09 JULY 2026

Welcome!

Unlock your personalized experience.
Sign Up

ଟି-୨୦ ମ୍ୟାଚରେ ଏହି ଖେଳାଳୀ ମାରିଲେ ଦ୍ବିତୀୟ ଶତକ, ଟିମ୍ କଲା ୪୧୭ରନ୍

Jul 09, 2026 - 21:31
ଟି-୨୦ ମ୍ୟାଚରେ ଏହି ଖେଳାଳୀ ମାରିଲେ ଦ୍ବିତୀୟ ଶତକ, ଟିମ୍ କଲା ୪୧୭ରନ୍

ନୂଆଦିଲ୍ଲୀ,୯/୭ : ଟି-୨୦ କ୍ରିକେଟରେ ସବୁଠାରୁ ବଡ଼ ରନ୍ । ୨ ଶହ ନୁହେଁ କି ୩ଶହ ନୁହେଁ ଏକାଥରକେ ୪୦୦ପାର୍ ରନ୍ ହୋଇଛି । ଯେ କେହି ବି ଶୁଣିବ ଆଶ୍ଚର୍ଯ୍ୟ ହୋଇଯିବ । ମନକୁ ପ୍ରଶ୍ନ ଆସିବ ଟି-୨୦ରେ ପୁଣି ୪୦୦ରନ୍ ପାର୍ । ଏହି ଖବର ଏବେ କ୍ରିକେଟ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଟି-୨୦ରେ ୪୦୦ରନର ସଂଖ୍ୟା ପ୍ରଥମ ଥର ହୋଇଛି । ଯାହା ଏବେ ଇତିହାସ ସୃଷ୍ଟି କରିଛି । ଖାଲି ୪୦୦ରନ୍ ନୁହେଁ ବରଂ ଜଣେ ଖେଳାଳୀ ସେହି ମ୍ୟାଚରେ ୨୦୦ରନ୍ ବି ପାର୍ କରି ନେଇଛନ୍ତି ।

ଇଂଲଣ୍ଡର ଏକ ଟିମ୍ ୪୧୭ରନ୍ ବୋର୍ଡ଼ରେ ଲଗାଇ ଦେଇଛି । ଏହି ସମୟରେ ଜଣେ ବ୍ୟାଟର ଦ୍ବିତୀୟ ଶତକ ବି ଯୋଡ଼ି ଦେଇଛନ୍ତି । ଏହି କମାଲ୍ ଇଂଲଣ୍ଡର ଗୋଟିଏ କ୍ଲବ୍ ଟିମ୍ କରିଛି । ଟିମ୍ ପାଳିରେ ୪୭ ଛକ୍କା ଏବଂ ୨୨ ଚୌକା ଲଗାଇଛି । ସେହିଭଳି ଦ୍ବିତୀୟ ଶତକ ଲଗାଇଥିବା ଖେଳାଳୀଙ୍କ ସ୍କୋର ୨୦୬ ରନ୍ ହୋଇଛି ।

ପ୍ରକାଶ ଯେ, ଏବେ ଟି-୨୦ ଅନ୍ତର୍ଜାତୀୟରେ ସବୁଠାରୁ ବଡ଼ ଟୋଟାଲ୍ ସ୍କୋର୍ କରିବାର ରେକର୍ଡ଼ ଜିମ୍ବାଓ୍ବେ ନାମରେ ରହିଛି । ଜିମ୍ବାଓ୍ବେ ଅକ୍ଟୋବର ୨୦୨୪ରେ ଗାମ୍ବିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ୨୦ଓଭରରେ ୩୪୪/୪ରନ୍ ଟୋଟାଲ କରିଥିଲା । ଘରୋଇ ଟି-୨୦ କ୍ରିକେଟରେ ସବୁଠାରୁ ଟୋଟାଲ୍ ରନ୍ କରିବାର ରେକର୍ଡ଼ ବଡ଼ୋଦା ନାମରେ ରହିଛି । ଯିଏ ଡିସେମ୍ବର ୨୦୨୪ରେ ସିକ୍କିମ ବିପକ୍ଷ ୨୦ ଓଭରରେ ୩୪୯/୫ରନ୍ କରିଥିଲା । କିନ୍ତୁ ଏବେ ଏହି ସଂଖ୍ୟା ୪୦୦ପାର୍ ପହଞ୍ଚି ଯାଇଛି । ଆସନ୍ତୁ ଜାଣିବା ଏହି କମାଲ୍ କେଉଁ ମ୍ୟାଚରେ ହୋଇଛି ।

୭ ଜୁଲାଇରେ ଇଂଲଣ୍ଡର ଡମ୍ବଲଟନ କ୍ରିକେଟ କ୍ଲବ୍ ପ୍ରିମିୟର ଓ୍ବନ ଟପ ଟିୟର ଡିଭିଜନରେ ହ୍ୟାରଦଲୀ ରେଡିଙ୍ଗ୍ସ ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କେବଳ ୨ଓ୍ବିକେଟ ହରାଇ ୪୧୭ରନ କରିନେଇଥିଲେ । ଟିମ୍ ଲାଗି ଓପନର ଇଓ୍ବାନ ଗେଗ ଶାନଦାର୍ ପାଳି ଖେଳି ୫୫ବଲରେ ୧୩ଚୌକା ଏବଂ ୨୩ଛକ୍କାର ସାହାଯ୍ୟରେ ୨୦୬ରନ୍ କରିଥିଲେ । ଏହା ବ୍ୟତୀତ ଡେନ ହ୍ୟାଲେଣ୍ଡ ୩୭ବଲରେ ୧୨ରନର ପାଳି ଖେଳିଥିଲେ ।

ରନ୍ ଚେଜ୍ ଲାଗି ପଡ଼ିଆକୁ ଓହ୍ଲାଇଥିବା ହ୍ୟାରଦଲୀ ରେଡିଂଗ୍ସର ଟିମ୍ ୨୨୯ରନ୍ କରିପାରିଥିଲେ । ଟିମ୍ ଲାଗି ବ୍ଲୁମଫିଲ୍ଡ ୪୮ବଲରେ ୬ଚୌକା ଏବଂ ୧୨ ଛକ୍କା ସାହାଯ୍ୟରେ ୧୦୯ରନ ସ୍କୋର୍ କରିଥିଲେ । କିନ୍ତୁ ତାଙ୍କ ପାଳି ଟିମକୁ ଜିତାଇବା ଲାଗି ଲାଇନ ପାର୍ କରିପାରିନଥିଲା । ଡମ୍ବଲଟନ ୧୮୮ରନରେ ମ୍ୟାଚ୍ ଜିତି ନେଇଥିଲା । ଏହିଭଳି ଭାବେ ଏହି ଐତିହାସିକ ମ୍ୟାଚ୍ ପୂରା ହୋଇଥିଲା ।

ଏବେ ଦେଖିବାକୁ ବାକି ରହିଲା କି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ରନର ସଂଖ୍ୟା କେବେ ପାର୍ ହେବ । ପ୍ରଥମେ ୩୫୦ରନର ସଂଖ୍ୟା ପାର୍ ହେବା ବାକି ରହିଛି । ସେହିଭଳି ବିଶ୍ବର ସବୁଠାରୁ ବଡ଼ ଟି-୨୦ ଲିଗ୍ ଆଇପିଏଲରେ ବି ଏବେ ପର୍ଯ୍ୟନ୍ତ ୩୦୦ରନର ସଂଖ୍ୟା ପାର୍ ହୋଇପାରିନାହିଁ । ଯଦି ଆମେ ଆଇପିଏଲର ସବୁଠାରୁ ବଡ଼ ସ୍କୋର କଥା ଦେଖିବା ତେବେ ମୋଟ୍ ୨୮୭ରନର ଅଟେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।