30 JULY 2026

Welcome!

Unlock your personalized experience.
Sign Up

Aerial survey : ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

Jul 30, 2026 - 15:35
Aerial survey : ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ଵର, ୩୦/୦୭ : ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ଏବଂ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ବିସ୍ତୃତ ସମୀକ୍ଷା କରିଛନ୍ତି l ମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ସ୍ଵତନ୍ତ୍ର ସହାୟତା ଆୟୁକ୍ତ (SRC) ରାଜେଶ ପ୍ରଭାକର ପାଟିଲ୍ ମଧ୍ଯ ଉପସ୍ଥିତ ରହି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି l

ସୂଚନାଯୋଗ୍ୟ ଯେ, ଗୁରୁବାର ପୂର୍ବାହ୍ନରେ ରାଜସ୍ଵ ମନ୍ତ୍ରୀ ବନ୍ୟାଞ୍ଚଳ ଗସ୍ତ ପୂର୍ବରୁ ଲୋକସେବା ଭବନଠାରେ ବର୍ଷା ଏବଂ ବନ୍ୟା ପରିସ୍ଥିତି ସମ୍ପର୍କରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଦାୟିତ୍ଵରେ ଥିବା ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ l ମନ୍ତ୍ରୀ କହିଥିଲେ ଯେ, ୫ ଜିଲ୍ଲାରେ ୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଭଦ୍ରକ,ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା କିଛି ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ମୋଟ ୧ ଲକ୍ଷ ୬୫ ହଜାର ଲୋକ ରିଲିଫ୍ ସେଣ୍ଟରରେ ରହିଛନ୍ତି। ନରାଜରେ ୧୦ ଲକ୍ଷ କ୍ୟୁସେକ ଜଳ ଆସିଲେ ସମସ୍ୟା ଉପୁଜିପାରେ। ତେଣୁ ନରାଜରେ କିଭଳି ୧୦ ଲକ୍ଷ କ୍ୟୁସେକ ଜଳ ଭିତରେ ରଖାଯାଇ ପାରିବ ସେହି ଅନୁସାରେ ବନ୍ୟାଜଳ ପରିଚାଳନା ପାଇଁ ନିର୍ଦ୍ଦେଶ ରହିଛି। ବର୍ତ୍ତମାନ ହୀରାକୁଦରେ ୬୨୦ ଫୁଟ ଜଳସ୍ତର ରହିଛି। ୬୨୨ ଫୁଟ ପର୍ଯ୍ୟନ୍ତ ରଖାଯାଇ ପାରିବ। ଉପରମୁଣ୍ଡରେ ବର୍ଷା ନଥିବାରୁ ସେଭଳି କିଛି ସମସ୍ୟା ନାହିଁ।

ଆହୁରି ପଢନ୍ତୁ- ବନ୍ୟା ରିପୋର୍ଟ : ୫ ଜିଲ୍ଲାର ୫ ଲକ୍ଷ ୮୭ ହଜାର ଲୋକ ପ୍ରଭାବିତ, ୩ ମୃତ... ଲକ୍ଷେ ୭୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।