09 JULY 2026

Welcome!

Unlock your personalized experience.
Sign Up

Cyber Fraud : ସାଇବର ଠକେଇର ଶୀଘ୍ର ତଦନ୍ତ ପାଇଁ ଇ-ଜିରୋ ଏଫଆଇଆର ବ୍ୟବସ୍ଥା

Jul 08, 2026 - 16:42
Cyber Fraud : ସାଇବର ଠକେଇର ଶୀଘ୍ର ତଦନ୍ତ ପାଇଁ ଇ-ଜିରୋ ଏଫଆଇଆର ବ୍ୟବସ୍ଥା

କଟକ, ୮।୭ :  ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ଓଡ଼ିଶା ପୋଲିସ ଲାଗୁ କଲା  ‘ଇ-ଜିରୋ ଏଫ୍‌ଆଇଆର୍ ବ୍ୟବସ୍ଥା। ବିଶେଷ କରି ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥା ଲାଗୁ କରାଗଲା ବୋଲି ଡିଜିପି ଯୋଗେଶ ବହାଦୁର ଖୁରାନିଆ କହିଛନ୍ତି।

ନୂଆ ବ୍ୟବସ୍ଥା ଅନୁସାରେ ଆର୍ଥିକ ଠକେଇର ଶିକାର ହେବା ମାତ୍ରେ ଜାତୀୟ ସାଇବର ହେଲ୍ପଲାଇନ୍ ୧୯୩୦କୁ  ଯୋଗାଯୋଗ କରିବାକୁ ହେବ। CCTNS ଦ୍ୱାରା ଏହା ପଞ୍ଜିକରଣ ହେବା ସହ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଯିବ। ତେବେ ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ବନ୍ଧୀୟ ଅଭିଯୋଗ ଗୁଡିକ କ୍ଷେତ୍ରରେ ଏହା ଲାଗୁ ହେବ। ଭବିଷ୍ୟତରେ ଏହାକୁ ଆହୁରି ସରଳିକରଣ କରାଯିବ ବୋଲି ଡିଜିପି କହିଛନ୍ତି।

 ୧୯୩୦ରେ ପଞ୍ଜୀକୃତ ହେଲେ, CCTNSରେ ସ୍ୱୟଂଚାଳିତ ଭାବେ e-Zero FIR ଅନୁରୋଧ ସୃଷ୍ଟି ହେବ ଏବଂ ତାହା ଅପରାଧ ଶାଖାର ସାଇବର ପୋଲିସ ଷ୍ଟେସନ୍‌କୁ ପଠାଯିବ।ପ୍ରାଥମିକ ଯାଞ୍ଚ ପରେ ସାଇବର ପୋଲିସ ଷ୍ଟେସନ୍ ନିୟମିତ ଏଫ୍‌ଆଇଆର୍ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିପାରିବ। ଆବଶ୍ୟକତା ଅନୁଯାୟୀ ମାମଲାକୁ ସମ୍ପୃକ୍ତ ଥାନାକୁ ସ୍ଥାନାନ୍ତର କରାଯିବ ବୋଲି ଡିଜିପି କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।