30 JULY 2026

Welcome!

Unlock your personalized experience.
Sign Up

Nepal Violence: ପୂର୍ବ ନେପାଳରେ ହିଂସକାଣ୍ଡ, ଭାରତକୁ ଲାଗିଥିବା ୩ ଜିଲାରେ ଜାରି ହେଲା କର୍ଫ୍ୟୁ

Jul 30, 2026 - 20:11
Nepal Violence: ପୂର୍ବ ନେପାଳରେ ହିଂସକାଣ୍ଡ, ଭାରତକୁ ଲାଗିଥିବା ୩ ଜିଲାରେ ଜାରି ହେଲା କର୍ଫ୍ୟୁ

କାଠମାଣ୍ଡୁ,୩୦।୭: ନେପାଳରେ ପୁଣି ଦେଖାଦେଇଛି ହିଂସା । ଦକ୍ଷିଣ-ପୂର୍ବ ନେପାଳର ସିରାହା ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପୂର୍ବ ନେପାଳରେ ଦୁଇଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଉତ୍ତେଜନା ବୃଦ୍ଧି ପାଇଛି। ଏହାପରେ କର୍ତ୍ତୃପକ୍ଷ ଭାରତ ସୀମାବର୍ତ୍ତୀ ତିନୋଟି ଜିଲ୍ଲାରେ କର୍ଫ୍ୟୁ ଜାରି କରିଛନ୍ତି। ଏଏନ୍ଆଇର ରିପୋର୍ଟ ଅନୁସାରେ, ଜନକପୁର, ସିରାହା ଏବଂ ସପ୍ତରୀ ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି। ମୃତକ ଜଣକ ହେଉଛନ୍ତି ସିରାହା ଜିଲ୍ଲାର ୧୯ବର୍ଷୀୟ ଗଣେଶ ଯାଦବ। ପୋଲିସ ଗୁଳିରେ ମଧ୍ୟ ଅନେକ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।

ଅଶାନ୍ତି ସମୟରେ କିଛି ପ୍ରଦର୍ଶନକାରୀ ରାସ୍ତାରେ ଆହତ ହୋଇଥିବା ଦେଖାଯାଇଥିଲା। ରବିବାର ରାତିରେ ନେପାଳର ସୁନସରି ଜିଲ୍ଲାର ଦେୱାନଗଞ୍ଜ ଗ୍ରାମୀଣ ପୌରପାଳିକାର କପ୍ତାନଗଞ୍ଜରେ ଉତ୍ତେଜନା ଆରମ୍ଭ ହୋଇଥିଲା। ପରେ ଏହା ମାଧେସୀ ଅଞ୍ଚଳରେ ବ୍ୟାପିବା ଫଳରେ ହିଂସା ଭୟଙ୍କର ରୂପ ନେଇଥିଲା , ଯାହା ଫଳରେ ଅଶାନ୍ତି ଏବଂ ସମ୍ପତ୍ତି କ୍ଷତି ହୋଇଥିଲା। ଜନକପୁର, ସିରାହା ଏବଂ ସପ୍ତରୀ ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି। ମୃତକଙ୍କ ନାମ ସିରାହା ଜିଲ୍ଲାର ୧୯ ବର୍ଷୀୟ ଗଣେଶ ଯାଦବ ବୋଲି ଚିହ୍ନଟ କରାଯାଇଛି। ପୋଲିସ ଗୁଳିରେ ଅନେକ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଅଶାନ୍ତି ସମୟରେ କିଛି ପ୍ରଦର୍ଶନକାରୀ ରାସ୍ତାରେ ଆହତ ହୋଇଥିବା ଦେଖାଯାଇଥିଲା। ରବିବାର ରାତିରେ ନେପାଳର ସୁନାସାରି ଜିଲ୍ଲାର ଦେୱାନଗଞ୍ଜ ଗ୍ରାମୀଣ ପୌରପାଳିକାର କପ୍ତାନଗଞ୍ଜରେ ଆରମ୍ଭ ହୋଇଥିଲା ଉତ୍ତେଜନା। ତା ପରେ ଏହା ମାଧେସୀ ଅଞ୍ଚଳରେ ବ୍ୟାପିବା ଫଳରେ ହିଂସା ଘଟିଥିଲା।

ସିରାହାର ଗୋଲବଜାରରେ ବିକ୍ଷୋଭକାରୀମାନେ ଏକ ସାର୍ବଜନୀନ ସ୍ଥାନରେ ୧୧ ଟି ମୋଟରସାଇକେଲରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ପରେ, ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଗୋଲବଜାରରେ କର୍ଫ୍ୟୁ ଜାରି କରିଥିଲେ। ମାଧେସୀ ପ୍ରଦେଶର ରାଜଧାନୀ ଜନକପୁରରେ ମଧ୍ୟ ଉତ୍ତେଜନା ବୃଦ୍ଧି ପାଇଥିଲା। ହିଂସାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଜନକପୁର ଏବଂ ଆଖପାଖର ଅନେକ ପୌରାଞ୍ଚଳ ଅଞ୍ଚଳରେ ସ୍ଥାନୀୟ ସମୟ ଅପରାହ୍ନ ୩ଟା ୩୦ ଠାରୁ କର୍ଫ୍ୟୁ ଜାରି କରିଥିଲା। ମୁଖ୍ୟ ଜିଲ୍ଲା ଅଧିକାରୀ ପ୍ରେମ ପ୍ରସାଦ ଲୁଇଟେଲ ଏହା ଘୋଷଣା କରିଥିଲେ। ଏହି କଟକଣା ସମଗ୍ର ଜନକପୁର ଉପ-ମହାନଗର ସହର, ଲକ୍ଷ୍ମୀନିଆ ଗ୍ରାମୀଣ ପୌରପାଳିକା ଏବଂ ନଗାରାଇନ ପୌରପାଳିକାକୁ ରହିଛି। ସରକାର ଦୁଇ ସମ୍ପ୍ରଦାୟ ମଧ୍ୟରେ ଅଶାନ୍ତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବାରୁ ସୁନାସାରୀରୁ ସପ୍ତରୀ, ସିରାହା ଏବଂ ପ୍ରାଦେଶିକ ରାଜଧାନୀ ଜନକପୁର ପର୍ଯ୍ୟନ୍ତ ଉତ୍ତେଜନା ବ୍ୟାପିଛି।

ଆହୁରି ପଢନ୍ତୁ : Balochistan Violence: ବେଲୁଚିସ୍ତାନରେ ବିଏଲ୍ଏ ରକ୍ତମୁଖା, ଅପହରଣ ପରେ ୬ ଶ୍ରମିକଙ୍କୁ କଲା ହତ୍ୟା: ଟାର୍ଗେଟରେ ଚାଇନା ପ୍ରୋଜେକ୍ଟ !

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।