02 JULY 2026

Welcome!

Unlock your personalized experience.
Sign Up

Ketan Agrawal Case : କେତନଙ୍କ ଭଉଣୀ ସହ ସିୟାର ଭାଇଙ୍କ ହୋଇଥାନ୍ତା ବିବାହ, ସେପଟେ ଘର ଛାଡିଲେ ଚେତନର ପରିବାର

Jul 02, 2026 - 16:34
Ketan Agrawal Case : କେତନଙ୍କ ଭଉଣୀ ସହ ସିୟାର ଭାଇଙ୍କ ହୋଇଥାନ୍ତା ବିବାହ, ସେପଟେ ଘର ଛାଡିଲେ ଚେତନର ପରିବାର

ପୁଣେ,୨।୭: ପୁଣେର କେତନ ଅଗ୍ରଓ୍ବାଲ ହତ୍ୟାକାଣ୍ଡର ଯାଞ୍ଚ ବଢିବାରେ ଲାଗିଛି। ପ୍ରତିଦିନ ମାମଲାରେ ହେଉଛି ନୂଆ ନୂଆ ଖୁଲାସା ହେଉଛି। ଏବେ ଏହି ମାମଲାରେ ବହୁ ନୂଆ ତଥ୍ୟ ସାମନାକୁ ଆସିବାର ଦାବି କରାଯାଉଛି। ପୋଲିସ କଥିତ ଆର୍ଥିକ ଲେଣଦେଣ ଅଭିଯୁକ୍ତଙ୍କ ଭିତରେ ସମ୍ପର୍କ ଓ ହତ୍ୟାର ସମ୍ଭାବିତ ଷଡଯନ୍ତ୍ର ବିଭିନ୍ନ ଦିଗର ଯାଞ୍ଚ କରୁଛି। ଏହା ଭିତରେ ଦୁଇ ପରିବା ପକ୍ଷରୁ ଅଲଗା ଅଲଗା ଦାବି କରାଯାଉଛି।

ଏହି ମାମଲାରେ ସାମନାକୁ ଆସିଥିବା ସୂଚନା ଅନୁସାରେ, ପୋଲିସ ଏହି କଥାର ଯାଞ୍ଚ କରୁଛି ଯେ,  ସିଆ ନିଜର ଭାବି ସ୍ବାମୀ କେତନ ଅଗ୍ରଓ୍ବାଲଙ୍କଠାରୁ ୧ କୋଟି ଟଙ୍କା ନେଇଥିଲେ। ତଦନ୍ତକାରୀ ଏଜେନ୍ସିକୁ ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରୁଛି ଏହି ଟଙ୍କାର ବ୍ୟବହାର କେଉଁ ଉଦେଶ୍ୟରେ କରାଯାଉଥିଲା ଓ କ’ଣ ଏହି ମାମଲା ସହ କୌଣସି ସିଧା ସମ୍ପର୍କ ରହିଛି କି ?

ବନ୍ଦ ହେଲା ଚେତନଙ୍କ ବାପାଙ୍କ ଦୋକାନ

ସେପଟେ ଅଭିଯୁକ୍ତ ଚେତନ ଚୌଧୁରିର ପରିବାର ସ୍ଥିତି ଖରାପ ହୋଇଛି। ପୁଣେର ମାର୍କେଟ ୟାର୍ଡ ଅଞ୍ଚଳରେ ଥିବା ଚେତନଙ୍କ ବାପା ବାବୁଲାଲ ସିରଭିଙ୍କ ରାସନ୍ ଦୋକାନ ୨୫ ଜୁନ୍‌ରୁ ବନ୍ଦ ରହିଛି। ସ୍ଥାନୀୟ ସୂଚନା ଅନୁସାରେ, ପରିବାର ଲୋକ ନିଜ ଘର ଛାଡି ସମ୍ପର୍କୀୟଙ୍କ ଘରେ ରହୁଛନ୍ତି। ତେବେ ପୋଲିସ ଏ ସମ୍ପର୍କରେ କୌଣସି ବୟାନ ଦେଇନାହିଁ।

ରିଲେସନସିପ୍‌ରେ ଥିଲେ ସିୟା ଓ ଚେତନ

ପ୍ରାରମ୍ଭିକ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ସିଆ ଏବଂ ତାଙ୍କ ଅଭିଯୁକ୍ତ ପ୍ରେମିକ ଚେତନ ଚୌଧୁରୀ ମଧ୍ୟରେ ପୂର୍ବରୁ ସମ୍ପର୍କ ଥିଲା। ପୋଲିସ ଏହା ମଧ୍ୟ ତଦନ୍ତ କରୁଛି ଯେ ଦୁହେଁ କୌଣସି ଭବିଷ୍ୟତ ଯୋଜନା କରିଥିଲେ କି ନାହିଁ ଏବଂ ଅଭିଯୁକ୍ତ ଆର୍ଥିକ କାରବାର ସେହି ଯୋଜନାର ଏକ ଅଂଶ ଥିଲା କି ନାହିଁ।  ତଦନ୍ତ ସରିବା ପରେ ସବୁ ଜଣାପଡିବ।

କେତନଙ୍କ ଭଉଣୀ ଓ ସିୟାଙ୍କ ଭାଇଙ୍କ ହୋଇଥାନ୍ତା ବିବାଦ

ତଦନ୍ତ ସମୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ପୋଲିସର ସୂଚନା ଅନୁଯାୟୀ, କେବଳ କେତନ ଅଗ୍ରୱାଲ ଏବଂ ସିୟାଙ୍କ ବିବାହ ଯୋଜନା ନଥିଲା, ବରଂ କେତନଙ୍କ ଭଉଣୀ ଏବଂ ସିଆଙ୍କ ଭାଇ ସାହିଲଙ୍କ ବିବାହ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଥିଲା। ରିପୋର୍ଟ ଅନୁଯାୟୀ କେତନ ଏବଂ ସିଆଙ୍କ ବିବାହ ପ୍ରଥମେ ନଭେମ୍ବରରେ ସ୍ଥିର ହୋଇଥିଲା, ଯାହା ପରେ ଦୁଇ ପରିବାର ମଧ୍ୟରେ ଦ୍ୱିତୀୟ ବିବାହର ମଧ୍ୟ ଯୋଜନା କରାଯାଇଥିଲା। ପୋଲିସ ଏହି ପାରିବାରିକ ସମ୍ପର୍କ ଏବଂ ସମଗ୍ର ଘଟଣାର ସମ୍ଭାବ୍ୟ ଲିଙ୍କ୍ର ମଧ୍ୟ ତଦନ୍ତ କରୁଛି।