ୍ସ ସେକ୍ଟରକୁ ନେଇ ଗୁରୁତ୍ବପୂର୍ଣ୍ଣ ଚୁକ୍ତି