09 JULY 2026

Welcome!

Unlock your personalized experience.
Sign Up

Hirakud : ହୀରାକୁଦର ୧୦ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

Jul 09, 2026 - 19:45
Hirakud : ହୀରାକୁଦର ୧୦ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ଭୁବନେଶ୍ବର ୯।୭: ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲିଲା । ବର୍ତ୍ତମାନ ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ପ୍ରଥମ ପର୍ଯ୍ୟାୟରେ ୪ଟି ଗେଟ୍ ଖୋଲା ଯାଇଥିଲା । ନିର୍ଦ୍ଦେଶ ଆସିବା ପରେ ଆଉ ୬ଟି ଗେଟ୍ ଖୋଲିଛି ।

ଗୁରୁବାର ହୀରାକୁଦ ଜଳଭଣ୍ଡାର ଗେଟ୍ ଖୋଲାଯାଇଥିଲା। ପ୍ରଥମେ ବାମ ପାର୍ଶ୍ବର ୭ ନମ୍ବର ଗେଟ୍ ଖୋଲାଯାଇଥିଲା । ପର୍ଯ୍ୟାୟ କ୍ରମେ ପ୍ରଥମେ ବାମ ପାର୍ଶ୍ବର ୩ଟି ଓ ଡାହାଣ ପାର୍ଶ୍ବର ଗୋଟିଏ ଗେଟ୍ ଖୋଲାଯାଇଥିଲା । ପରେ ଆଉ ୬ଟି ଗେଟ୍ ଖୋଲାଯାଇଥିଲା । ଏବେ ବାମ ପାର୍ଶ୍ବର ୭ଟି ଗେଟ୍ ଓ ଡାହାଣ ପାର୍ଶର ୩ଟି ଗେଟ୍ ମୋଟ୍ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଏହି ବନ୍ୟାଜଳ ମୁଣ୍ଡଳୀରେ ପହଞ୍ଚିବା ପାଇଁ ୪୦ ଘଣ୍ଟା ସମୟ ଲାଗିବ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି ।

ସେପଟେ ଜିଲ୍ଲାର ଅନେକ ସ୍ଥାନ ମହାନଦୀ କୂଳରେ ଥିବାରୁ ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ତତ୍ପର ରହିଛି । ଏନେଇ ସମସ୍ତଙ୍କୁ ସତର୍କ କରାଯାଇଥିବା ବେଳେ ଜିଲ୍ଲାପାଳ ମାନେ ସତର୍କ ଅଛନ୍ତି । ତଳ ମୁଣ୍ଡର ୧୨ଟି ଜିଲ୍ଲାର ଜଲ୍ଲାପାଳ ନିଜ ନିଜ ଜିଲ୍ଲାରେ ତଳିଆ ଅଂଚଳ ଗୁ଼ଡିକରେ ସତର୍କ କରାଉଛନ୍ତି । ଏହା ସହ ହୀରାକୁଦ ଡ୍ୟାମ୍ ଅଞ୍ଚଳରେ ନୋ ଫ୍ଲାଇଂ ଜୋନ୍ ଘୋଷଣା ହୋଇଛି ।

ଆହୁରି ପଢନ୍ତୁ : ପଞ୍ଚାୟତ ନିର୍ବାଚନ ପାଇଁ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ, ଘରକୁ ଘର ବୁଲି ସର୍ଭେ ଉପରେ ହେବ ସମୀକ୍ଷା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।