29 JUNE 2026

Welcome!

Unlock your personalized experience.
Sign Up

Ram Mandir Donation Dispute : ରାମ ମନ୍ଦିର ଦାନ ଅର୍ଥ ହଡ଼ପ ବିବାଦ , ଭାରତରେ କେଉଁ ମନ୍ଦିରର ଡୋନେସନ ସିଷ୍ଟମ ସବୁଠୁ ଭଲ ?

Jun 29, 2026 - 17:25
Ram Mandir Donation Dispute : ରାମ ମନ୍ଦିର ଦାନ ଅର୍ଥ ହଡ଼ପ ବିବାଦ , ଭାରତରେ କେଉଁ ମନ୍ଦିରର ଡୋନେସନ ସିଷ୍ଟମ ସବୁଠୁ ଭଲ ?

ନୂଆଦିଲ୍ଲୀ : ଅଯୋଧ୍ୟାର ରାମ ମନ୍ଦିରରେ ଦାନକୁ ନେଇ ସଦ୍ୟ ବିବାଦ ପୁଣି ଥରେ ସାରା ଦେଶରେ ଏହି ବିବାଦ ଠିଆ କରିଛି ଯେ, କୋଟି କୋଟି ଟଙ୍କାର ଦାନ ଓ ଆସ୍ଥାର ପରିଚାଳନା ସବୁଠୁ ସୁରକ୍ଷିତ ଓ ସ୍ୱଚ୍ଛତା ଉପାୟରେ କେଉଁଠ ହୁଏ। ପ୍ରତି ବର୍ଷ ଦେଶର ବଡ଼ ବଡ଼ ମନ୍ଦିର ଗୁଡ଼ିକରେ ଶ୍ରଦ୍ଧାଳୁ ନଗଦ , ସୁନା , ରୂପା , ହୀରା-ଅଳଙ୍କାର ଆହୁରି ମଧ୍ୟ ଅନେକ ଦାମୀ ଜିନିଷ ଦାନ କରନ୍ତି। କିନ୍ତୁ , ଏହି ଦାନର ଗଣତି କେମିତି ହୋଇଥାଏ ? ଏଗୁଡ଼ିକୁ ବ୍ୟାଙ୍କ ଯାଏ କେମିତି ପହଞ୍ଚା ଯାଏ ? ଏହାର ଅଡିଟ୍ କିଏ କରିଥାଏ ? ଏବଂ ସବୁଠୁ ପ୍ରମୁଖ ପ୍ରଶ୍ନ ଯେ, ଦେଶର ସମସ୍ତ ବଡ଼ ବଡ଼ ମନ୍ଦିର ଗୁଡ଼ିକରେ କଣ ଗୋଟିଏ ଭଳି ସିଷ୍ଟମ ଅଛି ?

ଏହା ସହ ଯେ, ଭାରତର ପ୍ରମୁଖ ମନ୍ଦିର ଗୁଡ଼ିକ ସମୟ ସହ ଦାନ ଅର୍ଥର ପ୍ରବନ୍ଧନ ପାଇଁ ଅଲଗା ଅଲଗା ମଡେଲ ବିକଶିତ କରିଛନ୍ତି। କେଉଁଠି ହାଇଟେକ୍ ନୋଟ-କାଉଣ୍ଟିଂ ମେସିନ ଅଛି , ତ ଆଉ କେଉଁଠି ସିସିଟିଭି ଲାଗିଛି, ଆଉ କେଉଁଠି ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ନିୟମତ ଅଡିଟ୍ ହେଉ ଥିବା ବେଳେ ଆଉ କେଉଁଠି ରକହିଛି ପୂରା ଡିଜିଟାଲ ଡୋନେସନ ସିଷ୍ଟମ।

କିଛି ମନ୍ଦିର ଏମିତି ବି ଅଛି, ଯାହାର ବ୍ୟବସ୍ଥା ଆଇନଗତ ମାଧ୍ୟମରେ ସ୍ଥିର କରାଯାଇଛି ଏବଂ ଯାହାଙ୍କ ଆକାଉଣ୍ଟ ଗୁଡ଼ିକର ନିୟମିତ ଅଡିଟ୍ ଅନିବାର୍ଯ୍ୟ। ଏଥିରେ ଲୋକେ ଏହା ମଧ୍ୟ ଜାଣିବାକୁ ଚାହାନ୍ତି ଯେ, କାଶୀ ବିଶ୍ୱନାଥ, ତିରୁପତି ବାଲାଜୀ , ସିଦ୍ଧିବିନାୟକ , ଶିରିଡି ସାଇଁ ବାବା ଓ ମହାକାଳ ମନ୍ଦିର ଆଦି ଗୁଡ଼ିକରେ କାହାର ଦାନ ମ୍ୟାନେଜମେଣ୍ଟ ସବୁଠୁ ସୁରକ୍ଷିତ ମନେକରାଯାଏ ଏବଂ ଏହି ଧାନ ଅର୍ଥକୁ ସଠିକ୍ ଢଙ୍ଗରେ ସୁରକ୍ଷିତ ରଖିବା ପାଇଁ ମ୍ୟାନେଜମେଣ୍ଟ ପକ୍ଷରୁ କଣ କଣ ପଦକ୍ଷେପ ନିଆଯାଇଛି।

ରାମ ମନ୍ଦିର ଦାନ ଅର୍ଥ ହେରଫେର ବିବାଦ – ଏହି ପ୍ରଶ୍ନ ଏମିତି ସମୟରେ ଉଠିଛି , ଯେତେବେଳେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାୟ ୨୦୦ କୋଟି ଟଙ୍କାର ଦାନ ଚୋରି ମାମଲା ସାମ୍ନାକୁ ଆସିଛି। ହେଲେ ଏହି ମାମଲାରେ ତଦନ୍ତ ଚାଲିଛି। ଏହାସହ ୧୩ ଜଣ ଲୋକଙ୍କ ବିରୁଦ୍ଧରେ ଏଫଆଇଆର ମଧ୍ୟ ରୁଜୁ କରାଯାଇଛି। କିନ୍ତୁ , ଏହି ବିଚାର କରିବା କଥା ଯେ, ଏତେ ବଡ଼ ରକମର ଖୁବ୍ ଭଲଭାବେ ନିରୀକ୍ଷଣ ବ୍ୟବସ୍ଥା , ଟ୍ରଷ୍ଟ ଥିବା କାରଣରୁ ମଧ୍ୟ କେମିତି ଚୋରି ହୋଇପାରେ। ଏହି କ୍ରମରେ ପୂର୍ବରୁ ମଧ୍ୟ ଏମିତି କିଥି ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଦେଶର ପ୍ରସିଦ୍ଧ ମନ୍ଦିର ଗୁଡ଼ିକରେ ଦାନ ଚୋରି ହେବାର ଖବର ସାମ୍ନାକୁ ଆସିଥିଲା।

 

୧- ତିରୁପତି ବାଲାଜି ମନ୍ଦିର –

ଭାରତର ସବୁଠୁ ଧନୀ ମନ୍ଦିର ଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ତିରୁପତି ବାଲାଜୀ ମନ୍ଦିରରେ ଦାନର ପ୍ରବନ୍ଧନ ପାଇଁ ଖୁବ୍ ଦୃଢ ଓ ହାଇ-ଟେକ୍ ବ୍ୟବସ୍ଥା ଆପଣା ଯାଇଛି। ଶ୍ରଦ୍ଧାଳୁଙ୍କ ହୁଣ୍ଡିରେ ଦେଉଥିବା ନଗଦ ଦାନକୁ ‘ପରକାମନି ସେବା’ ଅନୁସାରେ ତାଲିମପ୍ରାପ୍ତ କର୍ମଚାରୀ ଓ ସ୍ୱୟଂସେବକଙ୍କ ଉପସ୍ଥିତିରେ ଅତ୍ୟାଧୁନିକ ନୋଟ୍ ଗଣତି ମେସିନ ଗୁଡ଼ିକରେ ଗଣତି କରାଯାଏ। ଗଣତି ଶ୍ରଦ୍ଧାଳୁଙ୍କ ସାମ୍ନାରେ କରାଯାଏ।

ପୂରା ପ୍ରକ୍ରିୟା ସିସିଟିଭି ନିରୀକ୍ଷଣ ଓ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହୋଇ ଥାଏ। ନଗଦ ଅର୍ଥ ବ୍ୟତୀତ ସୁନା , ରୂପା , ବିଦେଶୀ ମୁଦ୍ରା ଓ ଅନ୍ୟ ବହୁମୂଲ୍ୟ ବସ୍ତୁ ଗୁଡ଼ିକର ଅଲଗା ଅଲଗା ଶ୍ରେଣୀରେ ଗଣତି ଓ ରେକର୍ଡିଂ କରାଯାଏ। ଏହା ପରେ ପୂରା ରାଶିକୁ ବ୍ୟାଙ୍କରେ ଜମା କରିଦିଆ ଯାଏ ଏବଂ ପ୍ରତ୍ୟେକ ଦାନର ଡିଜିଟାଲ ରେକର୍ଡ ସୁରକ୍ଷିତ ରଖାଯାଏ, ଯେଉଁଥିରେ ସ୍ୱଚ୍ଛତା ଓ ଦାୟିତ୍ୱ ସୁନିଶ୍ଚିତ କରାଯାଇ ପାରିବ।

ନିକଟରେ ଟିଟିଡି ନିଜର ଆକାଉଣ୍ଟିଂ ଓ ଦାନ ରେକର୍ଡକୁ ଆହୁରି ମଜବୁତ କରିବା ପାଇଁ ICAI ( Institute of Chartered Accountants of India) ସହ ସହଭାଗିତା କରିଛି ,ଯାହାକି ରେକର୍ଡ-କିପିଂ ଓ ସ୍ୱଚ୍ଛତାକୁ ଆହୁରି ସୁସଙ୍ଗଠିତ କରାଯାଇ ପାରିବ।

ତିରୁପତି ମନ୍ଦିରରେ ଅର୍ପଣ ଓ ଦାନକୁ ନେଇ ୨୦୧୦ରେ ଖୁବ୍ ବିବାଦୀୟ ମାହୋଲ ସୃଷ୍ଟି ହୋଇଥିଲା, ଏହାପରେ ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଡିପି ୱାଧୱାଙ୍କ ଅଧ୍ୟକ୍ଷତତାରେ ଏକ କମିଟି ଗଠନ କରାଯାଇ ଥିଲା। ଏହି କମିଟି ନିଜର ରିପୋର୍ଟରେ ତିରୁପତିର ଦାନ ମ୍ୟାନେଜମେଣ୍ଟକୁ ସବୁଠୁ ଭଲ ବୋଲି ଦର୍ଶାଇ ଥିଲା।

ଦାନ ସିଷ୍ଟମର କଣ ରହିଛି ବିଶେଷତ୍ୱ -

  • ଗଣତି ପାଇଁ ଅଲଗା ଭାବେ ଷ୍ଟାଫଙ୍କ ନିଯୁକ୍ତ

  • ମୁଦ୍ରା ଗଣତି ପାଇଁ ଭଲେଣ୍ଟିୟର୍ସ

  • ସିସିଟିଭି , ପୁଲିସର କଡ଼ା ସୁରକ୍ଷାରେ ଗଣତି

  •  ଭଲେଣ୍ଟିୟର୍ସଙ୍କ ୩ରୁ୪ ଥର ହୋଇଥାଏ ଯାଞ୍ଚ

  • କେବଳ ଧୋତି ପିନ୍ଧିଥାନ୍ତି ଗଣତି କରୁଥିବା ଲୋକେ

୨- ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର –

ଉତ୍ତର ପ୍ରଦେଶର ଶ୍ରୀ କାଶୀ ବିଶ୍ୱନାଥ ଧାମରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଖୁବ୍ ଭିଡ଼ ହୋଇଥାଏ। ଏଥିରେ ମନ୍ଦିରକୁ ଖୁବ୍ ଦାନ ଅର୍ଥ ମିଳିଥାଏ, ଯାହାକୁ ସୁରକ୍ଷିତ ରଖିବା ପାଇଁ ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ ଅଛି। ରିପୋର୍ଟ ଅନୁସାରେ , ଶ୍ରୀ କାଶୀ ବିଶ୍ୱନାଥ ଧାମରେ ଦାନର ପରିଚାଳନା ପାଇଁ ଏକ ସ୍ଥିର ଓ ସ୍ୱଚ୍ଛ ପ୍ରଣାଳୀ ଆପଣା ଯାଇଛି। ମନ୍ଦିର ପରିସରରେ ମୋଟ ୫୬ ହୁଣ୍ଡି (ଦାନପାତ୍ର) ଅଛି, ଯେଉଁଥିରେ ଶ୍ରଦ୍ଧାଳୁ ନଗଦ ,ସୁନା ଓ ରୂପା ଅର୍ପିତ କରନ୍ତି। ଏହା ବ୍ୟତୀତ ଡିଜିଟାଲ ମାଧ୍ୟମ ଓ ଅଫିସ ମାଧ୍ୟମରେ ମିଳୁ ଥିବା ଦାନର ମଧ୍ୟ ଅଲଗା ଭାବେ ଅଫିସିଆଲି ରେକର୍ଡ ରଥାଯାଏ। ସପ୍ତାହରେ ଦୁଇ ଥର ଅର୍ଥାତ୍ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ସିସିଟିଭି ନିରୀକ୍ଷଣରେ ଜଣେ ଅଧିକାରୀ ଏବଂ ପ୍ରାୟ ୨୫ ଜଣ ମହିଳା ସେବାଧାରୀଙ୍କ ଉପସ୍ଥିତିରେ ଦାନର ଗଣତି ହୁଏ।

ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଜଣେ ଅଫିସର ଅଡିଟ୍ କରନ୍ତି।କିଛି ଦିନ ପୂର୍ବେ କାଶୀ ବିଶ୍ୱନାଥ ମନ୍ଦିରର ସିଇଓ ଏକ ବିବୃତ୍ତିରେ କହିଥିଲେ ଯେ, ଆମେ ଏସଓପି ପ୍ରସ୍ତୁତ କରିଛୁ। ଏହି ହିସାବରେ ଦାନ ଅର୍ଥକୁ ପରିଚାଳନା କରାଯାଏ।

 

ଦାନ ସିଷ୍ଟମର କଣ ରହିଛି ବିଶେଷତ୍ୱ -

  • ସିସିଟିଭି ନଜରରେ ଗଣତି

  • ଅଫିସର-ସେବାଦାର କରନ୍ତି ଗଣତି

  • ପ୍ରତି ଦାନର ଅଫିସିଆଲି ରେକର୍ଡ

  • ଖୋଲା ଏରିଆରେ ହୋଇ ଥାଏ ଗଣତି

  • ଟଙ୍କା , ସୁନା –ରୂପା ସବୁର ରେକର୍ଡ ଦାଖଲ

୩- ଶ୍ରୀ ସିଦ୍ଧିବିନାୟକ ମନ୍ଦିର –

ମୁମ୍ୱାଇର ସିଦ୍ଧିବିନାୟକ ମନ୍ଦିର ଭାରତର ସବୁଠୁ ସ୍ୱଚ୍ଛ ଧାର୍ମିକ ଟ୍ରଷ୍ଟ ଗୁଡ଼ିକ ମଧ୍ୟରେ ଗୋଟିଏ ଭାବେ ଜଣାଯାଏ। ମୁମ୍ୱାଇର ସିଦ୍ଧିବିନାୟକ ମନ୍ଦିରରେ ମଧ୍ୟ ଦାନ ପାଇଁ ଆଧୁନିକ ଓ ସ୍ୱଚ୍ଛତା ବ୍ୟବସ୍ଥା ଆପଣାଇ ଯାଇଛି।

 

ଦାନ ସିଷ୍ଟମର କଣ ରହିଛି ବିଶେଷତ୍ୱ -

  • ନଗଦ , ଅନଲାଇନ ଓ ଡିଜିଟାଲ ମାଧ୍ୟମରେ ଦାନ

  • ସିସିଟିଭି ନଦରରେ ପୂରା ପ୍ରକ୍ରିୟା

  • ନେଣଦେଣର ରେକର୍ଡ ରଖାଯାଏ

  • ମନ୍ଦିର ଟ୍ରଷ୍ଟ ନିୟମିତ ଅଡିଟ୍ ମଧ୍ୟ କରାନ୍ତି

  • ଦାନବାକ୍ସ ମଧ୍ୟ ସପ୍ତାହରେ ଦୁଇ ଦିନ ଖୋଲି ଥାଏ

୪-ଶିରିଡି ସାଇଁ ବାବା ମନ୍ଦିର –

ଶିରିଡି ସାଇଁ ବାବା ସଂସ୍ଥାନ ମହାରାଷ୍ଟ୍ର ସରକାରଙ୍କ ଆଇନ ଅନୁସାରେ ପରିଚାଳିତ ହୋଇଥାଏ। ଶିରିଡି ସାଇଁ ବାବା ମନ୍ଦିରରେ ଶ୍ରଦ୍ଧାଳୁ ନଗଦ ଅର୍ଥ ବ୍ୟତୀତ ଚେକ୍, ଡିମାଣ୍ଡ ଟ୍ରାଫ୍ଟ , ଅନଲାଇନ ଡେବିଟ –କ୍ରେଡିଟ୍ କାର୍ଡ , ବ୍ୟାଙ୍କ ଟ୍ରାନ୍ସଫର ଓ ବିଦେଶି ମୁଦ୍ରା ମାଧ୍ୟମରେ ମଧ୍ୟ ଦାନ କରିପାରନ୍ତି। ମନ୍ଦିର ପରିସରରେ ହୁଣ୍ଡି (ଦାନବାକ୍ସ) ଓ କମ୍ପୁଟରିକୃତ ଦାନ କାଉଣ୍ଟର ବ୍ୟବସ୍ଥା ଅଛି।

ଆହୁରି ମଧ୍ୟ ପଢନ୍ତୁ : Snana Purnima: ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମାନବୀୟ ଲୀଳା, ଦୁର୍ଲଭ ଗଜାନନ ବେଶ ଦର୍ଶନ ଦେବେ ଦାରୁବ୍ରହ୍ମ

 

ଦାନ ସିଷ୍ଟମର କେମିତି ରହିଛି ବିଶେଷତ୍ୱ -

  • ନଗଦ, ଅନଲାଇନ ଓ ଡିଜିଟାଲ ମାଧ୍ୟମରେ ଦାନ

  • ଅଧିକାରୀଙ୍କ ଅନୁଧ୍ୟାନରେ ଗଣତି

  • ପୂରା ରାଶିର ରେକର୍ଡ ପ୍ରସ୍ତୁତ କରାଯାଏ

  • ଗଣତି ପରେ ବ୍ୟାଙ୍କରେ ଜମା ହୁଏ ଅର୍ଥ

୫-ମହାକାଳ ମନ୍ଦିର –

ଉଜ୍ଜୈନର ମହାକାଳ ମନ୍ଦିର ଗତ କିଛି ବର୍ଷରେ ଡିଜିଟାଲ ପେମେଣ୍ଟ ଓ ଅନଲାଇନ ଦାନ ଦିଗରେ ଜୋରରେ ଆଗକୁ ବଢିଛି। ମହାକାଳ ମନ୍ଦିରରେ ଦାନର ସୁରକ୍ଷା ଓ ଗଣତି ପାଇଁ ଖୁବ୍ ଦୃଢ ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସରରେ ୯୨ଟି ହୁଣ୍ଡି ରହିଛି। ଯେଉଁଥିରେ ୨୪ ଘଣ୍ଟା ହାଇ-ଟେକ୍ ସିସିଟିଭି କ୍ୟାମେରାରେ ନଜର ରଖାଯାଏ।

 

ଦାନ ସିଷ୍ଟମରେ କଣ ରହିଛି ସ୍ୱତନ୍ତ୍ରତା –

  • ୨୪ ଘଣ୍ଟା ହାଇ-ଟେକ୍ ସିସିଟିଭି କ୍ୟାମେରାରେ ନଜର

  •  ପୂରା ପ୍ରକ୍ରିୟା ଅଧିକାରୀଙ୍କ ଉପସ୍ଥିତିରେ ହୁଏ

  • ଦାନର ଗଣତିର ଭିଡିଓଗ୍ରାଫି

  • ଗଣତି କରୁଥିବା କର୍ମଚାରୀଙ୍କ ପକେଟ୍ ନଥିବା ପୋଷାକ