Khawaja Asif : 'PoK ର ପ୍ରତିବାଦକାରୀମାନେ ମଧ୍ୟ ଭାରତ ପରି ଆମର ଶତ୍ରୁ ', ବିଷ ଓଗାଳିଲେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ
ଇସଲାମାବାଦ : ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ପାକିସ୍ତାନ ଅଧିକୃତ କାଶ୍ମୀରର ବିକ୍ଷୋଭକାରୀଙ୍କୁ ଶତ୍ରୁ ଭାବେ ଦର୍ଶାଇଛନ୍ତି। ସେମାନେ ନିଜର ଅଧିକାର ନେଇ ସ୍ୱର ଉଠାଉ ଥିବା ଏହି ବିକ୍ଷୋଭକାରୀଙ୍କ ତୁଳନା ଭାରତ ସହ କରିଛନ୍ତି। ଖ୍ୱାଜା ଆସିଫ୍ କଡ଼ା ଶବ୍ଦରେ କହିଛନ୍ତି ଯେ, ପିଓକେର ବିରୋଧ ପ୍ରଦର୍ଶନକାରୀଙ୍କ ସହ କୌଣସି ଆଲୋଚନା ହେବ ନାହିଁ। ଅନ୍ୟପଟେ ପାକିସ୍ତାନ ସରକାର ଲଗାତାର ବିକ୍ଷୋଭକାରୀଙ୍କ ଉପରେ ସମାଧାନ ପାଇଁ ଚାପ ପକାଉଛନ୍ତି।
ଏହି ମଧ୍ୟରେ ସୋମବାର ପ୍ରତିବାଦକାରୀଙ୍କ ଉପରେ ହୋଇଥିବା ଫାୟାରିଂରେ ଅନେକ ଲୋକଙ୍କ ଜୀବନ ଯାଇଥିବା ଖବର ଆସିଛି , ଶହ ଶହ ସଂଖ୍ୟାରେ ଲୋକେ ଆହତ ହୋଇଛନ୍ତି। ପାକିସ୍ତାନ ରାଓଲକୋଟ୍ ସମେତ ବିରୋଧୀଙ୍କ ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ୍ ଓ ସେଲ୍ୟୁଲର ସେବା ଗୁଡ଼ିକୁ ବନ୍ଦ କରି ଦେଇଛନ୍ତି।
ଯେତେବେଳେ ଖ୍ୱାଜା ଆସିଫଙ୍କୁ ପଚରା ଯାଇଥିଲା ଯେ, ସେ କଣ ପାକିସ୍ତାନ ପିଓକେର ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବେ , ଏହା ଉପରେ ପ୍ରତିକ୍ରିୟାରେ ସେ କହିଥିଲେ , ମୁଁ ପିଓକେର ପ୍ରଦର୍ଶନକାରୀଙ୍କୁ ଭାରତର ପର୍ଯ୍ୟାୟରେ ରଖୁଛି ଏବଂ ସେମାନଙ୍କୁ ଶତ୍ରୁ ମନେକରୁଛି। ତେଣୁ ତାଙ୍କ ସହ ଆଲୋଚନା କରିବାର କୌଣସି ପ୍ରଶ୍ନ ହିଁ ଉଠୁ ନାହିଁ।
ପିଓକେରେ ତଥାକଥିତ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ବେଳେ ପ୍ରତିବନ୍ଧିତ ଜଏଣ୍ଟ ଅୱାମୀା ଆକ୍ସନ କମିଟି (ଜେଏଏସି)ର ଅତି କମରେ ୧୪ଜଣ କାର୍ଯ୍ୟକର୍ତ୍ତାଙ୍କର ଆଇନ-ପ୍ରବର୍ତ୍ତନ ଫୋର୍ସଙ୍କ ସହ ହୋଇଥିବା ସଂଘର୍ଷରେ ମୃତ୍ୟୁ ହୋଇଥିଲା। ଦୁଇ ଡର୍ଜନରୁ ଅଧିକ ଲୋକ ଆହତ ହୋଇଥିଲେ। ହେଲେ , ଅଞ୍ଚଳର ଆଇନ ପ୍ରବର୍ତ୍ତନ ଅଧିକାରୀମାନେ ମୃତକଙ୍କ ସଂଖ୍ୟାକୁ ବିରୋଧ କରି ଅଭିଯୋଗ କରିଛନ୍ତି ଯେ JAAC ପ୍ରତିବାଦକାରୀମାନେ ପ୍ରଥମେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ।
ଆହୁରି ମଧ୍ୟ ପଢନ୍ତୁ - Nirav Modi : ନିଜ ଦେଶର ବ୍ୟବସ୍ଥା ଉପରେ ପ୍ରଶ୍ନ କଲେ ବ୍ରିଟେନର ପୂର୍ବତନ ଗୃହ ମନ୍ତ୍ରୀ ,କହିଲେ ନୀରବ ମୋଦି ଏବେ ଭାରତରେ ରହିବା କଥା
JAAC ଗତ ମାସରୁ ପିଓକେରେ ତଥାକଥିତ କ୍ଷେତ୍ରୀୟ ବିଧାନସଭାର ୧୨ ଟି ବିବାଦୀୟ ଆସନକୁ ନେଇ ଲାଗାତାର ବିରୋଧ ପ୍ରଦର୍ଶନ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।