13 JUNE 2026

Welcome!

Unlock your personalized experience.
Sign Up

Medical Colleges and Hospitals : ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକ ପାଇଁ ୭୫୫ ନୂତନ ପଦବୀ ମଞ୍ଜୁର

Jun 10, 2026 - 05:07
Medical Colleges and Hospitals : ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକ ପାଇଁ ୭୫୫ ନୂତନ ପଦବୀ ମଞ୍ଜୁର

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଏବଂ ଲୋକଙ୍କ ନିକଟରେ ଉନ୍ନତମାନର ଚିକିତ୍ସାସେବା ପହଞ୍ଚାଇବା ଲକ୍ଷ୍ୟରେ ଓଡ଼ିଶା ସରକାର ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଓ ରୋଗୀସେବାକୁ ସୁଦୃଢ଼ କରିବା ପାଇଁ ମୋଟ ୭୫୫ଟି ନୂତନ ପଦବୀ ମଞ୍ଜୁର କରାଯାଇଛି।

ମଞ୍ଜୁର ହୋଇଥିବା ପଦବୀଗୁଡ଼ିକ ମଧ୍ୟରେ ୭ଟି ପ୍ରଫେସର, ୩୫ଟି ଆସୋସିଏଟ ପ୍ରଫେସର, ୫୦ଟି ଆସିଷ୍ଟାଣ୍ଟ ପ୍ରଫେସର, ୨୯ଟି ଟ୍ୟୁଟର, ୨୪୮ଟି ସିନିୟର ରେସିଡେଣ୍ଟ, ୧୯୦ଟି ଜୁନିୟର ରେସିଡେଣ୍ଟ (ଏମ୍‌ବିବିଏସ୍‌), ୧୧୨ଟି କାଜୁଆଲଟି ମେଡିକାଲ ଅଫିସର (ସିଏମ୍‌ଓ) ଏବଂ ୮୪ଟି ବ୍ଲଡ୍‌ ବ୍ୟାଙ୍କ ଅଫିସର (ବିବିଓ) ପଦବୀ ରହିଛି। ଏହି ପଦବୀଗୁଡ଼ିକ ପୂରଣ ହେବା ପରେ ମେଡିକାଲ କଲେଜଗୁଡ଼ିକରେ ଶିକ୍ଷକ ଏବଂ ଚିକିତ୍ସକଙ୍କ ଉପଲବ୍ଧତା ବୃଦ୍ଧି ପାଇବ, ଯାହା ଚିକିତ୍ସା ଶିକ୍ଷା ଓ ରୋଗୀସେବା ଉଭୟ କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପକାଇବ।

ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି। ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଚିକିତ୍ସା ଶିକ୍ଷାର ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏହି ୭୫୫ଟି ପଦବୀ ମଞ୍ଜୁର ହେବା ଫଳରେ ମେଡିକାଲ କଲେଜଗୁଡ଼ିକରେ ଆବଶ୍ୟକ ମାନବ ସମ୍ବଳ ବୃଦ୍ଧି ପାଇବ ଏବଂ ରୋଗୀମାନେ ଅଧିକ ଉନ୍ନତ ଚିକିତ୍ସାସେବାର ସୁବିଧା ପାଇପାରିବେ।

ବିଗତ ଦିନରେ ତିନଟି ନୂତନ ମେଡିକାଲ କଲେଜରେ ଦୁଇ ଶହ ପଚାଶ ଏମବିବିଏସ ସିଟରେ ପାଠ ପଢା ବଢିଛି । ସେହିପରି ସମ୍ପ୍ରତି ପିଜି ସିଟ ବଢି ୬୮ କୁ ପହଁଚିଛି । ଫଳରେ ପ୍ରଫେସର ଏବଂ ଅନ୍ୟାନ୍ୟ ପଦବୀ ମଞ୍ଜୁର ଆବଶ୍ୟକ ଥିଲା  ଏହି ପଦବୀ ମଞ୍ଜୁର ଫଳରେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ସହିତ ଆଗାମୀ ଦିନରେ ଗୁଣାତ୍ମକ ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ମାନ୍ୟବର ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।