Flood Rescue: ବନ୍ୟା ଜଳରେ ଉବୁଟୁବୁ ବେଲଖଣ୍ଡି ଗାଁ, ୧୦ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ
କଳାହାଣ୍ଡି ୩୦/୦୭: କଳାହାଣ୍ଡିରେ ଲଗାଣ ବର୍ଷା ଯୋଗୁଁ ଉଚ୍ଛୁଳିଛି ହାତୀ ନଦୀ। ଫଳରେ ଜଳମଗ୍ନ ହୋଇଛି କେସିଙ୍ଗା ବ୍ଲକର ବେଲଖଣ୍ଡି ଗାଁ। ପ୍ରାୟ ୧୦ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେବାରୁ ଗାଁର ଶିବ ମନ୍ଦିରରେ ୧୦ ଜଣ ଦୋକାନୀ ଫସି ରହିଥିଲେ। ଖବର ପାଇ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,ଜିଲ୍ଲା ପରିଷଦ ଅଧ୍ୟକ୍ଷ,କେସିଙ୍ଗା ତହସିଲଦାର ଏବଂ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଅଗ୍ନିଶମ ବାହିନୀ ଉଦ୍ଧାର ଅଭିଯାନ ଆରମ୍ଭ କରି ବନ୍ୟାଜଳ ମଧ୍ୟରେ ଫସିଥିବା ସମସ୍ତ ୧୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା l
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।