ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ପେଲେଟ୍ ଗନ୍ରେ ଆହତ ଛାତ୍ରଙ୍କ ଚିକିତ୍ସା କରନ୍ତୁ ସରକାର
ନୂଆଦିଲ୍ଲୀ,୩୦।୭: ଜନ୍ତରମନ୍ତରରେ ପ୍ରଦର୍ଶନ ବେଳେ ଆହତ ହୋଇଥିବା ଛାତ୍ରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଆସିଛି। ସୁପ୍ରିମକୋର୍ଟ ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ, ପେଲେଟ୍ ଗନ୍ ଦ୍ବାରା ଆହତ ହୋଇଥିବା ଲୋକଙ୍କର ଚିକିତ୍ସା ଦିଲ୍ଲୀ ସରକାର କରିବେ। ଏହା ସହ ସରକାରଙ୍କୁ ମଧ୍ୟ ହତିଆର ବ୍ୟବହାର କରିବାର ରେକର୍ଡ ରଖିବା ପାଇଁ କୁହାଯାଇଛି। ୨୦ ଜୁଲାଇରେ ସିଜେପି ନେତୃତ୍ବରେ ପେପର ଲିକ୍ ବିରୋଧରେ ସଂସଦ ଅଭିମୁଖେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ।
ସିଜେଆଇ ସୂର୍ଯ୍ୟକାନ୍ତଙ୍କ ନେତୃତ୍ବାଧିୀନ ଖଣ୍ଡପୀଠ ଆବେଦନ ଉପରେ ଶୁଣାଣି କରିଛନ୍ତି। ଏଥିରେ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି ମୋହନା ମଧ୍ୟ ରହିଥିଲେ। କୋର୍ଟ ସରକାରଙ୍କୁ ଏହା ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି ଯେ, ଆହତଙ୍କୁ ଉଚିତ ଚିକିତ୍ସା ମିଳୁ। ଏହା ବିଶେଷ ଭାବରେ ପେଲେଟ୍ ଗନ୍ ଦ୍ବାରା ଆହତ ହୋଇଥିବା ଲୋକଙ୍କ ବିଷୟରେ କୁହାଯାଇଛି। କୋର୍ଟ କହିଛନ୍ତି, ଦିଲ୍ଲୀ ସରକାର ଆହତ ଓ ଅନ୍ୟ ଲୋକଙ୍କ ଚିକିତ୍ସା କରିବା ଉଚିତ’
ସୁପ୍ରିମକୋର୍ଟ ପୂର୍ବତନ କେନ୍ଦ୍ରୀୟ ସୂଚନା କମିଶନ୍ ଓ ଭାରତୀୟ ପୋଲିସ ସେବାର ଅବସରପ୍ରାପ୍ତ ଅଧିକାରୀ ଯଶୋବର୍ଦ୍ଧନ ଆଜାଦ ଓ ପେଲେଟ୍ ଗନ୍ରୁ ଆହତ ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କ ପକ୍ଷରୁ ଏହି ଆବେଦନ ହୋଇଛି। ଆବେଦନରେ ଆଇନ-ବ୍ୟବସ୍ଥାର ସ୍ଥିତିର ମୁକାବିଲା ପାଇଁ ଧାତୁରେ ତିଆରି ପେଲେଟ୍ ଗନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ଭାବରେ କଟକଣା ଲଗାଇବାର ଅନୁରୋଧ କରିଛନ୍ତି।
କୋର୍ଟ ବିପିଆରଡି ଅର୍ଥାତ ପୋଲିସ ଅନୁସନ୍ଧନା ଏବଂ ବିକାଶ ବ୍ୟୁରୋକୁ ପରାମର୍ଶ ଦେଇ କହିଛି, ଅସାଧରଣ ପରିସ୍ଥିତିରେ ପୋଲିସକୁ ପେଲେଟ୍ ଗନ୍ ବ୍ୟବହାର ଅଧିକାର ରହିଛି। ତେବେ ଖଣ୍ଡପୀଠ କହିଛନ୍ତି, ସେ ୨୦ ଜୁଲାଇରେ ହୋଇଥିବା ପ୍ରଦର୍ଶନର ମୁକାବିଲା ପାଇଁ ପେଲେଟ୍ ଗନ୍ ବ୍ୟବହାର କରିବା ମାମଲା ଉପରେ ଶୁଣାଣି କରିବାକୁ ସେ ପ୍ରସ୍ତୁତ ଅଛନ୍ତି। ଆଡଭୋକେଟ୍ ବୃନ୍ଧା ଗ୍ରୋଭରଙ୍କ ଦଲିଲକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ପ୍ରଦର୍ଶନ ବେଳେ ମୁତୟନ ଆରପିଏଫ୍ ଅର୍ଥାତ ରାପିଡ୍ ଆକ୍ସନ ଫୋର୍ସର ହତିଆରକୁ ଉପଯୋଗର ରେକର୍ଡ ସୁରକ୍ଷିତ ରଖିବାକୁ ନିର୍ଦେଶ ଦେଇଛନ୍ତି। ସମ୍ବିଧାନର ଧାରା ୩୨ ଅନୁସାରେ, ଏହି ଜନସ୍ବାର୍ଥ ମାମଲା ଦାଖଲ ହୋଇଛି। ଆଜାଦ ଓ ଦୁଇ ଏଭଳି ବ୍ୟକ୍ତି ମିଳିତ ଭାବରେ ଦାଖଲ କରିଛନ୍ତି। ଯାହାଙ୍କର ଦାବି ହେଉଛି ୨୦ ଜୁଲାଇରେ ମଧ୍ୟ ଦିଲ୍ଲୀରେ ଆୟୋଜିତ ’ସଂସଦ ଚଲୋ’ ପ୍ରଦର୍ଶନ ବେଳେ ସେ ପେଲେଟ୍ ଗନ୍ରେ ଆହତ ହୋଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।