FBI Arrests 5: ଡ୍ରୋନ୍, ସ୍ନିପର ସବୁ ଥିଲେ ପ୍ରସ୍ତୁତ... ଟ୍ରମ୍ପଙ୍କୁ ଜୀବନରେ ମାରିବାର ପ୍ଳାନ ଫେଲ୍, ୫ ଗିରଫ
ଓ୍ବାଶିଂଟନ୍,୧୭।୬: ଆମେରିକାର ଗୁଇନ୍ଦା ଏଜେନ୍ସି ଏଫ୍ବିଆଇ ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ହତ୍ୟା କରିବା ନେଇ ଷଡଯନ୍ତ୍ରର କରିଛି ପର୍ଦ୍ଦାଫାଶ । ଗତ ୧୪ ତାରିଖରେ ଟ୍ରମ୍ପଙ୍କ ୮୦ ତମ ଜନ୍ମଦିନ ଅବସରରେ ହ୍ବାଇଟ ହାଉସରେ ଆୟୋଜିତ ୟୁଏଫ୍ସି କେଜ-ଫାଇଟିଂ ଶୋ’ ବେଳେ ଏକ ବଡ ଆତଙ୍କୀ ହମଲାର ଷଡଯନ୍ତ୍ର କରାଯାଇଥିଲା, ଯାହାକୁ ଏଫ୍ବିଆଇ ବିଫଳ କରିଛି। ସନ୍ଦିଗ୍ଧଙ୍କ ପ୍ଳାନ୍ ଥିଲା ହାଇଟହାଉସ୍ ଉପରେ ବାରୁଦରେ ଲଦା ଡ୍ରୋନ୍ ଆକ୍ରମଣ କରିବା । ଏହା ପରେ ଜୀବନ ବଞ୍ଚାଇକୁ ପଳାଇବା ବେଳେ ଲୋକଙ୍କ ଉପରେ ସ୍ନିପରମାନେ କରିଥାନ୍ତେ ଆଖିବୁଜା ଗୁଳିମାଡ । ଏହି ମାମଲାରେ ପୋଲିସ ଅଲଗା ଅଲଗା ରାଜ୍ୟରୁ ୫ ସନ୍ଦିଗ୍ଧଙ୍କୁ ଗିରଫ କରିଛି।
କୋର୍ଟରେ ଦାଖଲ କରାଯାଇଥିବା ଦସ୍ତାବିଜ ଅନୁସାରେ, ସନ୍ଦିଗ୍ଧ ଖୁବ୍ ବିପଦଜନକ ଷଡଯନ୍ତ୍ର କରିଥିଲା। ପ୍ଳାନ୍ ଅନୁସାରେ, ହ୍ବାଇଟ ହାଉସର ଉତ୍ତର ଭାଗରେ ବିସ୍ଫୋରକ ଭର୍ତ୍ତି ଡ୍ରୋନ୍ରୁ ହମଲା ହୋଇଥାନ୍ତା। ଫଳରେ ସେଠାରେ ଥିବା ରାଜନେତା ଓ ସାଧାରଣ ଲୋକ ଜୀବନ ବଞ୍ଚାଇ ବାହାରକୁ ପଳାଇବାକୁ ଚେଷ୍ଟା କରିବା ବେଳେ ପୂର୍ବରୁ ଛକି ରହିଥିବା ସ୍ନାଇପର ମୁଖ୍ୟ ଗେଟ୍ରେ ଆଖିବୁଜା ଗୁଳିମାଡ କରିଥାନ୍ତେ।
ଏଲନ୍ ମସ୍କ ବି ଥିଲେ ଟାର୍ଗେଟରେ
ତଦନ୍ତ ଅଧିକାରୀ ସନ୍ଦିଗ୍ଧଙ୍କ ପାଖରୁ ଅତ୍ୟାଧୁନିକ ଓ ଭାରି ମାତ୍ରାରେ ହତିଆର ଜବତ କରିଛି। ଏହାଛଡା ପ୍ରାୟ ୨୦ ଜଣ ଲୋକଙ୍କ ଭିତରେ ହୋଇଥିବା ଏନକ୍ରିପଟେଡ୍ ଚାଟ୍ ମେସେଜ୍ ମିଳିଛି, ଯେଉଁଥିରେ ହ୍ବାଇଟ ହାଉସର ନକ୍ସା, ଫଟୋ, ଆକ୍ରମଣ ପରେ ଲୁଚିବା ପାଇଁ ‘ସେଫ୍ ହାଉସ’ ଓ ପଳାଇବାର ରାସ୍ତା ନେଇ ଚର୍ଚ୍ଚା ହୋଇଥିଲା। ତଦନ୍ତ ବେଳେ ଜଣାପଡିଛି ଯେ, ଏମାନଙ୍କ ଟାର୍ଗେଟରେ କେବଳ ଟ୍ରମ୍ପ ନୁହେଁ, ଆମେରିକା ଉପ-ରାଷ୍ଟ୍ରପତି ଜେଡି ଭାନ୍ସ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଓ ଟେସଲାର ସିଇଓ ଏଲନ୍ ମସ୍କଙ୍କ ନାଁ ମଧ୍ୟ ଥିଲା। ଏହାଛଡା ଇସ୍ରାଏଲର ସମର୍ଥନ କରୁଥିବା ବହୁ ଆମେରିକୀୟ ସାଂସଦ ଓ ନିର୍ବାଚିତ ଅଧିକାରୀ ମଧ୍ୟ ତାଙ୍କ ଟାର୍ଗେଟରେ ଥିଲେ।
କାହିଁକି ଟାର୍ଗେଟରେ ଟ୍ରମ୍ପ ?
ମିଳିଥିବା ସୂଚନା ଅନୁସାରେ, ଏହି ଗ୍ରୁପ୍ ଆମେରିକା ସରକାରରେ ଭ୍ରଷ୍ଟାଚାର, ଡାଟା ସେଣ୍ଟର ଓ ସେକ୍ସ କ୍ରିମିନାଲ ଜେଫ୍ରି ଏନଷ୍ଟିନ୍ ମାମଲାକୁ ଚପାଇବାକୁ ନେଇ ଅଷନ୍ତୋଷ ଥିଲେ। ତାଙ୍କ ମତରେ ଜ ଏପଷ୍ଟିନ୍ ସହ ଜଡିତ ଲୋକ ଦେଶକୁ ଚଳାଇବାର କୌଣସି ଅଧିକାର ନାହିଁ।
ଆହୁରି ପଢନ୍ତୁ : NIA Raids in Kashmir : ବାରାମୂଳାରେ ଏନ୍ଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ, ଶାହିନ ଲୋନ୍ର ଘର ଉପରେ ଚଢାଉ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।