09 JULY 2026

Welcome!

Unlock your personalized experience.
Sign Up

"ହର୍ମୁଜ୍ ବନ୍ଦ ହେଲେ ବି ଭାରତ ପ୍ରସ୍ତୁତ ! ୪୧ ଦେଶର ତେଲ, ୭୪ ଦିନର ବ୍ୟାକଅପର ଅଛି ମାଷ୍ଟରପ୍ଲାନ୍ …

Jul 09, 2026 - 12:23
"ହର୍ମୁଜ୍ ବନ୍ଦ ହେଲେ ବି ଭାରତ ପ୍ରସ୍ତୁତ ! ୪୧ ଦେଶର ତେଲ, ୭୪ ଦିନର ବ୍ୟାକଅପର ଅଛି ମାଷ୍ଟରପ୍ଲାନ୍ …

ବ୍ୟୁରୋ ୦୯/୦୭ ; ଆମେରିକା-ଇରାନ ମଧ୍ୟରେ ପୁଣି ବଳ କଷାକଷି। ଚିନ୍ତାରେ ବିଶ୍ବ ବଜାର। ଯଦି ଏହି ବିବାଦ ଯୁଦ୍ଧରେ ପରିଣତ ହୁଏ ଏବଂ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ବନ୍ଦ ହୋଇଯାଏ, ତେବେ ଭାରତରେ ପେଟ୍ରୋଲ, ଡିଜେଲ ଓ LPG ଅଭାବ ହେବ କି ? ଭାରତ ଏବେ ମଧ୍ୟ ହର୍ମୁଜ୍ ଉପରେ ନିର୍ଭରଶୀଳ କି ନା କରିସାରିଛି ମାଷ୍ଟରପ୍ଲାନ୍ ? ଆସନ୍ତୁ ଜାଣିବା ଏହି ରିପୋର୍ଟରେ …

ହର୍ମୁଜ୍ ପ୍ରଣାଳୀ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ?

ହର୍ମୁଜ୍ ପ୍ରଣାଳୀ ବିଶ୍ୱର ସବୁଠାରୁ ବ୍ୟସ୍ତ ତୈଳ ପରିବହନ ସମୁଦ୍ରପଥ ମଧ୍ୟରୁ ଗୋଟିଏ। ପାରସ୍ୟ ଉପସାଗରରୁ ବାହାରୁଥିବା ବହୁ ପରିମାଣର ଅଶୋଧିତ ତୈଳ ଏହି ପଥ ଦେଇ ବିଶ୍ୱ ବଜାରକୁ ପହଞ୍ଚେ। ଏହି ମାର୍ଗ ବନ୍ଦ ହେଲେ ବିଶ୍ୱ ତୈଳ ଯୋଗାଣ ଓ ଦର ଉପରେ ପ୍ରଭାବ ପଡ଼ିପାରେ।

ଭାରତ ଏବେବି ହର୍ମୁଜ୍ ଉପରେ ନିର୍ଭରଶୀଳ କି ?

ଯଦି ବର୍ତ୍ତମାନର ପରିସ୍ଥିତିକୁ ଦେଖିବା ତାହେଲେ ନା। ଯୁଦ୍ଧ ପରେ ବଦଳୁଥିବା ପରିସ୍ଥିତି ଦେଖି ଭାରତ ତାହାର ଏନର୍ଜି ରଣନୀତିରେ ବଡ଼ ପରିବର୍ତ୍ତନ କରିଛି। ସରକାରଙ୍କ ଅନୁଯାୟୀ ବର୍ତ୍ତମାନ ପ୍ରାୟ ୭୦% ଅଶୋଧିତ ତୈଳ ବିକଳ୍ପ ମାର୍ଗ ଦେଇ ଆସୁଛି। ଯାହାଫଳରେ କି ହର୍ମୁଜ୍ ଉପରେ ନିର୍ଭରଶୀଳତା ଅନେକମାତ୍ରାରେ କମିଛି ।

କାହିଁକି ୪୧ଟି ଦେଶରୁ ତେଲ କିଣୁଛି ଭାରତ ?

ପୂର୍ବରୁ ଭାରତ ମୁଖ୍ୟତଃ ଉପସାଗରୀୟ ଦେଶ ଉପରେ ନିର୍ଭର କରୁଥିଲା। ଏବେ ରୁଷ, ଆମେରିକା, ବ୍ରାଜିଲ, ନାଇଜେରିଆ, କାଜାଖସ୍ତାନ, ଆଲଜେରିଆ, ଅଙ୍ଗୋଲା ସମେତ ୪୧ଟି ଦେଶରୁ ଭାରତ ଦ୍ବାରା ତେଲ କ୍ରୟ କରାଯାଉଛି। ଯଦି ପୁଣି ଯୁଦ୍ଧ ହୁଏ ସଙ୍କଟ ଦେଖାଦିଏ ତାହେଲେ ଏହି ସମୟରେ ଯୋଗାଣ ବନ୍ଦ ହେବାର ଆଶଙ୍କାକୁ କମିପାରେ।

ଆହୁରି ପଢନ୍ତୁ ;-Iran-America War: ଆମେରିକା ଉପରେ ଇରାନର ଭୟାବହ ପ୍ରତିଶୋଧ; କୁଏତ୍, କତାର ଓ ବାହରିନ ସେନାଘାଟି ଉପରେ ମିସାଇଲ୍ ମାଡ଼

ହର୍ମୁଜ୍ ବିନା ଭାରତକୁ କିପରି ପହଞ୍ଚୁଛି ତେଲ ?

ସାଉଦି ଆରବର ପୂର୍ବ-ପଶ୍ଚିମ ପାଇପଲାଇନ୍ ସିଧାସଳଖ ୟାନବୁ ବନ୍ଦରକୁ ଅଶୋଧିତ ତୈଳ ପରିବହନ କରେ। ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବି ଅଶୋଧିତ ତୈଳ ପାଇପଲାଇନ୍ ସିଧାସଳଖ ହରମୁଜ୍ ପ୍ରଣାଳୀ ବାହାରେ ଅବସ୍ଥିତ ଫୁଜୈରାହ ବନ୍ଦରକୁ ତୈଳ ପରିବହନ କରେ। ଏହି ମାଧ୍ୟମରେ ତୈଳ ହର୍ମୁଜ୍ ବାହାରର ବନ୍ଦରକୁ ପହଞ୍ଚୁଛି। ଏହା ଭାରତର ଶକ୍ତି ସୁରକ୍ଷାକୁ ଅଧିକ ମଜବୁତ କରିଛି।

LPG ସିଲିଣ୍ଡରର ଅଭାବ ହେବ କି?

ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କଲେ ଲାଗୁଛି କି ଏବେପର୍ଯ୍ୟନ୍ତ ସେପରି ଆଶଙ୍କା ନାହିଁ। ଭାରତ ଆମେରିକା, କାନାଡା, ନରୱେ, ରୁଷ ଓ ଆଲଜେରିଆରୁ LPG ଆମଦାନୀ ବଢ଼ାଇଛି। ଏଥିସହିତ ଘରୋଇ ଏଲ୍ପିଜି ଉତ୍ପାଦନ ବୃଦ୍ଧି କରିବାକୁ ମଧ୍ୟ ରିଫାଇନାରୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଯାହା ଦ୍ୱାରା ଗ୍ୟାସ୍ ସିଲିଣ୍ଡର ଯୋଗାଣ ପ୍ରଭାବିତ ନହୁଏ।

ଭାରତ ପାଖରେ ଅଛି କେତେଦିନର ଷ୍ଟକ୍ ?

ସରକାରୀ ସୂଚନା ଅନୁଯାୟୀ, ଭାରତ ପାଖରେ ପ୍ରାୟ ୭୪ ଦିନର ତୈଳ ବ୍ୟାକଅପ୍ ରହିଛି। ଏହା ସହିତ Strategic Petroleum Reserve ମଧ୍ୟ ଉପଲବ୍ଧ ଥିବାରୁ ଅସ୍ଥାୟୀ ସଙ୍କଟକୁ ସାମ୍ନା କରିବା ସମ୍ଭବ। ରିଫାଇନାରୀଗୁଡ଼ିକ ମଧ୍ୟ ସାଧାରଣ କ୍ଷମତାଠାରୁ ଅଧିକ କ୍ଷମତାରେ କାର୍ଯ୍ୟ କରୁଛନ୍ତି।

ଭୟଭୀତ ନହେବାକୁ ସୂଚନା

ବର୍ତ୍ତମାନ ପାଇଁ ଭୟଭୀତ ହେବାର କାରଣ ନାହିଁ। ତଥାପି ଯଦି ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଥାଏ, ତେବେ ବିଶ୍ୱ ବଜାରରେ ଅଶୋଧିତ ତୈଳର ଦର ବଢ଼ିପାରେ। ଏହାର ପ୍ରଭାବରେ ପେଟ୍ରୋଲ, ଡିଜେଲ, LPG ଓ ପରିବହନ ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ରହିଛି। କିନ୍ତୁ ଭାରତର ବର୍ତ୍ତମାନର ରଣନୀତି ତୁରନ୍ତ ଯୋଗାଣ ସଙ୍କଟର ଆଶଙ୍କାକୁ ଅନେକ କମାଇ ଦେଇଛି।

 

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।