30 JULY 2026

Welcome!

Unlock your personalized experience.
Sign Up

Flood Crisis : ମହାନଦୀରେ ଆସୁଛି ମଧ୍ୟମ ଧରଣ ବନ୍ୟା, ଆଜି ରାତି ଓ କାଲି ଦିନ ଗୁରୁତ୍ଵପୂର୍ଣ୍ଣ...

Jul 30, 2026 - 13:29
Flood Crisis : ମହାନଦୀରେ ଆସୁଛି ମଧ୍ୟମ ଧରଣ ବନ୍ୟା, ଆଜି ରାତି ଓ କାଲି ଦିନ ଗୁରୁତ୍ଵପୂର୍ଣ୍ଣ...

ଭୁବନେଶ୍ଵର, ୩୦/୦୭ : ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା। ଆଜି ରାତି ଓ କାଲି ଦିନ ଗୁରୁତ୍ଵପୂର୍ଣ୍ଣ। ସତର୍କ କରାଇଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। ସେ କହିଛନ୍ତି ଯେ, ମଧ୍ୟାହ୍ନ ସୁଦ୍ଧା ମୁଣ୍ଡଳୀରେ ୮ ଲକ୍ଷ ୨୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ଦେଇ ସାଢେ ୯ ଲକ୍ଷ କ୍ୟୁସେକ୍ ଜଳ ଯିବ। ଫଳରେ ମହାନଦୀର ଶାଖା ନଦୀ ଗୁଡ଼ିକରେ ବନ୍ୟା ଆସିବ। ଲୁଣା, କରାଣ୍ଡିଆ, ଚିତ୍ରତ୍ପୋଳା, ପାଇକା, ଦେବୀ ନଦୀରେ ବନ୍ୟା ଆସିବ। କନ୍ଦଳ, କୁଶଭଦ୍ରା, ଭାର୍ଗବୀ, ଦୟା ନଦୀରେ ମଧ୍ୟ ଜଳସ୍ତର ବଢିବ। ବନ୍ୟାରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ପ୍ରଭାବିତ ହେବେ। ଜଗତସିଂହପୁରର ବାଲିକୁଦା, ଏରସମା, କୁଜଙ୍ଗ, ତିର୍ତ୍ତୋଲ ପ୍ରଭାବିତ ହେବ। କେନ୍ଦ୍ରାପଡ଼ାର ପାଟକୁରା, ଗରଦପୁର, ଆଳି ମଧ୍ୟ ପ୍ରଭାବିତ ହେବ। ବାଙ୍କୀ, ଆଠଗଡ଼ ମହାନଦୀ ପାଇଁ ପ୍ରଭାବିତ ହୋଇଛି। ଏହା ଚଳିତ ସିଜିନର ସୁବୁଠାରୁ ବଡ଼ ବନ୍ୟା ଆସୁଛି ବୋଲି କୁହାଯାଇ ପାରିବ।

ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, ଆମର ଫୋକସ ମହାନଦୀ ଉପରେ। ହୀରାକୁଦରେ ୨ଟି ଗେଟ ଖୋଲିଛି। ୬୨୦ ଫୁଟ୍ ଜଳସ୍ତର ରହିଛି। ସାଳନ୍ଦୀ, ବୈତରଣୀ ଓ ଜଳକା ବନ୍ୟା ପରେ ମହାନଦୀରେ ବନ୍ୟା ଆସିବାକୁ ଯାଉଛି। ଜଳବନ୍ଦୀ ସମସ୍ୟା ଆସିବ। ୨୪ ଘଣ୍ଟା ପାଇଁ ବନ୍ୟା ପରିସ୍ଥିତି ରହିବ। ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ। ଅଭିଜ୍ଞତା ଥିବା ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି। ହୀରାକୁଦ ପାଇଁ ବଡ ବନ୍ୟାରୁ ବର୍ତ୍ତି ଯାଇଛେ। ଏବେ ହୀରାକୁଦ ଜଳସ୍ତର ବଢୁଛି। ତଳେ ବନ୍ୟା ଥିବାରୁ ଗେଟ ଖୋଲାଯାଇ ନାହିଁ। କିନ୍ତୁ ଆଉ ଦୁଇ ଫୁଟ୍ ଅର୍ଥାତ୍ ୬୨୨ ଫୁଟ୍ ଜଳସ୍ତର ଆମେ ରଖିପାରିବୁ। ଏହାପରେ ଖଇରମାଳ ପାଣି କମିବା ପରେ ଆମେ ହୀରାକୁଦ ଗେଟ୍ ଖୋଲିବୁ। ଆଖୁଆପଦାରେ ବନ୍ୟା କମୁଛି। ପୂର୍ଣିମା ପର ଦିନ ଥିବାରୁ ସମୁଦ୍ର ଜଳ ଟାଣିବାରେ ବିଳମ୍ବ ହେଉଛି। ଆଉ ଦିନେ ଦୁଇ ଦିନ ଲାଗିବ ପାଣି ନିଷ୍କାସନ ପାଇଁ। 

ଆହୁରି ପଢନ୍ତୁ- ବନ୍ୟା ରିପୋର୍ଟ : ୫ ଜିଲ୍ଲାର ୫ ଲକ୍ଷ ୮୭ ହଜାର ଲୋକ ପ୍ରଭାବିତ, ୩ ମୃତ... ଲକ୍ଷେ ୭୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।