07 JULY 2026

Welcome!

Unlock your personalized experience.
Sign Up

Sanju Samson: ୪ ମାସ ପରେ...ବିଶ୍ୱକପ ହିରୋ ଟିମ୍ ଇଣ୍ଡିଆରୁ ଆଉଟ୍‌, ରେଷ୍ଟ ନା ଡ୍ରପ୍ କରି ଦିଆଗଲା ?

Jul 07, 2026 - 13:23
Sanju Samson: ୪ ମାସ ପରେ...ବିଶ୍ୱକପ ହିରୋ ଟିମ୍ ଇଣ୍ଡିଆରୁ ଆଉଟ୍‌, ରେଷ୍ଟ ନା ଡ୍ରପ୍ କରି ଦିଆଗଲା ?

ନୂଆଦିଲ୍ଲୀ,୦୭/୦୭; ନୂଆଦିଲ୍ଲୀ,୦୭/୦୭; କିଛି ମାସ ପୂର୍ବରୁ ବିଶ୍ୱ କ୍ରିକେଟର ପିକରେ ଥିଲେ ସଞ୍ଜୁ । ଏକମାତ୍ର ୱିକେଟକିପର ଯିଏ ଆଇସିସି ପ୍ଲେୟାର ଅଫ୍ ଦି ମ୍ୟାଚ୍ ଜିତିଥିଲେ । ଟି-ଟ୍ୱେଣ୍ଟି ବିଶ୍ୱକପ ନକଆଉଟରେ ସର୍ବାଧିକ ସ୍କୋର (୧୭୮) । ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲରେ ସର୍ବାଧିକ ସ୍କୋର (୮୯) । ଭାରତର ସେମିଫାଇନାଲରେ ମିଳିତ ସର୍ବାଧିକ ସ୍କୋରର । ଟି-ଟ୍ୱେଣ୍ଟି ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଛକା (୨୪ଟି ) । କେତେ ରେକର୍ଡ ତାଙ୍କ ନାମରେ ରହିଛି । ଏବେ ବ୍ୟାଟ୍ ଶାନ୍ତ ପଡିଗଲା ବୋଲି ଦଳରୁ ବାଦ୍ ଦିଆଗଲା । ସେ ପ୍ଲେୟାର ଜଣଙ୍କ କାମ୍ କୁଲ୍ ସଞ୍ଜୁ ସାମସନ । ଘରୋଇ ଜିମ୍ବାୱେ ବିପକ୍ଷ ୩ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ପାଇଁ ୧୫ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଚଳିତ ବର୍ଷ ଭାରତକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ କରାଇଥିବା ସଞ୍ଜୁ ସାମସନଙ୍କୁ ବାଦ୍ ଦିଆଯାଇଛି । ତାଙ୍କୁ ବିଶ୍ରାମ ନା ଡ୍ରପ୍ କରିଦିଆଗଲା ପ୍ରଶ୍ନ କରିଛନ୍ତି ତାଙ୍କ ଫ୍ୟାନ୍ସ ।

ଚୟନ କମିଟି ଯୁବ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରାଥମିକତା ଦେଇଛନ୍ତି । ଗତ ଆୟର୍ଲାଣ୍ଡ ଗସ୍ତ ଏବଂ ଚଳିତ ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ୍ରେ ସାମସନ ବିଫଳ ହୋଇଥିଲେ । ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟିର ପ୍ରଥମ ମ୍ୟାଚରେ ବି ସଞ୍ଜୁ ବିଫଳ ହୋଇଥିଲେ । ଦ୍ୱିତୀୟ ମ୍ୟାଚରେ ତାଙ୍କ ସ୍ଥାନରେ ବୈଭବଙ୍କୁ ପଦାର୍ପଣ କରାଯାଇଥିଲା । ଏବେ ଜିମ୍ୱାୱେ ଗସ୍ତରେ ବିଶ୍ୱକପ ବିଜୟୀ ହିରୋଙ୍କୁ ବାଦ ଯିବାରୁ ତାଙ୍କ ଫ୍ୟାନ୍ସ ନିରାଶ ହୋଇଛନ୍ତି । ସଞ୍ଜୁଙ୍କ ସ୍ଥାନରେ ୱିକେଟ୍ କିପର ବ୍ୟାଟର ପ୍ରଭସିମରନ ସିଂହ ସୁଯୋଗ ପାଇଛନ୍ତି । ସଞ୍ଜୁଙ୍କ ବାଦ ପଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ଅସନ୍ତୋଷ ଜାହିର କରିଛନ୍ତି । ସଞ୍ଜୁଙ୍କୁ ବିଶ୍ରାମ ନା ଡ୍ରପ୍ କରାଯାଇଛି ? ଟିମ୍ ମ୍ୟାନେଜମେଣ୍ଟର ତାଙ୍କ ଉପରେ ଭରସା ନଥିବା କୁହାଯାଉଛି । ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଜିମ୍ବାୱେ ଗସ୍ତରେ ୩ଟି ଟି-ଟ୍ୱେଣ୍ଟି ଖେଳିବ । ଜୁଲାଇ ୨୩ରୁ ଆରମ୍ଭ ହେବ ସିରିଜ ।

ଏହା ବି ପଢନ୍ତୁ...Telangana Wife Murder Husband: ପରକୀୟା ପ୍ରୀତିର ଭୟଙ୍କର ଅନ୍ତ; ସ୍ୱାମୀକୁ ଛାତରୁ ଠେଲିଲା, ବଞ୍ଚିଯିବାରୁ ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ମାରିଲା ସ୍ତ୍ରୀ !    

ପୂର୍ବରୁ ପ୍ଲେଇଂ ଏକାଦଶରୁ ବାହାରେ ଥିବା ସାମସନ ଆଉ ଦଳର ଅଂଶ ହେବେ ନାହିଁ । ଯଦିଓ ଅଗରକର ଏବଂ ଟିମ୍ ଦାବି କରିନ୍ତି ଯେ ଏହି ନିଷ୍ପତ୍ତି "ଜିମ୍ବାୱେ" ଗସ୍ତ ଏବଂ ଯୁବ ଖେଳାଳିମାନଙ୍କୁ ପରୀକ୍ଷା କରିବା ଯୋଗୁଁ ନିଆଯାଇଛି, ତେବେ ସଞ୍ଜୁ ସାମସନଙ୍କ ବର୍ତ୍ତମାନ କ'ଣ ହେବ ? ଚାରି ମାସ ପୂର୍ବେ ହୋଇଥିବା ଟି-୨୦ ବିଶ୍ୱକପ୍ ଦଳ ଘୋଷଣା ସାମ୍ବାଦିକ ସମ୍ମିଳନୀକୁ ମନେ ପକାନ୍ତୁ । ୨୦୨୪ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ଯଶସ୍ୱୀ ଜୟସ୍ୱାଲଙ୍କୁ ଏହି ସମୀକରଣରୁ ବାଦ ଦିଆଯାଇଥିଲା ଏବଂ ଗତ ବର୍ଷ ଧରି ଟି-୨୦ ଦଳର ଅଂଶ ଥିବା ଜିତେଶ ଶର୍ମାଙ୍କୁ ମଧ୍ୟ ବାଦ ଦିଆଯାଇଥିଲା । ତତ୍କାଳୀନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଥିଲେ, "ଦଳର ସନ୍ତୁଳନକୁ ଉନ୍ନତ କରିବା ପାଇଁ ଆମେ ଓପନର ଭାବରେ ଜଣେ ୱିକେଟକିପର ଚାହୁଁଥିଲୁ । ସେଥିପାଇଁ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରାଯାଇଥିଲା ।" ଏବେ ସେହି ସନ୍ତୁଳନର କଣ ହେବ ? ସଞ୍ଜୁଙ୍କୁ ବାଦ ଦିଆଯିବାକୁ ନେଇ କ’ଣ କୌଣସି ଉପାୟ ନଥିଲା କି ବୋଲି ବିତର୍କ ଆରମ୍ଭ ହୋଇଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।