07 JULY 2026

Welcome!

Unlock your personalized experience.
Sign Up

Maoist Dump Busted in Nuapada: ମାଓ ଡମ୍ପ ଠାବ, ନୂଆପଡ଼ା ପାଟଧରା ଜଙ୍ଗଲରୁ ବିପୁଳ ମାରଣାସ୍ତ୍ର ଓ ଟିଫିନ ବୋମା ଜବତ

Jul 07, 2026 - 15:02
Maoist Dump Busted in Nuapada: ମାଓ ଡମ୍ପ ଠାବ, ନୂଆପଡ଼ା ପାଟଧରା ଜଙ୍ଗଲରୁ ବିପୁଳ ମାରଣାସ୍ତ୍ର ଓ ଟିଫିନ ବୋମା ଜବତ

ନୂଆପଡ଼ା, ୭।୭: ନୂଆପଡ଼ା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ପୁଣି ଏକ ବଡ଼ ସଫଳତା ମିଳିଛି । ଜିଲ୍ଲାର ବୋଡ଼େନ ଥାନା ଅନ୍ତର୍ଗତ ପାଟଧରା ଜଙ୍ଗଲର ବରପାଟ ଡଙ୍ଗରରୁ ଏକ ବିଶାଳ ମାଓ ଡମ୍ପ ଠାବ କରାଯାଇଛି । ସୁରକ୍ଷା ବାହିନୀର କଡ଼ା ଚେକିଂ ଏବଂ ମିଳିତ ସର୍ଚ୍ଚ ଅପରେସନ ବେଳେ ଏହି ମାଓ ସାମଗ୍ରୀଗୁଡ଼ିକୁ ଜବତ କରାଯାଇଛି, ଯାହା ମାଓବାଦୀଙ୍କ ଏକ ବଡ଼ ଯୋଜନାକୁ ପଣ୍ଡ କରିଦେଇଛି । କୌଣସି ଗୁପ୍ତ ସୂତ୍ରରୁ ବିଶେଷ ଖବର ପାଇ ଜିଲ୍ଲା ପୁଲିସର ଡିଭିଏଫ୍ (DVF) ଏବଂ ସିଆରପିଏଫ୍ (CRPF) ର ଏକ ମିଳିତ ଟିମ୍ ପାଟଧରା ଜଙ୍ଗଲ ଭିତରେ ଘେରାବନ୍ଦୀ କରି ଏକ ବଡ଼ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଜଙ୍ଗଲର ଦୁର୍ଗମ ଅଞ୍ଚଳ ବରପାଟ ଡଙ୍ଗରରେ ମାଓବାଦୀମାନେ ଲୁଚାଇ ରଖିଥିବା ଏହି କ୍ୟାମ୍ପକୁ ସୁରକ୍ଷାକର୍ମୀମାନେ ଖୋଜି ବାହାର କରିବାରେ ସଫଳ ହୋଇଥିଲେ ।

ଏହା ବି ପଢ଼ନ୍ତୁ... ​​​​​​​ଜମି ପଞ୍ଜିକରଣ ନିୟମରେ ସରକାରଙ୍କ ବଡ଼ ପରିବର୍ତ୍ତନ: ଏଣିକି ସମ୍ପୂର୍ଣ୍ଣ କ୍ୟାସ୍‌ଲେସ୍‌ ହେବ ଜମି କିଣାବିକା, ହଟିବେ ଦଲାଲ

ଉକ୍ତ ମାଓ କ୍ୟାମ୍ପରୁ ପୁଲିସ ବିପୁଳ ପରିମାଣର ନକ୍ସଲ ବ୍ୟବହୃତ ସାମଗ୍ରୀ ସହ ମାରଣାସ୍ତ୍ର ଜବତ କରିଛି । ଜବତ ହୋଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ୨ ଗୋଟି ଦେଶୀ ବନ୍ଧୁକ ଏବଂ ଗୋଟିଏ କାରବାଇନ, ୨ଟି ଟିଫିନ ବୋମା ଏବଂ ୮୩ ରାଉଣ୍ଡ ଜୀବନ୍ତ ଗୁଳି, ବିପୁଳ ପରିମାଣର ଜିଲେଟିନ୍, ଗନ ପାଉଡର ଓ ତାର, ବ୍ୟାଟେରୀ, ମେଡିସିନ ଏବଂ ପ୍ରଚାର ପାଇଁ ବ୍ୟବହୃତ ଅନେକ ମାଓ ପୁସ୍ତିକା ରହିଛି । ଏହି ସଫଳତା ସମ୍ପର୍କରେ ନୂଆପଡ଼ା ଏସପି ଅମ୍ରିତପାଳ ସିଂ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗତ ମାର୍ଚ୍ଚ ୩୧ ତାରିଖରେ ନୂଆପଡ଼ା ଜିଲ୍ଲାକୁ ଆନୁଷ୍ଠାନିକ ଭାବେ 'ମାଓମୁକ୍ତ' ଘୋଷଣା କରାଯାଇଥିଲା । ତେବେ ଜିଲ୍ଲାର ସାଧାରଣ ଜନତାଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ଏବଂ ସମ୍ପୃକ୍ତ ଜଙ୍ଗଲରେ ପୁଲିସ ପାଟ୍ରୋଲିଂ ବଢ଼ାଇ ଦିଆଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।