09 JULY 2026

Welcome!

Unlock your personalized experience.
Sign Up

Ayodhya Ram Mandir : ଚମ୍ପତ ରାୟଙ୍କ ସମେତ ୩ ଜଣ ପ୍ରମୁଖ ଟ୍ରଷ୍ଟିଙ୍କ ଆଇଡି ବନ୍ଦ , ଏବେ ଜାରି କରି ପାରିବେ ନାହିଁ ଭିଆଇପି ପାସ୍

Jul 09, 2026 - 16:56
Ayodhya Ram Mandir : ଚମ୍ପତ ରାୟଙ୍କ ସମେତ ୩ ଜଣ ପ୍ରମୁଖ ଟ୍ରଷ୍ଟିଙ୍କ ଆଇଡି ବନ୍ଦ , ଏବେ ଜାରି କରି ପାରିବେ ନାହିଁ ଭିଆଇପି ପାସ୍

ନୂଆଦିଲ୍ଲୀ – ଅଯୋଧ୍ୟାରୁ ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଚମ୍ପତ ରାୟ ,ଗୋପାଳ ରାୟ ଓ ଅନିଲ ମିଶ୍ରାଙ୍କ ଭିଆଇପି ଦର୍ଶନ ଜାରି କରୁଥିବା ଆଇଡି ବନ୍ଦ କରି ଦିଆ ଯାଇଛି। ଏବେ ତାଙ୍କର ଆଇଡିରୁ କୌଣସି ପାସ୍ ଦେଇ ପାରିବେ ନାହିଁ। ସୁଗମ ଦର୍ଶନ ପାସ୍ ଓ ବିଶିଷ୍ଟ ଦର୍ଶନ ପାସ ଦୁଇ ପ୍ରକାରର ପାସ୍ ଜାରି କରାଯାଏ। ଏଥି ପାଇଁ ସବୁ ଟ୍ରଷ୍ଟିଙ୍କ ନାମରେ ଆଇଡି ସିଷ୍ଟମରେ ଜେନେରେଟ୍ କରାଯାଇଛି।

ଉଲ୍ଲେଖନୀୟ ଯେ, ପ୍ରଥମେ ଯାହାଙ୍କ ସୁପାରିଶରେ ଯେଉଁ ଶ୍ରଦ୍ଧାଳୁ ଆସନ୍ତି , ତାଙ୍କର ଆଇଡିରୁ ସୁଗମ ଦର୍ଶନ ଓ ବିଶିଷ୍ଟ ଦର୍ଶନ ପାସ୍ ଜାରି କରାଯାଉ ଥିଲା। ଟିନ୍ନୁ ଯାଦବ ଏହି ସିଷ୍ଟମର ଫାଇଦା ଉଠାଇ ଶହ ଶହ ପାସ୍ ଜାରି କରି ସାରିଛନ୍ତି। ଚମ୍ପତ ରାୟ ଓ ଅନିଲ ମିଶ୍ରାଙ୍କ ସଂପର୍କୀୟ ମଧ୍ୟ ପାସ୍ ଜାରି କରିବାର ରାକେଟ୍ ଚଲାଉ ଥିଲେ। ସେଠାରୁ ଲକ୍ଷ ଲକ୍ଷ ଟଙ୍କାର ଆୟ ମଧ୍ୟ କରିଛନ୍ତି। ବର୍ତ୍ତମାନ ୩ଟି ଆଇଡି ଯେଉଁଥିରୁ ସବୁଠୁ ଅଧିକ ପାସ୍ ଜାରି ହୋଇଛି, ତାକୁ ବନ୍ଦ କରିଦିଆ ଯାଇଛି।

ଟ୍ରଷ୍ଟରୁ ବାହାରିବା ପରେ ଏବେ ତାଙ୍କର ସୁପାରିଶରେ କାହାକୁ ସୁଗମ କିମ୍ୱା ଭିଆଇପି ଦର୍ଶନ ପାସ୍ ମଧ୍ୟ ଜାରି ହୋଇ ପାରିବ ନାହିଁ। ଗୋପାଳ ରାୟ ଏବେ ମଧ୍ୟ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ତାଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ତାଲିକାରୁ ହଟା ଯାଇଛି। ସେ କହିଛନ୍ତି ଯେ, ମନ୍ଦିରକୁ ଯିବେ , ବ୍ୟବସ୍ଥାକୁ ସହଯୋଗ କରିବା ଚାଲୁ ରଖିବେ । ଟ୍ରଷ୍ଟର ଲିଖିତ ବିବୃତ୍ତିରେ ଗୋପାଳ ରାୟଙ୍କୁ ହଟା ଯିବାର କଥା ଉଲ୍ଲେଖ ଅଛି। କିନ୍ତୁ ରାଓ ଏଥିରେ ଅରାଜି ହୋଇଛନ୍ତି।

ଚମ୍ପତ ରାୟ ଦୀର୍ଘ ଦିନରୁ ରାମ ମନ୍ଦିର ଟ୍ରଷ୍ଟ ସହ ସଂପୃକ୍ତି ଥିଲେ। ସେ ସମ୍ପ୍ରତି ନିଜ ପଦରୁ ଇସ୍ତା ଦେଇ ଥିଲେ ,ଯାହାକୁ ସୋମବାର ଅନୁଷ୍ଠିତ ଟ୍ରଷ୍ଟର ବୈଠକରେ ସ୍ୱୀକାର କରି ନିଆ ଯାଇଛି। ଚମ୍ପତ ରାୟଙ୍କ କାର୍ଯ୍ୟର ଦାୟିତ୍ୱ କୃଷ୍ଣା ମୋହନଙ୍କୁ ପ୍ରଦାନ କରାଯାଇଛି।

ଆହୁରି ମଧ୍ୟ ପଢନ୍ତୁ - Delhi High Court: ସିଗାରେଟ୍-ଗୁଟ୍‌ଖା ବେପାରୀଙ୍କ ଅକଲ ଗୁଡ଼ୁମ୍, ସ୍କୁଲ ପାଖରେ ତମାଖୁ ବିକ୍ରି ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ଚମ୍ପତ ରାୟ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ଚିଠି ସେୟାର କରିଥିଲେ । ଏଥିରେ ସେ ଅନେକ କଥା ଲେଖିଛନ୍ତି । ସେ ଏସଆଇଟିର ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟର ସାର୍ବଜନିକ ହେବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଏବଂ ଏହାସହ ସେ ଏହା ମଧ୍ୟ କହି ଦେଇଛନ୍ତି ଯେ, ଏବେ ସେ କିଛି କହିବେ ନାହିଁ, କିନ୍ତୁ ଭବିଷ୍ୟତରେ ସେ ଚୁପ୍ ରହିବେ ନାହିଁ ଅର୍ଥାତ୍ ଭବିଷ୍ୟତରେ ସେ ଏହି ଦାନ ଅର୍ଥ ଚୋରି ସହ ଜଡ଼ିତ ଅନେକ ବଡ଼ ଖୁଲାସା କରି ପାରନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।