13 JUNE 2026

Welcome!

Unlock your personalized experience.
Sign Up

ଫିଲ୍ମ ‘ବଣ୍ଟଓ୍ବାରା ୧୯୪୭’ରେ ସନି ଦେଓଲଙ୍କ ଝିଅ ଭୂମିକାରେ ଆସିବେ ନଜର, ଜାଣନ୍ତୁ କିଏ ଖୁସି ହଜାରେ ?

Jun 10, 2026 - 05:07
ଫିଲ୍ମ ‘ବଣ୍ଟଓ୍ବାରା ୧୯୪୭’ରେ ସନି ଦେଓଲଙ୍କ ଝିଅ ଭୂମିକାରେ ଆସିବେ ନଜର, ଜାଣନ୍ତୁ କିଏ ଖୁସି ହଜାରେ ?

ମୁମ୍ବାଇ,୯/୬ : ସନି ଦେଓଲଙ୍କ ଫିଲ୍ମ ‘ବଣ୍ଟଓ୍ବାରା ୧୯୪୭’କୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ସମୟରେ  ଆଜି ଫିଲ୍ମର ପ୍ରଥମ ଝଲକ ରିଲିଜ୍ ହୋଇଛି । ଯାହା ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଛି । ଖୁସି ହଜାରେ ଫିଲ୍ମରେ ସନି ଦେଓଲଙ୍କ ଝିଅ ଭୂମିକାରେ ଅଭିନୟ କରିଛନ୍ତି । ଆସନ୍ତୁ ଜାଣିବା ସେ କିଏ ।

ଜୁନ୍ ୯ ତାରିଖ ଅର୍ଥାତ୍ ଆଜି ନିର୍ମାତା ସନି ଦେଓଲଙ୍କ ଫିଲ୍ମ ବଣ୍ଟଓ୍ବାରା ୧୯୪୭ର ଫାଷ୍ଟ ଲୁକ୍ ସେୟାର କରିଛନ୍ତି । ଯେଉଁଥିରେ ସନି ଦେଓଲଙ୍କୁ ଏକ ଦମଦାର୍ ଅନ୍ଦାଜରେ ଦେଖିବାକୁ ମିଳିଛି । ସେହିଭଳି ତାଙ୍କ ସହ ପ୍ରିତୀ ଜିଣ୍ଟା, କରଣ ଦେଓଲ ଏବଂ ଖୁସି ହଜାରେ ବି ଛିଡ଼ା ହୋଇଥିବା ନଜର ଆସୁଛନ୍ତି । ପ୍ରଥମ ଲୁକ୍ ଟିଜର ସେୟାର କରି ମେକର୍ସ ଏହାର ରିଲିଜ୍ ଡେଟର ଖୁଲାସା କରିଛନ୍ତି ।

ବଣ୍ଟଓ୍ବାରା ୧୯୪୭ର ଫାଷ୍ଟ ଲୁକ୍ ରିଲିଜ୍ ହେବା ପରେ ଖୁସି ହଜାରେ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାରେ । ଖୁସି ହଜାରେ ଜଣେ ଶିଶୁ କଳାକାର ଯିଏ ମୁଖ୍ୟତଃ ହିନ୍ଦୀ ଏବଂ ମରାଠୀ ସିନେମାରେ ତାଙ୍କର ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ସେ ରିତେଶ ଦେଶମୁଖଙ୍କ ମରାଠୀ ଚଳଚ୍ଚିତ୍ର "ବେଦ" (୨୦୨୨) ରେ ଜଣେ ଶିଶୁ କଳାକାର ଭୂମିକାରେ ଅଭିନୟ କରିଥିଲେ। "ବେଦ" ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ତାଙ୍କୁ ଫିଲ୍ମଫେୟାର ମରାଠୀ ପୁରସ୍କାର ମିଳିଥିଲା ।

ଏହା ବ୍ୟତୀତ ସେ ବଲିଉଡର ସଫଳ ହରର୍-କମେଡି "ମୁଞ୍ଜ୍ୟା" (୨୦୨୪) ରେ ମଧ୍ୟ ଯୁବତୀ ଗୀତା ଭୂମିକାରେ ଅଭିନୟ କରିଥିଲେ। ସେ "ଭୂତ: ପାର୍ଟ ୱାନ୍ - ଦ ହଣ୍ଟେଡ୍ ସିପ୍" (୨୦୨୦) ଏବଂ "ଦଶମୀ" ଭଳି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ଖୁସି ମାଧୁରୀ ଦୀକ୍ଷିତଙ୍କ ଲୋକପ୍ରିୟ ଧାରାବାହିକ "ମିସେସ୍ ଦେଶପାଣ୍ଡେ" ରେ ମଧ୍ୟ ଅଭିନୟ କରିଛନ୍ତି। ଏହା ବ୍ୟତୀତ, ସେ ସଦ୍ୟ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର "ମା ବହନ୍" ରେ ମଧ୍ୟ ନଜର ଆସିଛନ୍ତି । ଅଭିନୟ ବ୍ୟତୀତ, ଖୁସି ହଜାରେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୪୩.୫ ହଜାର ଫଲୋଅର୍ସ ଅଛନ୍ତି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।