Flood Crisis : କାଣୀ ନଦୀରେ ୫୦ ଫୁଟର ଘାଇ, ବୁଡ଼ିଗଲା ଚାଷଜମି, ଜଳବନ୍ଦୀ ଅବସ୍ଥାରେ ଲୋକେ
ଭୁବନେଶ୍ଵର, ୭/୭ : ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଦୁର୍ଦ୍ଦଶା ବଢିଛି। ଯାଜପୁର ଜିଲ୍ଲା ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଏହାର ଶାଖା କାଣୀ ନଦୀରେ କଣ୍ଟପଡା ନିକଟରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି। ଘାଇଟି ନଦୀବନ୍ଧର ଡାହାଣ ପାର୍ଶ୍ୱରେ ହୋଇଥିଲା ବେଳେ ଚାଷ ଜମି ପାଖରେ ହୋଇଛି। ଫଳରେ ମଲିକାପୁର, ଦୁଦୁରାଅଣ୍ଟା, ଶୁଶୁଆ, ମଙ୍ଗଳପୁର, କନିକାପଡା ଆଦି ପଞ୍ଚାୟତର ଚାଷ ଜମିରେ ବନ୍ୟା ଜଳ ପ୍ରଭାବିତ ହୋଇଛି। କିଛି ତଳି ଅଂଚଳରେ ବନ୍ୟା ଜଳ ପ୍ରବେଶ କରିଥିବା ଜଣାପଡିଛି।
ଏହା ଛଡା ମଲିକାପୁର ଠାରୁ କଣ୍ଟପଡା ପର୍ଯ୍ୟନ୍ତ ଡାହାଣପାର୍ଶ୍ଵ ନଦୀ ବନ୍ଧ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଧସିଯାଇଛି। ସେହିପରି ବୈତରଣୀ ବନ୍ୟା ଜଳରେ ୬୦ ଫୁଟର ଅସ୍ଥାୟୀ ରାସ୍ତା ବୁଡିଯାଇଛି। ନଦୀରେ ପାଣି ଆସିବା ଦ୍ୱାରା ରାସ୍ତାଟି ସମ୍ପୂର୍ଣ ବୁଡି ଯିବା ପରେ ଯାତାୟତ ଠପ୍ ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସ୍କୁଲ, କଲେଜ ଓ ଡାକ୍ତରଖାନାକୁ ଯାତାୟତ ଲାଗି ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେତୁ ଭଙ୍ଗାଯିବା ପରେ ପ୍ରଶାସନ ଯାତାୟତ ସୁବିଧା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବି କିଛି ନ କରିବାରୁ ଗ୍ରାମବାସୀ ନିଜେ ଅସ୍ଥାୟୀ ରାସ୍ତା କରିଥିଲେ। ତେବେ ବନ୍ୟା ଜଳରେ ଏହା ବୁଡି ଯାଇଛି। ତଳିଆ ଅଞ୍ଚଳ ଗୁଡ଼ିକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି।
ଆହୁରି ପଢନ୍ତୁ- ନିମ୍ବ ଗଛରେ ଝୁଲୁଛି କଲରାପତରିଆ ଶବ, ଫାଶରେ ପଡ଼ି ମୃତ୍ୟୁ ହୋଇଥିବା ସନ୍ଦେହ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।