"PMଙ୍କ ବିଦେଶ ଗସ୍ତ : କିଏ ଉଠାଏ ସବୁ ଖର୍ଚ୍ଚ ? " ଗୋଟିଏ ଯାତ୍ରାରେ ଖର୍ଚ୍ଚ ହୁଏ 25 କୋଟି !
ନୂଆଦିଲ୍ଲୀ ୦୯/୦୭ ; ମୋଦୀଙ୍କ ବିଦେଶ ଗସ୍ତର କିଏ ଉଠାଏ ଖର୍ଚ୍ଚ ? ଯାହାକୁ ନେଇ ସବୁବେଳେ ଲାଗିରୁହେ ତର୍କବିତର୍କ । ନିକଟରେ ପ୍ରଧାନମନ୍ତ୍ରୀ ୬ଦିନିଆ ବିଦେଶ ଗସ୍ତରେ ଥିବାବେଳେ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ମୋଟ ତିନୋଟି ଦେଶ: ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ। ତେବେ ପ୍ରଧାନମନ୍ତ୍ରୀ ଯେତେବେଳେ କୌଣସି ଦେଶକୁ ସରକାରୀ ଗସ୍ତରେ ଯାଆନ୍ତି, ସେତେବେଳେ ଦେଶ ଭିତରେ ହୋଇଥିବା ଖର୍ଚ୍ଚକୁ ନେଇ ଅନେକ ବିତର୍କ ଆରମ୍ଭ ହୁଏ। ଏହାସହିତ ପ୍ରତ୍ୟେକ ସାଧାରଣ ନାଗରିକ ମଧ୍ୟ ଜାଣିବାକୁ ଆଗ୍ରହୀ ଯେ ଏହି ଏହି ଭିଆଇପି ଗସ୍ତର ଖର୍ଚ୍ଚ କିଏ ବହନ କରେ ? ଆଉ ଗୋଟିଏ ବିଦେଶ ଯାତ୍ରା ପାଇଁ କେତେ ଟଙ୍କା ବ୍ୟୟ ହୁଏ ?
କିଏ ବହନ କରେ ବିଦେଶ ଗସ୍ତର ଖର୍ଚ୍ଚ ?
ପ୍ରଧାନମନ୍ତ୍ରୀଙ୍କ ସରକାରୀ ବିଦେଶ ଗସ୍ତର ମୁଖ୍ୟ ଆର୍ଥିକ ଭାର ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବହନ କରେ। ଦ୍ୱିପାକ୍ଷିକ ବୈଠକ, ଆନ୍ତର୍ଜାତୀୟ ସମ୍ମିଳନୀ କିମ୍ବା କୂଟନୈତିକ କାର୍ଯ୍ୟକ୍ରମ ପାଇଁ ହେଉଥିବା ଯାତ୍ରାର ସମସ୍ତ ଆବଶ୍ୟକ ବ୍ୟବସ୍ଥା ମନ୍ତ୍ରଣାଳୟର ବାର୍ଷିକ ବଜେଟରୁ କରାଯାଏ।ତଥାପି ସୌଜନ୍ୟତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଯେଉଁ ଦେଶକୁ ଗସ୍ତ କରନ୍ତି ସେହି ଦେଶର ଆୟୋଜକ ସରକାର ପ୍ରାୟତଃ ପ୍ରଧାନମନ୍ତ୍ରୀଙ୍କ ବୋର୍ଡିଂ, ରହଣି ଏବଂ ମୌଳିକ ସ୍ଥାନୀୟ ଆତିଥ୍ୟର ଖର୍ଚ୍ଚ ବହନ କରନ୍ତି ଯାହା ଫଳରେ ଭାରତ ସରକାରଙ୍କ ଉପରେ କିଛି ଆର୍ଥିକ ବୋଝ କମିଥାଏ।
ଅଧିକ ପଢନ୍ତୁ;-ରକ୍ତ ସଙ୍କଟ ଦୂର କରିବ ଜୀବଣୁ ! ଯେକୌଣସି ରକ୍ତ ଗ୍ରୁପକୁ O-ନେଗେଟିଭରେ ବଦଳାଇବ
ଗୋଟିଏ ଯାତ୍ରାର ଖର୍ଚ୍ଚ କେତେ ?
ଭାରତୀୟ ରାଜକୋଷରୁ ମୁଖ୍ୟ ଖର୍ଚ୍ଚ ପ୍ରଧାନମନ୍ତ୍ରୀଙ୍କ ଚାର୍ଟର୍ଡ ବିମାନ, ସ୍ୱତନ୍ତ୍ର ସୁରକ୍ଷା ଦଳ, ସରକାରୀ ପ୍ରତିନିଧି ଦଳ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଲଜିଷ୍ଟିକ୍ସ ପାଇଁ ହୋଇଥାଏ। ଯେହେତୁ ରାଷ୍ଟ୍ରମୁଖ୍ୟଙ୍କ ସୁରକ୍ଷା ସର୍ବୋପରି, ବରିଷ୍ଠ ଅଧିକାରୀ, ସୁରକ୍ଷା କର୍ମୀ ଏବଂ ଯୋଗାଯୋଗ ଉପକରଣର ପରିବହନ ପାଇଁ ଏକ ବଡ଼ ଖର୍ଚ୍ଚ ହୁଏ। ତେବେ ଯେକୌଣସି ବିଦେଶ ଯାତ୍ରାର ମୋଟ ଖର୍ଚ୍ଚ ଭାରତଠାରୁ ଦୂରତା, ରହଣି ଅବଧି ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ ଯାଉଥିବା ପ୍ରତିନିଧି ଦଳଙ୍କ ଆକାର ଉପରେ ନିର୍ଭର କରେ। ପ୍ରତ୍ୟେକ ଯାତ୍ରାର ବଜେଟ୍ ଭିନ୍ନ ହୋଇଥାଏ।
ସାଧାରଣ ବିଦେଶ ଯାତ୍ରା ପାଇଁ କେତେ ଖର୍ଚ୍ଚ ?
ପ୍ରତି ଯାତ୍ରା ପାଇଁ ହାରାହାରି ଖର୍ଚ୍ଚ ୪ କୋଟିରୁ ୨୫ କୋଟି ପର୍ଯ୍ୟନ୍ତ ହୋଇଥାଏ। ରିପୋର୍ଟରେ କୁହାଯାଇଛି ଯେ ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ମୋଟ ୧୧ଟି ବିଦେଶ ଯାତ୍ରା କରିଥିଲେ, ଯାହାର ମୋଟ ଖର୍ଚ୍ଚ ୧୦୯.୫ କୋଟି ହୋଇଥିଲା। ଫେବୃଆରୀ ୨୦୨୫ ରେ ତାଙ୍କର ଫ୍ରାନ୍ସ ଯାତ୍ରାକୁ ସେହି ସମୟରେ ସବୁଠାରୁ ମହଙ୍ଗା ଯାତ୍ରା ଭାବରେ ବିବେଚନା କରାଯାଇଥିଲା, ଯାହାର ଖର୍ଚ୍ଚ ୨୫.୫ ଥିଲା।
ଦେଶ ଭିତରେ ଅଲଗା ନିୟମ
ଅନେକ ଲୋକ ଏହି ଭୁଲ ଧାରଣାରେ ଥାଆନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦେଶ ଭିତରେ ଯାତ୍ରାର ଖର୍ଚ୍ଚ ବୈଦେଶିକ ମନ୍ତ୍ରଣାଳୟ ବହନ କରେ, କିନ୍ତୁ ଏହା ଆଦୌ ସତ୍ୟ ନୁହେଁ। ଯେତେବେଳେ ପ୍ରଧାନମନ୍ତ୍ରୀ ଭାରତର କୌଣସି ରାଜ୍ୟ କିମ୍ବା ସହରକୁ ସରକାରୀ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ଏବଂ ଯାତ୍ରାର ସମ୍ପୂର୍ଣ୍ଣ ଖର୍ଚ୍ଚ ପ୍ରତିରକ୍ଷା ମନ୍ତ୍ରଣାଳୟ ବହନ କରେ। ଏହାବ୍ୟତୀତ ଯଦି ପ୍ରଧାନମନ୍ତ୍ରୀ କୌଣସି ରାଜନୈତିକ ଦଳର ରାଲି କିମ୍ବା ନିର୍ବାଚନ ପ୍ରଚାରରେ ଯୋଗ ଦିଅନ୍ତି, ତେବେ ନିୟମ ଅନୁଯାୟୀ ସରକାର ନୁହେଁ ବରଂ ସମ୍ପୃକ୍ତ ରାଜନୈତିକ ଦଳ ବିମାନ ଯାତ୍ରା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ବ୍ୟବସ୍ଥାର ଖର୍ଚ୍ଚ ବହନ କରିଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।