30 JULY 2026

Welcome!

Unlock your personalized experience.
Sign Up

ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଛି : କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

Jul 30, 2026 - 19:50
ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଛି :  କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

ନୂଆଦିଲ୍ଲୀ, ୩୦ ।୭ : ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଛି। ୨୦୧୪-୧୫ରୁ ବର୍ତ୍ତମାନ ସୁଦ୍ଧା ଏହି ଅନୁଦାନ ଯୋଗାଇ ଦିଆଯାଇଛି । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି ।

୨୦୧୬-୧୭ ଆର୍ଥିକ ବର୍ଷରେ ଓଡ଼ିଶାର ଗୋପାଳପୁର, ବରକୁଳ, ସାତପଡ଼ା, ତାମ୍ପରାକୁ ନେଇ ଉପକୂଳ ସର୍କିଟ୍ ବିକାଶ ଲାଗି କେନ୍ଦ୍ର ସରକାର ୭୦ କୋଟି ୮୨ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ସେହିପରି ରାଜ୍ୟଗୁଡ଼ିକ ମିଳୁଥିବା ସ୍ୱତନ୍ତ୍ର ପୁଞ୍ଜି ନିବେଶ ସହାୟତା ଯୋଜନାରେ ହୀରାକୁଦର ବିକାଶ ଲାଗି ୨୦୨୪-୨୫ ଆର୍ଥିକ ବର୍ଷରେ ୯୯.୯୦ କୋଟି ଟଙ୍କା ଯୋଗାଇ ଦିଆଯାଇଥିଲା। ଏହି ଯୋଜନାରେ ସାତକୋଶିଆର ବିକାଶ ଲାଗି ମଧ୍ୟ ୯୯.୯୯ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଦୁଇଟି ପ୍ରକଳ୍ପ ପାଇଁ ୧୩୧ କୋଟିରୁ ଅଧିକ ଟଙ୍କା ଜାରି କରାଯିବା ସହିତ ବିକାଶ କାମ ଜାରି ରହିଛି ।

ଏଥିପୂର୍ବରୁ ୨୦୧୪-୧୫ ଆର୍ଥିକ ବର୍ଷରେ ପୁରୀ ଶ୍ରୀଜଗନ୍ନାଥ ଧାମ, ରାମଚଣ୍ଡୀ, ଦେମୁଳିଠାରେ ପ୍ରାଚୀ ନଦୀ ତଟ ବିକାଶ ନିମନ୍ତେ ପ୍ରସାଦ ଯୋଜନାରେ ୫୦ କୋଟି ଟଙ୍କାର ପାଣ୍ଠି ମଞ୍ଜୁର ହୋଇଥିବା ଶ୍ରୀ ଶେଖାୱତ ସୂଚନା ଦେଇଛନ୍ତି । ପର୍ଯ୍ୟଟନ ବିକାଶ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ବ୍ୟାପାର ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ସ୍ୱଦେଶ ଦର୍ଶନ ଯୋଜନାର ଦୁଇଟି ପର୍ଯ୍ୟାୟ, ଚାଲେଞ୍ଜ ଆଧାରିତ ପର୍ଯ୍ୟଟନସ୍ଥଳୀର ବିକାଶ (ସିବିଡିଡି) ଯୋଜନା, ପ୍ରସାଦ ଆଦି ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେଇଥା’ନ୍ତି ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ।

ଆହୁରି ପଢନ୍ତୁ : ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।