09 JULY 2026

Welcome!

Unlock your personalized experience.
Sign Up

Reduction of Accident : ଆଧୁନିକ ଜ୍ଞାନକୌଶଳରେ ଦୁର୍ଘଟଣାମୁକ୍ତ ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ

Jul 08, 2026 - 21:16
Reduction of Accident :  ଆଧୁନିକ ଜ୍ଞାନକୌଶଳରେ ଦୁର୍ଘଟଣାମୁକ୍ତ ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ
  • ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ ଓ ପରିଚାଳନା ନେଇ ଆଲୋଚନା
  • ବିଭିନ୍ନ ବିଭାଗ ସମନ୍ୱୟରେ ପ୍ରସ୍ତୁତ ହେବ ଆକ୍ସନ୍‌ ପ୍ଲାନ୍‌
  • ଦୁର୍ଘଟଣାପ୍ରବଣ ଅଞ୍ଚଳରେ ଆମ୍ବୁଲାନ୍ସ ନିୟୋଜନ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୮ ।୭ : ସଚେତନତା ଅଭାବରୁ ଦିନକୁ ଦିନ ସଡ଼କ ଦୁର୍ଘଟଣା  ଘଟୁଛି। ଦ୍ରୁତ ଗତିରେ ଗାଡ଼ି ଚଳାଇବା, ହେଲ୍‌ମେଟ୍‌ ପରିଧାନ ନ କରିବା, ଟ୍ରାଫିକ୍‌ ନିୟମ ନ ମାନିବା ଏବଂ ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ଅନେକ ଦୁର୍ଘଟଣା ଘଟିବା ସହ ଧନଜୀବନ ହାନି ଘଟୁଛି । ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଏବଂ ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଗାମୀ ଦିନରେ ଏକ ଦୁଇଦିନିଆ କର୍ମଶାଳା ହେବ । ଏହି ପରିପ୍ରେକ୍ଷୀରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦୁର୍ଘଟଣାର ସ୍ଥିତି, ଦୁର୍ଘଟଣାର କାରଣ ଏବଂ ଏହାକୁ କମ୍‌ କରିବା ଦିଗରେ କ’ଣ ସବୁ ପଦକ୍ଷେପ ନିଆଯାଇପାରିବ ସେଥି ନେଇ ଆଲୋଚନା ହୋଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ ସହ ଏହାର ସଠିକ୍‌ ପରିଚାଳନା, ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଉନ୍ନତ ତଥା ଦୁର୍ଘଟଣାମୁକ୍ତ ରାସ୍ତା ନିର୍ମାଣ, ଜାତୀୟ ରୋଡ୍‌ କଂଗ୍ରେସ୍‌ ମାର୍ଗଦର୍ଶିକା ଅନୁସାରେ ପାଦଚଲା ରାସ୍ତା ନିର୍ମାଣ ଏବଂ ବିଭିନ୍ନ ବିଭାଗ ସମନ୍ୱୟରେ ଜିଲ୍ଲାୱାରୀ ସଡ଼କ ଦୁର୍ଘଟଣା ହ୍ରାସ ଲାଗି ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ରାସ୍ତା କଡ଼ରେ ଭାରିଯାନ ରହିବା ସ୍ଥାନ ଏବଂ ୱେ-ସାଇଡ୍‌ ଆମିନିଟିଜ୍‌ ନିର୍ମାଣ ସହ ଦୁର୍ଘଟଣାପ୍ରବଣ ଅଞ୍ଚଳରେ ଆମ୍ବୁଲାନ୍ସ ରହଣି ନେଇ ବ୍ୟବସ୍ଥା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

ବୈଠକରେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍‌ ରାଜପୁତ, ପରିବହନ କମିଶନର ଅମିତାଭ୍‌ ଠାକୁରଙ୍କ ସମେତ ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ ପ୍ରାଧିକରଣ, ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆହୁରି ପଢନ୍ତୁ : ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: କନକ ବର୍ଦ୍ଧନ ସିଂହଦେଓ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।