07 JULY 2026

Welcome!

Unlock your personalized experience.
Sign Up

Ketan Agrawal case: ହତ୍ୟା କରିବା ପରେ ବି ସିଆର ମନରେ ନଥିଲା ସଙ୍କୋଚ, କେତନଙ୍କ ବାପାଙ୍କୁ ବୁଝାଇ କହୁ ଥିଲା ମନକୁ ଦୃଢ କର ….

Jul 07, 2026 - 18:15
Ketan Agrawal case: ହତ୍ୟା କରିବା ପରେ ବି ସିଆର ମନରେ ନଥିଲା ସଙ୍କୋଚ, କେତନଙ୍କ ବାପାଙ୍କୁ ବୁଝାଇ କହୁ ଥିଲା ମନକୁ ଦୃଢ କର ….

ନୂଆଦିଲ୍ଲୀ : ପୁଣେର ଚର୍ଚ୍ଚିତ କେତନ ଅଗ୍ରୱାଲ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସିଆ ଗୋୟଲ ଓ ତାଙ୍କ ସାଥୀ ଚେତନ ଚୌଧୁରୀଙ୍କୁ ନେଇ ପ୍ରତିଦିନ ନୂଆ ଓ ଆଶ୍ଚର୍ଯ୍ୟକର ଖୁଲାସା ହେଉଛି। ପୁଲିସ୍ ଯାଞ୍ଚରେ ସାମ୍ନାକୁ ଆସିଛି ଯେ, କେତନଙ୍କୁ ୪୦୦ ଫୁଟ ଗଭୀର ଖାଇକୁ ଠେଲି ଦେବା ପରେ ମଧ୍ୟ ଦୁଇ ଅଭିଯୁକ୍ତଙ୍କ ଚେହେରାରେ କୌଣସି ସଙ୍କୋଚ ବି ନଥିଲା। ପୁଲିସ ଅନୁସାରେ , ଘଟଣାର ପରବର୍ତ୍ତୀ ଦିନ ଅର୍ଥାତ୍‌ ୧୯ ଜୁନରେ ସିଆ ସିଧାସଳଖ କେତନଙ୍କ ଘରେ ପହଞ୍ଚି ଥିଲା। ସେଠାରେ ସେ କେତନଙ୍କ ନିଃସହାୟ ପିତାଙ୍କୁ ସାନ୍ତ୍ୱନା ଦେଇ କହି ଥିଲେ, ଧୈର୍ଯ୍ୟ ରଖନ୍ତୁ , କେତନ ଆମକୁ ଉପରେ ଥାଇ ଦେଖୁଛନ୍ତି।

ପୁଲିସ ମୁତାବିକ , ୧୮ ଜୁନରେ ହତ୍ୟା କରିବା ପରେ ୨୩ ଜୁନରେ ଗିରଫ ହେବା ପର୍ଯ୍ୟନ୍ତ ଦୁଇ ଅଭିଯୁକ୍ତ ପୂରା ନର୍ମାଲ ସ୍ଥିତିରେ ଥିଲେ। ଧରାପଡ଼ିବା ପରେ ମଧ୍ୟ ତାଙ୍କ ଚେହେରାରେ କରିଥିବା କାଣ୍ଡର ପଶ୍ଚାତାପ ବି ନଥିଲା।

ତଦନ୍ତରେ ଜଣାପଡ଼ିଛି ଯେ, ସିଆ କେତନଙ୍କୁ ରାସ୍ତାରୁ ହଟେଇବା ପାଇଁ ପୁରା ଯୋଜନା କରି ଥିଲା। ହତ୍ୟାକାଣ୍ଡ ପୂର୍ବରୁ ସେ ଇନ୍ଦୋରର ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟାକାଣ୍ଡ ବିଷୟରେ ପୂରା ତଥ୍ୟ ସଂଗ୍ରହ କରିଥିଲା। କେବଳ ଏତିକି ନୁହେଁ, ସିଆ ଗୁଗଲରୁ ଏହା ମଧ୍ୟ ସର୍ଚ୍ଚ କରିଥିଲା ଯେ,  ପୁଲିସ କଷ୍ଟଡିରେ କଣ ମହିଳାଙ୍କୁ ମାରପିଟି କରାଯାଏ ? ପୁଲିସ ଦୁଇ ଦିନ ପୂର୍ବେ ଯେତେବେଳେ ସିଆର ଘର ବେଡରୁମରୁ ତାର ଦ୍ୱିତୀୟ ମୋବାଇଲ ଜବତ କରିଥିଲା , ତ ଏହାର ସର୍ଚ୍ଚ ହିଷ୍ଟ୍ରିରୁ ପୂରା ପ୍ଲାନିଂର ପର୍ଦ୍ଦାଫାସ୍ ହୋଇ ଥିଲା।

କେତନଙ୍କ ହତ୍ୟାରେ ସିଆକୁ ସହଯୋଗ କରିଥିବା ଦ୍ୱିତୀୟ ଅଭିଯୁକ୍ତ ତଥା ସିଆର ପ୍ରେମିକ ଚେତନ ଚୌଧୁରା ମଧ୍ୟ ଖୁବ୍‌ ଚାଲାକ୍‌ ଥିଲା। ସେ ଗୋଟିଏ  ମୋବାଇଲରେ ଦୁଇଟି ଅଲଗା ଅଲଗା ନମ୍ୱର ବ୍ୟବହାର କରୁଥିଲା ଏବଂ ସିଆ ଧରାପଡ଼ିବା ଭୟରେ ସର୍ବଦା କୋଡ୍ ୱାର୍ଡରେ କଥା ହେଉ ଥିଲା। ପୁଲିସକୁ ଘଟଣା ଦିନ କିଛି ସାକ୍ଷୀ ମଧ୍ୟ ମିଳିଥିଲେ, ଯାହାଙ୍କ ବୟାନ ଏବେ କୋର୍ଟରେ ଏହି କେସକୁ ଆହୁରି ମଜବୁତ କରି ଦେଇଛି।

ଏହି ପୂରା ଜଘନ୍ୟ କାଣ୍ଡ ୧୮ ଜୁନରେ ରଚା ଯାଇଥିଲା। ଉଲ୍ଲେଖନୀୟ ଯେ, ୧୯ ଜୁନରେ ସିଆର ଜନ୍ମଦିନ ଥିଲା, ଯାହାକୁ ପାଳନ କରିବାକୁ କେତନ ମହାବଳେଶ୍ୱରର ଏକ ଲଗଜରୀ ରିସର୍ଟରେ ଆଡଭାନ୍ସ ବୁକିଂ କରାଇ ଥିଲେ। କିନ୍ତୁ ସିଆର ମନରେ ଆଉ କିଛି ଚାଲୁ ଥିଲା। ସେ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ କେତନଙ୍କୁ ପ୍ରୀ-ୱେଡିଂ ଫଟୋସୁଟ୍ ବାହାନାରେ ଲୋହାଗଡ଼ ଦୁର୍ଗ ଉପରକୁ ଯିବା ପାଇଁ ରାଜି କରାଇ ଥିଲା। ପ୍ଲାନ ମୁତାବିକ , ଚେତନ ଚୌଧୁରୀ ମଧ୍ୟ ଲୁଚି ଲୁଚି ତାଙ୍କ ପଛରେ ଦୁର୍ଗ ଉପରେ ପହଞ୍ଚି ଥିଲା। ଦୁର୍ଗର ଏକ ଶୂନଶାନ କୋଣରେ ଯେବେ କେତନ ପାହାଡ଼ ଗୁଡ଼ିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ, ସେତେବେଳେ ସିଆ ଓ ଚେତନ ଉଭୟ ମିଶି ତାଙ୍କୁ ପଛରୁ ୪୦୦ ଫୁଟ ଗଭୀର ଖାଇରେ ଠେଲି ଦେଇଥିଲେ। ବର୍ତ୍ତମାନ  ଉଭୟ ଅଭିଯୁକ୍ତ ୧୬ ଜୁଲାଇ ପର୍ଯ୍ୟନ୍ତ ୟେରବଦା ଜେଲରେ ବନ୍ଦୀ ଅଛନ୍ତି।

ଆହୁରି ମଧ୍ୟ ପଢନ୍ତୁ - ବିହାରରେ ବୁଲୁଥିଲେ ୟୁକ୍ରେନର ରହସମୟୀ ମହିଳା, SSB କଲା ଗିରଫ

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।