10 JULY 2026

Welcome!

Unlock your personalized experience.
Sign Up

Vaibhav Sooryavanshi: ବଡ଼ ପାଳି ଖେଳିବାରେ ବୈଭବ ପୁଣି ବିଫଳ, ଆଗକୁ କ’ଣ ହେବ ?

Jul 09, 2026 - 22:56
Vaibhav Sooryavanshi: ବଡ଼ ପାଳି ଖେଳିବାରେ ବୈଭବ ପୁଣି ବିଫଳ, ଆଗକୁ କ’ଣ ହେବ ?

ନୂଆଦିଲ୍ଲୀ: ଛକା ମାରିଲେ, ଚୌକା ବି ମାରିଲେ । ହେଲେ ବଡ଼ ପାଳି ଖେଳିବାରେ ପୁଣି ବିଫଳ ହୋଇଛନ୍ତି ଟିମ୍ ଇଣ୍ଡିଆର ଯୁବ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ । ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ରେ ଫେଲ୍ ମାରିଛନ୍ତି ବୈଭବ । ୧୦ ବଲରେ ମାତ୍ର ୧୫ ରନ୍ କରି ଆଉଟ୍ ହୋଇଛନ୍ତି । ପୁଣି ଜୋଫ୍ରା ଆର୍ଚରଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇ ପାଭିଲିୟନ ଫେରିଛନ୍ତି । ଛକା-ଚୌକା ମାରି ପାଳି ପାଳି ଆରମ୍ଭ କରିଥିଲେ ତଥାପି ଏହାକୁ ବଡ଼ ସ୍କୋରରେ ପରିଣତ କରିବାରେ ଫେଲ୍ ମାରିଛନ୍ତି । ଲଗାତାର ତୃତୀୟ ମ୍ୟାଚରେ ଖେଳିବାର ସୁଯୋଗ ମିଳିଥିଲେ ସୁଦ୍ଧା କୌଣସି ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି । ଅଭିଜ୍ଞ ସଞ୍ଜୁ ସାମସନଙ୍କ ସ୍ଥାନରେ ସୁଯୋଗ ପାଇଥିଲେ ସୁଦ୍ଧା ଆଖିଦୃଶିଆ ପାଳି ଖେଳିପାରୁନାହାନ୍ତି ବୈଭବ ।

ଚଳିତ ଆଇପିଏଲରେ ଅରେଞ୍ଜ କ୍ୟାପର ଅଧିକାରୀ ହୋଇଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ୍ ଇଣ୍ଡିଆରେ ଖେଳାଇବାକୁ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା ଦାବି । ବିସିସିଆଇ ଆୟାର୍ଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ତାଙ୍କୁ ଦଳରେ ନେଲା । ଆୟାର୍ଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ ବେଞ୍ଚରେ ବସିବସି ସମୟ ବିତିଲା । ଦଳ ଦୁଇଟି ଯାକ ମ୍ୟାଚ୍ ହାରିବା ପରେ ମଧ୍ୟ ଖେଳିବାର ସୁଯୋଗ ମିଳିନଥିଲା । କୁହାଗଲା ଇଂଲଣ୍ଡ ବିପକ୍ଷ ମୁକାବିଲା ସୁଯୋଗ ମିଳିବ । ତଥାପି ପ୍ରଥମ ମୁକାବିଲାରେ ପ୍ଲେଇଂ ଇଲେଭେନରେ ମିଳିଳାନି ସୁଯୋଗ । ଆଉ ସୋସିଆଲ ମିଡିଆରେ ଦୃଢ଼ ଦାବି ସହ କିଛି ଅଭିଜ୍ଞ ଖେଳାଳି ତାଙ୍କୁ ଖେଳାଇବା ସପକ୍ଷରେ ଯୁକ୍ତି ବାଢ଼ିଲେ । ଆଉ ଖେଳିବାର ସୁଯୋଗ ପାଇଲେ ।

ବୈଭବଙ୍କୁ ଦଳରେ ସୁଯୋଗ ମିଳିଥିବାବେଳେ ନିକଟରେ ଟିମ୍ ଇଣ୍ଡିଆକୁ ଟି-୨୦ ବିଶ୍ବକପ ଜିତାଇଥିବା ସଞ୍ଜୁ ସାମସନଙ୍କୁ ବସିବାକୁ ପଡ଼ିଥିଲା । ଯଦିଓ ଲଗାତାର ତିନୋଟି ମ୍ୟାଚରେ ନୈରାଶ୍ୟଜକନ ପ୍ରଦର୍ଶନ କାରଣରୁ ସଞ୍ଜୁଙ୍କ ବେଞ୍ଚରେ ବସିବାକୁ ପଡ଼ିଛି । ହେଲେ ତାଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ସର୍ବକନିଷ୍ଠ ଖେଳାଳିଭାବେ ଡେବ୍ୟୁ କରିଥିବା ବୈଭବ କିନ୍ତୁ ବଡ଼ ପାଳି ଖେଳିବାରେ ବିଫଳ ହୋଇଛି । ୧୨,୧୩ ପରେ ଏବେ ୧୫ ରନ କରିବାରେ ସକ୍ଷମ ହୋଇଛନ୍ତି । ଲଗାତାର ତିନୋଟି ମ୍ୟାଚରେ ଖରାପ ପ୍ରଦର୍ଶନ କରିଥିବା ବୈଭବଙ୍କୁ ଆଗାମୀ ମ୍ୟାଚରେ ସୁଯୋଗ ମିଳିବ ତ ? ଦଳରେ ନିୟମିତ ଖେଳାଳିଭାବେ ହେବେ ତ ଚୟନ ? ଏମିତି ଅନେକ ପ୍ରଶ୍ନ ଏବେ ବୈଭବଙ୍କ ପ୍ରଦର୍ଶନକୁ ନେଇ ଉଠିଛି । ତେବେ ଆଇପିଏଲରେ ହିରୋ ସାଜିଥିବା ବୈଭବଙ୍କ ପରବର୍ତ୍ତୀ ପ୍ରଦର୍ଶନ କିଭଳି ରହିବ ଏବେ ଏହା ଉପରେ ରହିଛି ସମସ୍ତଙ୍କ ନଜର ।

ଏହାସହ ପଢ଼ନ୍ତୁ : Vaibhav Sooryavanshi: ବୈଭବଙ୍କ କେଉଁ ଭୁଲ୍ ପଡ଼ୁଛି ମହଙ୍ଗା ? ଜାଣନ୍ତୁ ଚର୍ଚ୍ଚା ପଛର ସତ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।